ରାସ୍ତା କାମ ନାଁରେ ଅର୍ଥ ବରବାଦ ମସୁଧା

ଭୁବନେଶ୍ୱର, ୨୮।୫ (ବ୍ୟୁରୋ): ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର ସହର ଭାବେ ଗଢିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ବିଏମ୍‌ସି, ବିଏସ୍‌ସିଏଲ୍‌, ପୂର୍ତ୍ତ ବିଭାଗ, ଇଡ୍‌କୋ ପକ୍ଷରୁ ଉନ୍ନୟନ କାମ କରାଯାଉଛି। ମାତ୍ର ସମନ୍ବୟ ଅଭାବରୁ ଯୋଜନା ଓ ଲକ୍ଷ୍ୟ ବିପଥଗାମୀ ହେଉଛି। ବିକାଶ ନାଁରେ ବିଭାଗୀୟ ଅଧିକାରୀ ଲୁଟିବାରେ ଲାଗିଛନ୍ତି। ସହରରେ ଅନେକ ରାସ୍ତା ଅବସ୍ଥା ଶୋଚନୀୟ ରହିଥିବାବେଳେ ଭଲ ରାସ୍ତା ଉପରେ ବାରମ୍ବାର କାମ କରି ଅର୍ଥ ବରବାଦ କରାଯାଉଛି। ୱାର୍ଡ ନଂ.୩୬ ଅନ୍ତର୍ଗତ ମଧୁସୂଦନ ନଗରରେ ଏପରି ଘଟଣାକୁ ନେଇ ବିବାଦ ଦେଖାଯାଇଛି। ଉକ୍ତ ୱାର୍ଡର ପ୍ରମୁଖ ରାସ୍ତାରୁ ୟୁନିଟ-୪ ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ବିଏମ୍‌ସି ପକ୍ଷରୁ ଫେବର ବ୍ଲକ୍‌ କାମର ଭିତ୍ତିପ୍ରସ୍ତର ସ୍ଥାପନ ଗତ ବୁଧବାର କରାଯାଇଛି। ଏଥିପାଇଁ ୧୩ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ କାମ ଆରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ୬ ମାସ ତଳେ ପୂର୍ତ୍ତ ବିଭାଗ ଉକ୍ତ ରାସ୍ତାକୁ କଂକ୍ରିଟ କରିଥିବାବେଳେ ଏବେ ତାହାର ଅବସ୍ଥା ଭଲ ରହିଛି। କିନ୍ତୁ ସମାନ ରାସ୍ତାର କାମ ୨ଥର କରାଯିବାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଠି କାମ ହୋଇଛି ସେଠାରେ ଆଉଥରେ କାମ କାହିଁକି କରାଯିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ରୋଡ) ମନୁ ମିଶ୍ର କହିଛନ୍ତି, ବିଏମ୍‌ସି ବଳପୂର୍ବକ ଆମ କାମ ଓ ପରିସୀମାରେ ପ୍ରବେଶ କରି ବାରମ୍ବାର କାମ କରୁଛି। ଏନେଇ ଆମେ ସଚିବଙ୍କୁ ଅବଗତ କରାଇବା ସହ ନଗର ଉନ୍ନୟନ ପ୍ରମୁଖ ସଚିବଙ୍କ ଦୃଷ୍ଟିଗୋଚରକୁ ଆଣିବୁ ବୋଲି ସେ କହିଛନ୍ତି। ଅପରପକ୍ଷେ ବିଏମ୍‌ସି ସିଟି ଇଞ୍ଜିନିଂୟର ଅରୁଣ କୁମାର ନାୟକ କହିଛନ୍ତି, ଏଭଳି କିଛି ଅଭିଯୋଗ ମୋ ନଜରକୁ ଆସିନାହିଁ। ସମ୍ପୃକ୍ତ ଅଞ୍ଚଳର ଜେଇଇଙ୍କଠାରୁ ଘଟଣା ବାବଦରେ ଅବଗତ ହେଲା ପରେ ପଦକ୍ଷେପ ଗ୍ରହଣ କରାଯିବ। ଜେଇଇ ପ୍ରକାଶ ପ୍ରଧାନ କହିଛନ୍ତି, ପୂର୍ତ୍ତ ବିଭାଗଠାରୁ ମଞ୍ଜୁର ମିଳିଲା ପରେ ଉକ୍ତ ରାସ୍ତାରେ ଫେବର ବ୍ଲକ କାର୍ଯ୍ୟ ହେବ, ନଚେତ ରାସ୍ତା କାମ ବନ୍ଦ ରହିବ। ସେହିଭଳି ବିଏମ୍‌ସି ପବ୍ଲିକ୍‌ ଓ୍ବାର୍କ୍ସ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଅମରେଶ ଜେନା କହିଛନ୍ତି, ଅଭିଯୋଗ ପାଇବା ପରେ କାମ ବନ୍ଦ କରାଯାଇଛି। ଆମକୁ ଅନ୍ଧାରରେ ରଖି କାମ କରାଯାଉଥିଲା। ସମ୍ପୃକ୍ତ କମିଟିର ଚେୟାରମ୍ୟାନ ହୋଇ ମଧ୍ୟ ମୋତେ ସେଠାକୁ ଡକାଯାଇ ନ ଥିଲା। ଘଟଣା ସମ୍ପର୍କରେ ଅବଗତ ହେବା ପରେ କାମ ବନ୍ଦ କରାଯାଇଛି। ସେଠାରେ ଆଉ କାମ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri