ଜଣଙ୍କ ନାମରେ କାର୍ଯ୍ୟାଦେଶ, ଆଉ ଜଣଙ୍କୁ କିସ୍ତି

ଆନନ୍ଦପୁର(ସନ୍ତୋଷ ରାଉତ)/କଣ୍ଟିପାଳ(ସୁଶାନ୍ତ ସାହୁ),୧୦ା୭: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ଆବାସ କାର୍ଯ୍ୟାଦେଶକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ମୋଚିନ୍ଦା ପଞ୍ଚାୟତର ହିତାଧିକାରୀ ପ୍ରଭାତ କୁମାର ସାହୁଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା ଦୀର୍ଘ ୧୫ ଦିନ ପରେ ବି ତାଙ୍କୁ ପ୍ରଥମ କିସ୍ତି ମିଳିପାରି ନାହିଁ। ଘଟଣାକୁ ନେଇ ହିତାଧିକାରୀଙ୍କ ବାପା ଆନନ୍ଦ କୁମାର ସାହୁ ଅଧିକାରୀଙ୍କୁ ପଚାରାଉଚରା କରିଥିଲେ ବି ପାଲଟା ଧମକ ମିଳିଥିଲା। ଏ ନେଇ ହିତାଧିକାରୀ ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏବେ ପୁଣି ଆବାସ କାର୍ଯ୍ୟାଦେଶକୁ ନେଇ ଆଉ ଏକ ଖବର ଚର୍ଚ୍ଚାକୁ ଆସିଛି। କଣ୍ଟିପାଳ ପଞ୍ଚାୟତରେ ଜଣଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ପ୍ରଥମ କିସ୍ତି ମିଳିଛି।
ସୂଚନା ଅନୁଯାୟୀ, କଣ୍ଟିପାଳ ପଞ୍ଚାୟତ ବିରିଡ଼ିହା ଗ୍ରାମର କଲ୍ୟାଣୀ ଜେନାଙ୍କୁ କାର୍ଯ୍ୟାଦେଶ ସଂଖ୍ୟା ଓଡି/୦୩/୦୦୮/୪୨୬୫/୨୧-୨୨ରେ ୧୯ଜୁନ୍‌ ୨୦୨୩ରେ କାର୍ଯ୍ୟାଦେଶ ମିଳିଛି। ହେଲେ ତାଙ୍କର ପ୍ରଥମ କିସ୍ତି ବ୍ୟାଙ୍କ ଜମାଖାତାକୁ ଆସି ନ ଥିବା ସେ ଅଭିଯୋଗ କରିଛନ୍ତି। ହେଲେ ସେହି ସମାନ ଗାଁ ଓ ସମାନ ନାମରେ ଅନ୍ୟଜଣଙ୍କ ଜମାଖାତାକୁ ପ୍ରଥମ କିସ୍ତି ଆସିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ତେବେ ତାଙ୍କୁ କାର୍ଯ୍ୟାଦେଶ ଦିଆଯାଇ ନ ଥିବାବେଳେ କିସ୍ତି ଟଙ୍କା ଆସିବା ଏବେ ପ୍ରକୃତ ହିତାଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କାର୍ଯ୍ୟାଦେଶ ପାଇଥିବା କଲ୍ୟାଣୀଙ୍କୁ ପ୍ରଥମ କିସ୍ତି ଅର୍ଥ କେବେ ମିଳିବ ବୋଲି ଶଙ୍କା ପ୍ରକାଶ ପାଇଛି। ଉପଜିଲାପାଳ ଅନିଲ କୁମାର ସେଠୀ କହିଛନ୍ତି, ପ୍ରଥମ ଅଭିଯୋଗ ପାଇଛି। କେମିତି ସମସ୍ୟାର ସମାଧାନ ହେବ ବିଡିଓଙ୍କ ସହ ଆଲୋଚନା ହୋଇଛି। ବର୍ତ୍ତମାନ ଘଟଣାରେ ଆକାଉଣ୍ଟରେ କୌଣସି ସମସ୍ୟା କାରଣରୁ ଟଙ୍କା ଭୁଲରେ ଅନ୍ୟଜଣଙ୍କ ପାଖକୁ ପଳାଇଥିବ। ଏହାର ତଦନ୍ତ ପରେ ପ୍ରକୃତ ହିତାଧିକାରୀଙ୍କୁ କିସ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ଷମା ମାଗୁ ଭାରତ…’ କାହିଁକି ଏପରି ଆକ୍ଷେପ କରୁଛନ୍ତି ବାଂଲାଦେଶୀ ସାଂସଦ, କାହିଁକି ଯୁଦ୍ଧମୁଖୀ ଆଚରଣ କରୁଛି ଢାକା? ଜାଣନ୍ତୁ…

ଢାକା,୨୯।୬: ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମ୍ପର୍କରେ ପଡ଼ୋଶୀ ଦେଶର ମତ ମଜବୁତ ହୋଇନାହିଁ; ଢାକାରେ ଭାରତ ବିରୋଧୀ ବୟାନବାଜି ଜୋର ଧରିଛି। ବିରୋଧୀ ନ୍ୟାସନାଲ…

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ, ରାତିରେ ଖାଇପିଇ ଶୋଇଥିଲେ, ସକାଳୁ…

ଭୁବନେଶ୍ୱର,୨୯ା୬: ଝାରପଡ଼ା ଜେଲ୍‌ରେ ଜଣେ କଏଦୀଙ୍କ ସୋମବାର ସକାଳୁ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୫୫ ବର୍ଷୀୟ ଯବାନ ନାୟକ। ତାଙ୍କ ଘର ତାରିଣୀ ବସ୍ତିରେ।…

ପୁରୀରେ ମୁଖ୍ୟମନ୍ତ୍ରୀ, ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି…

ପୁରୀ,୨୯ା୬: ସ୍ନାନପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀରେ ପହଞ୍ଚିଛନ୍ତି। ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶ୍ରୀଜିଉଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ…

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri