ଶଟ୍‌ଡାଉନରେ ରାସ୍ତାରେ ଦେହବେପାର ଡିଲ୍‌

ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍‌ ଛିଣ୍ଡିଥିଲା। ରୁମ୍‌କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ ବାକି ଟଙ୍କା ଦେ। ଜଣେ ଗ୍ରାହକଙ୍କୁ ଏଭଳି ପାଟି କରି କହୁଥିଲେ ଦେହଜୀବୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବାବେଳେ ପାଖରେ ଠିଆ ହୋଇ ଉପଭୋଗ କରୁଥିଲେ କେତେଜଣ ଲୋକ। ଶନିବାର ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଶଟ୍‌ଡାଉନ ସତ୍ତ୍ୱେ ରାତିରେ ମଝି ରାସ୍ତାରେ ଦେହବ୍ୟବସାୟ ଡିଲ୍‌ବେଳେ ଏପରି ଘଟିଥିଲା। ଯୁବତୀ ଜଣକ ଦାବି ମୁତାବକ ଟଙ୍କା ପାଇ ନ ଥିବା କହୁଥିବାବେଳେ ସମ୍ପୃକ୍ତ ବ୍ୟକ୍ତି ସବୁ ଟଙ୍କା ଦେଇସାରିଥିବା କହିଥିଲେ। ଏହାର ଭିଡ଼ିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି। ଘଟଣାସ୍ଥଳରୁ ପୋଲିସ ଫାଣ୍ଡି ମାତ୍ର ୩୦୦ ମିଟର ରହିଛି। ଅନ୍ୟ ଏକ ପାର୍ଶ୍ୱରେ ପୋଲିସ ନାକା ମଧ୍ୟ ଲଗାଇ ଜଗି ରହିଛି। ଘଟଣାସ୍ଥଳରେ ପିସିଆର୍‌ ପୋଲିସ ପହଞ୍ଚତ୍ବାର ଦୃଶ୍ୟ ରହିଛି। ହେଲେ କିଛି ସମୟ କଥା ହେବା ପରେ ପିସିଆର ଭ୍ୟାନ୍‌ର କର୍ମଚାରୀମାନେ ଗ୍ରାହକ କିମ୍ବା ଦେହଜୀବୀଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନେଇ ଚାଲିଯାଇଥିଲେ। ଏହାକୁ ନେଇ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ହୋଇଛି।
ସୂଚନା ଅନୁଯାୟୀ, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ବେଧଡ଼କ ଦେହ ବ୍ୟବସାୟ ଚାଲିଛି। ରାତି ୧୨ପରେ ଦେହଜୀବୀଙ୍କ ଆସର ଜମୁଥିବାବେଳେ ଗ୍ରାହକଙ୍କ ଧାଡ଼ି ଲାଗୁଛି। ୫୦୦ରୁ ୩୦୦୦ଟଙ୍କା ଯାଏ ଡିଲ୍‌ ହେଉଛି। ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ରେ ନିୟମ ଉଲ୍ଲଂଘନ କରି ଏପରି ବେପାର ଜମୁଥିଲେ ମଧ୍ୟ ପୋଲିସ ଚୁପ୍‌ ବସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri