Posted inଖେଳ

ପୁରୁଷ ୧୦୦ମିଟର ଜିତିଲେ ଇଟାଲୀର ଜାକବ୍ସ

ଟୋକିଓ, ୨ା୮ (ଏପି)-ମାର୍ସେଲ ଜାକବ୍ସ ଅଲିମ୍ପିକ ପୁରୁଷ ୧୦୦ମିଟର ରେସ୍‌ ଜିତିଛନ୍ତି। ସେ ୯.୮ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିଥିଲେ। ଇଟାଲୀ ପାଇଁ ସେ ପ୍ରଥମ ଥର ସ୍ପ୍ରିଣ୍ଟ ସ୍ବର୍ଣ୍ଣ ଆଣି ଦେଇଛନ୍ତି। ପୁରୁଷ ୧୦୦ ମିଟର ରେସ୍‌ କିଏ ଜିତିବ ସେ ନେଇ ପୂର୍ବାନୁମାନ କରାଯାଇ ପାରୁ ନ ଥିଲା। ଜାକବ୍ସଙ୍କ ବିଜୟ ଆଶ୍ଚର୍ଯ୍ୟଜନକ ଥିଲା। ସେ ଆମେରିକାର ଫ୍ରେଡ୍‌ କେର୍ଲି ଓ କାନାଡାର ଆଣ୍ଡ୍ରେ ଡିଗ୍ରାସିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବର୍ତ୍ତମାନ ଅବସର ନେଇଥିବା ଉସେନ ବୋଲ୍ଟ ୧୩ ବର୍ଷ ହେଲା ପୁରୁଷ ୧୦୦ ମିଟର ରେସ୍‌ରେ ପ୍ରାଧାନ୍ୟ ବିସ୍ତାର କରି ଆସିଥିଲେ। ଜାକବ୍ସଙ୍କ ବିଜୟର କିଛି ମିନିଟ ପୂର୍ବରୁ ତାଙ୍କ ଦେଶର ଜିଆନମାର୍କୋ ଟାମ୍ବେରି କାତାର ହାଇଜମ୍ପର ମୁତାଜ ଏସାବାର୍ସିମଙ୍କ ସହ ଟାଇ କରି ହାଇଜମ୍ପରେ ସ୍ବର୍ଣ୍ଣ ଜିତିଥିଲେ। ରବିବାର ଟ୍ରିପଲ ଜମ୍ପରେ ଭେନେଜୁଏଲାର ୟୁଲିମାର ରୋଜାସ ୫୧ ଫୁଟ୍‌ ୫ ଇଞ୍ଚ ଲମ୍ଫ ପ୍ରଦାନ କରି ୨୬ବର୍ଷ ତଳର ବିଶ୍ୱରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ଜାକବ୍ସଙ୍କ ବିଜୟ ପରେ ତାଙ୍କ ବିଷୟରେ ଜାଣିବା ଲାଗି ଆଗ୍ରହ ସୃଷ୍ଟି ହେବା ସ୍ବାଭାବିକ। ଟେକ୍ସାସର ଏଲ୍‌ ପାସୋରେ ହେଉଛି ତାଙ୍କର ଜନ୍ମ। ତାଙ୍କ ପିତା ହେଉଛନ୍ତି ଆମେରିକାନ ଏବଂ ମା’ ଇଟାଲିଆନ। ସେ ଛୋଟ ଥିବାବେଳେ ୟୁ.ଏସ. ମିଲିଟାରି ତାଙ୍କ ପିତାଙ୍କୁ ଦକ୍ଷିଣ କୋରିଆକୁ ବଦଳି କରିଦେଇଥିଲା। ସେ ସମୟରେ ସେ ମା’ଙ୍କ ସହିତ ଇଟାଲୀ ପଳାଇ ଆସିଥିଲେ। ଜାକବ୍ସ କିଛିବର୍ଷ ଧରି ଜଣେ ଲଙ୍ଗଜମ୍ପ ସ୍ପେଶାଲିଷ୍ଟ ଥିଲେ। ୟୁରୋପିଆନ ଚାମ୍ପିୟନ୍ସରେ ଇନ୍‌ଡୋର ୬୦ ମିଟରରେ ବିଜୟ ତାଙ୍କର ସବୁଠାରୁ ବଡ଼ ସଫଳତା ଥିଲା। ବର୍ତ୍ତମାନ ସେ ଜଣେ ଅଲିମ୍ପିକ ସ୍ପ୍ରିଣ୍ଟ ଚାମ୍ପିୟନ ଭାବେ ବୋଲ୍ଟଙ୍କ ସହ ସମାନ ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବିଷୟରେ ବଡ଼ ବୟାନ ଦେଲେ କୋଚ, କହିଲେ,‘ମୁଁ ତାଙ୍କୁ ଅପେକ୍ଷା କରିଛି…’

ନୂଆଦିଲ୍ଲୀ,୨୩।୯: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ ସହିତ ଜାପାନରେ ଅଛନ୍ତି। ସେ ୨୦୨୬ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ସେଠାରେ ତାଙ୍କର…

୨୦୨୭ ବିଶ୍ୱକପ ବିଷୟରେ ଉଲ୍ଲେଖ କରି ବିରାଟ-ରୋହିତଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ରିଙ୍କୁ ସିଂହ, କହିଲେ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଟି-୨୦ ଦଳର ଷ୍ଟାର୍‌ ବ୍ୟାଟର ରିଙ୍କୁ ସିଂହ, ଦଳର ଦୁଇ ପ୍ରମୁଖ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

କ୍ରିକେଟରେ ହଲଚଲ! ହଠାତ୍ ଇସ୍ତଫା ଦେଲେ କୋଚ୍, କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍‌ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ବଡ଼ ଅଦଳବଦଳ: ଜାଣନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…

ନୂଆଦିଲ୍ଲୀ,୨୩।୯: ଆଇସିସି ଟି-୨୦ ରାଙ୍କିଙ୍ଗ୍‌ରେ ପୁଣିଥରେ ବଡ଼ ଅଦଳବଦଳ ଦେଖିବାକୁ ମିଳିଛି। ନୂଆ ରାଙ୍କିଙ୍ଗ୍‌ରେ ଭାରତର ଇଶାନ କିଶନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?