ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୩୪୨ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୮(ବ୍ୟୁରୋ): ଗତ ଦୁଇ ତିନି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ପୁଣି ଥରେ ଉପରମୁହାଁ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ଯଦି ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଏ ତେବେ ଖୁବ୍‌ଶୀଘ୍ର ତୃତୀୟ ଲହର ଆସିବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ବୁଧବାର ରାଜ୍ୟରେ ୧,୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧,୩୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୭୫ଜଣ କ୍ୱାରାଣ୍ଟାଇନ୍‌ରୁ ହୋଇଥିବା ବେଳେ ୫୬୭ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୩୦ଟି ଜିଲାରୁ ନୂଆ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୪୭୭ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୩୦, ବାଲେଶ୍ୱର ୫୯, ବରଗଡ଼ ୮, ଭଦ୍ରକ ୪୦, ବଲାଙ୍ଗୀର ୩, କଟକ ୧୬୪, ଦେବଗଡ଼ ୩, ଢ଼େଙ୍କାନାଳ ୧୯, ଗଜପତି ୪, ଗଞ୍ଜାମ ୯, ଜଗତସିଂହପୁର ୭୮, ଯାଜପୁର ୬୬, ଝାରସୁଗୁଡ଼ା ୩, କଳାହାଣ୍ଡି ୩, କନ୍ଧମାଳ ୫, କେନ୍ଦ୍ରାପଡ଼ା ୪୩, କେନ୍ଦୁଝର ୨୩, କୋରାପୁଟ ୧୧, ମାଲକାନଗିରି ୭, ମୟୁରଭଞ୍ଜ ୪୧, ନବରଙ୍ଗପୁର ୨, ନୟାଗଡ଼ ୨୮, ନୂଆପଡ଼ା ୩, ପୁରୀ ୫୫, ରାୟଗଡ଼ା ୧୮, ସମ୍ବଲପୁର ୧୮, ସୁବର୍ଣ୍ଣପୁର ୪, ସୁନ୍ଦରଗଡ଼ ୧୩ ଓ ଷ୍ଟେଟ ପୁଲରୁ ୧୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ଘଣ୍ଟାରେ ବୌଦ୍ଧରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୩,୫୨୩ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୬୩,୭୧୮ଜଣ ସୁସ୍ଥ ହୋଇଥିବା ବେଳେ ୧୩,୫୧୬ ସକ୍ରିୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସଭାରେ ଭାଜପାର ଗଣ୍ଡଗୋଳ ପ୍ରସଙ୍ଗ: ଜ୍ୟୋତିରଞ୍ଜନ, ଦେବାଶିଷ ଦଳରୁ ନିଲମ୍ବିତ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): କଟକ ନଗର ଭାଜପାର ଦୁଇଗୋଷ୍ଠୀ ମଧ୍ୟରେ ଗତ ରବିବାର ବିବାଦ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଟାଉନ ହଲଠାରେ ନଗର ଭାଜପାର ସଭ୍ୟ ସଂଗ୍ରହ...

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ପରିସରରେ ରାଜ୍ୟ ସଭା ରିଟର୍ନିଂ...

ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା

ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ...

୮ ବର୍ଷ ହେଲା ଆସୁନି ବିଦ୍ୟୁତ୍‌

ବନ୍ତଳା,୧୫ା୧: ଜଙ୍ଗଲ ମଧ୍ୟରେ ଗାଁ। ଯୋଗାଯୋଗ ପାଇଁ ରାସ୍ତାଟିଏ ନାହିଁ। ତେଣୁ ମୌଳିକ ସୁବିଧା ପାଇବା ଏହି ଆଦିବାସୀ ମହ୍ଲାର ସମ୍ପ୍ରଦାୟଙ୍କ ପାଇଁ ସାତସପନ ହୋଇଛି।...

୫୦ ଦିନ ଗଲାନି ୫୦ ଲକ୍ଷର ଅମୃତ ପାର୍କ

ଭଦ୍ରକ ଅଫିସ, ୧୦।୬- ଭଦ୍ରକ ପୌରପାଳିକାର ୨ ନମ୍ବର ୱାର୍ଡ ଅନ୍ତର୍ଗତ ରହଣିଆଠାରେ ପ୍ରତିଷ୍ଠା କରାଯାଇଥିବା ଅମୃତ ପାର୍କକୁ ବର୍ଷେ ନ ପୂରୁଣୁ ସୌନ୍ଦର୍ଯ୍ୟ ହରାଇ...

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ ଅଫିସ,୧୦ା୧୦: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଉଛି। ସୁରକ୍ଷା...

Advertisement
Archives

Model This Week