Posted inଫୁରସତ

ମନୋଜ ଭୂମିରେ ଏକ ବିରଳ ଘଟଣା

ପ୍ରଣମ୍ୟ ମନୋଜ ଦାସଙ୍କ ସୁଦୀର୍ଘ ୮୭ବର୍ଷର ଜୀବନଯାତ୍ରାରେ ଅସଂଖ୍ୟ ଅକଳ୍ପନୀୟ ଚମକପ୍ରଦ ଘଟଣା ଘଟିଥିଲେ ବି ତାଙ୍କ ପୁଣ୍ୟ ଜନ୍ମଭୂମି ଭୋଗରାଇ ମାଟି ଯାହା ମନୋଜଭୂମି ଭାବରେ ଲୋକେ ସମ୍ବୋଧିତ କରନ୍ତି, ସେହିଠାରେ ଏକ ବିରଳ ଘଟଣା ଘଟିଥିଲା। ସେଇ ଘଟଣା ସମ୍ଭବତଃ ଓଡ଼ିଶାର ଏକମାତ୍ର ଜୀବିତ ଲେଖକ ମନୋଜ ଦାସଙ୍କ ଭାଗ୍ୟରେ ହିଁ ଘଟିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ, ଯାହାର ପ୍ରତ୍ୟକ୍ଷ ସାକ୍ଷୀ ଥିଲା ଏ ଲେଖକ।
ସେଦିନର ସେ ଘଟଣା ମୋ ଭଳି ଉପସ୍ଥିତ ଅନେକ ପ୍ରବୀଣ ଓ ତରୁଣ ଲେଖକଙ୍କ ମନରେ ଭରି ଦେଇଥିଲା ଅସରନ୍ତି ଉତ୍ସାହ ଓ ଉଦ୍ଦୀପନା। ୨୦୧୧ ମସିହା। ସେ ବର୍ଷ ମନୋଜ ବାବୁ ସୁଦୀର୍ଘ ବ୍ୟବଧାନ ପରେ କଲିକତାରୁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦାନ ପରେ ସିଧା ଜନ୍ମଭୂମି ଭୋଗରାଇର ଶଙ୍ଖାରି ଗ୍ରାମର ପୈତୃକ ବାସଭବନକୁ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି ଖବର ଭୋଗରାଇର ବିଧାୟକ ଅନନ୍ତ ଦାସ ଜାଣିପାରି ଭୋଗରାଇବାସୀଙ୍କ ସହ ବିଚାର ଆଲୋଚନା କରି ଆମ ମାଟିର ପୁଅ, ଆମର ଗୌରବ, ଆମ ମାଟିକୁ ଅନେକଦିନ ପରେ ଆସୁଥିବାରୁ ତାଙ୍କୁ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କଲେ।
ପୂଜ୍ୟ ମନୋଜ ଦାସ ସେଦିନ ଦୀଘା ରେଳଷ୍ଟେଶନ୍‌ରେ ପହଞ୍ଚତ୍ବା ପରେ ପାଞ୍ଚଶହରୁ ଊର୍ଦ୍ଧ୍ୱ ମୋଟରସାଇକେଲ୍‌ ଯୋଗେ ‘ଭୋଗରାଇ ମାଟିର ପୁଅ ମନୋଜ ଦାସ ସ୍ବାଗତମ୍‌’ ସ୍ଲୋଗାନ୍‌ ଦେଇ ସହସ୍ରାଧିକ ଲୋକ ପାଛୋଟି ଆଣିଥିଲେ ତାଳସାରି ପାନ୍ଥନିବାସ ପର୍ଯ୍ୟନ୍ତ। ସାଧାରଣରେ ଜଣେ କ୍ଷମତାସୀନ ରାଜନେତାଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ମାତ୍ର ତାହାଠୁ ଅଧିକ ଆକର୍ଷଣୀୟ ଥିଲା ସେ ଶୋଭାଯାତ୍ରା। ସେଦିନ ରାତିରେ କଥାକାର ଦାଦ ପାନ୍ଥନିବାସରେ ରାତ୍ରିଯାପନ କରି ତାଳସାରି ବେଳାଭୂମିର ଅନନ୍ୟ ଶୋଭାରାଜିକୁ ଦର୍ଶନକରି ବିମୁଗ୍ଧ ହୋଇଥିଲେ। ତହିଁ ପରଦିନ ଚନ୍ଦନେଶ୍ୱର ମନ୍ଦିର ପ୍ରାଙ୍ଗଣ ମୁକ୍ତମଞ୍ଚରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ବିଧାୟକ ଅନନ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ତାଙ୍କୁ ଭୋଗରାଇବାସୀଙ୍କ ପକ୍ଷରୁ ପ୍ରଶସ୍ତିପତ୍ର କବି ବ୍ରଜନାଥ ରଥଙ୍କ କରକମଳରେ ପ୍ରଦାନ କରାଯାଇଥିଲା। ସେହି ସମ୍ବର୍ଦ୍ଧନାର ଉତ୍ତରରେ ଭୋଗରାଇବାସୀଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ ଯେ, ”ଜଣେ ଲେଖକଙ୍କୁ ତାଙ୍କ ଜନ୍ମଭୂମିରେ ସାଧାରଣ ଜନତାଙ୍କ ପକ୍ଷରୁ ଏଭଳି ସମ୍ବର୍ଦ୍ଧନା ଜ୍ଞାପନ ମୋ ଜୀବନ ଇତିହାସରେ ଏକ ଅବିସ୍ମରଣୀୟ ଘଟଣା ହୋଇ ରହିଗଲା। ଆପଣମାନଙ୍କର ଏଭଳି ଅକୃତ୍ରିମ ଶ୍ରଦ୍ଧାର ଉତ୍ତର ଦେବାକୁ ମୋ ପାଖରେ ଭାଷା ନିଅଣ୍ଟ। ଯେକୌଣସି ଆମତ୍ିକଶ୍ରଦ୍ଧାର ଉତ୍ତରକୁ କେବଳ ନମ୍ରତାର ସହିତ ଗ୍ରହଣ କରିବା ଛଡ଼ା ଅନ୍ୟକିଛି ଉପାୟ ନ ଥାଏ। ମୁଁ ଚିରକାଳ ମୋ ଭୂମିର, ଭୋଗରାଇବାସୀଙ୍କ ପାଖରେ ନତମସ୍ତକ ହୋଇ ଏହାକୁ ସାଦରେ ଗ୍ରହଣ କରି ଜୀବନକୁ ଧନ୍ୟ ମଣୁଛି।“ ଏହି ଉତ୍ତର ଶୁଣିବା କ୍ଷଣି ହଜାର ହଜାର ଲୋକେ କରତାଳିରେ ପ୍ରକମ୍ପିତ କରାଇଥିଲେ ସମଗ୍ର ସଭାସ୍ଥଳ। ଆଉ ମୁଁ ସେହି ସଭାମଞ୍ଚର ପୁରୋଭାଗରେ ଉପସ୍ଥିତ ଥାଇ ଆମତ୍ହରା ହୋଇ ନ ଥିଲି, ବରଂ କେତେବେଳେ ମୋ ଅଜାଣତରେ ଚକ୍ଷୁରୁ ଅଶ୍ରୁ ନିର୍ଗତ ହୋଇଯାଇଥିଲା। ଆଉ ମନେମନେ ନିଜକୁ ବି ଧନ୍ୟ ମଣୁଥିଲି ଯେ ମୋ ଜନ୍ମଭୂମି ଭୋଗରାଇମାଟିର ଏଭଳି ରତ୍ନଙ୍କର କିଛି ସ୍ନେହ ସାନ୍ନିଧ୍ୟ ଲାଭ କରିପାରିଛି ବୋଲି।
ବାସ୍ତବରେ ଜଣେ ଲେଖକଙ୍କ ପକ୍ଷରେ ଜନ୍ମଭୂମିରେ ଏମିତି ଏକ ବର୍ଣ୍ଣାଢ଼୍ୟ ସମ୍ବର୍ଦ୍ଧନା ଗ୍ରହଣ କେବଳ ମନୋଜ ବାବୁଙ୍କ ଭଳି ଯଶସ୍ବୀ ପ୍ରତିଭାଙ୍କ କ୍ଷେତ୍ରରେ ସମ୍ଭବ ହୋଇଥିଲା।

କାଳୀପଦ ପଣ୍ଡା
ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡେମୀ
ସୁନାରୂଇ, ବାଲିଆପାଳ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?