ଜଙ୍ଗଲ ଭିତରେ ଚାଲିଛି ଜଙ୍ଗଲରାଜ

କେନ୍ଦ୍ରାପଡ଼ା,୮ା୪(ଜଗନ୍ନାଥ ଧଳ): ଧାମରାଠାରୁ ପାରାଦୀପ ବନ୍ଦର ମଧ୍ୟରେ ଥିବା ସାମୁଦ୍ରିକ ଉପକୂଳ ଏବେ ଚିଙ୍ଗୁଡି ଘେରିରେ ଭରିଗଲାଣି। ପ୍ରତ୍ୟେକ ଦିନ ଏହି ତଟାଞ୍ଚଳରେ ଅନୂ୍ୟନ ୧୦ରୁ ଅଧିକ ଘେରି ପ୍ରସ୍ତୁତ ହେଉଛି। ଏଥିରେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ବାଦ୍‌ ପଡିନାହିଁ। ଚିଙ୍ଗୁଡି ଘେରିରୁ ଉତ୍ପନ୍ନ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ଓ ଗ୍ୟାସ ଏକ ବିଷ ବଳୟ ସୃଷ୍ଟି କରିଛି। ଏଥିରେ ମଣିଷ ସହ ବନ୍ୟ ଓ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ଖାରପାଣି ଚାଷକୁ ପ୍ରୋତ୍ସାହିତ କରି ହାଇକୋର୍ଟଙ୍କ ଆଦେଶକୁ ଅମାନ୍ୟ କରାଯାଉଛି। ଚିଙ୍ଗୁଡି ଘେରି ଉଚ୍ଛେଦ ଆଉ ହେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଦୋଳଗୋବିନ୍ଦ ଜେନା, ପ୍ରତାପ କୁମାର ପାଢ଼ୀ, ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ ପ୍ରମୁଖ କହିଛନ୍ତି ଯେ, ରାଜ୍ୟ ସରକାର ଖାରପାଣି ମାଛ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନର ଏହି ତତ୍ପରତା ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇଛି। ଏପରିକି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଚିଙ୍ଗୁଡି ଘେରି ମାଲିକଙ୍କ ଜଙ୍ଗଲରାଜ ଚାଲିଛି। ଜଙ୍ଗଲ ମଧ୍ୟରେ ତଟାଞ୍ଚଳ ଏବେ ଜବରଦଖଲକାରୀଙ୍କୁ ହାତକୁ ଚାଲିଯାଇଛି। ପ୍ରତ୍ୟେକ ଦିନ ନୂଆ କରି ୧୦ରୁ ୨୦ଟି ଘେରି ପ୍ରସ୍ତୁତ ହେଉଛି। ଏହି ଚାଷ ପାଇଁ ଏରିଏଟର ଓ ପାଣି ପମ୍ପ ଚାଳନା ଆବଶ୍ୟକ। ଏହି ଦୁଇ ଯନ୍ତ୍ରରୁ ଉତ୍ପନ୍ନ ଶବ୍ଦ ବନ୍ୟ ପ୍ରାଣୀଙ୍କୁ ବିଚଳିତ କରୁଛି। ସେହିପରି ଘେରି ପାଇଁ ଜଙ୍ଗଲ କାଟିବା ଏଠାରେ ସ୍ବାଭାବିକ ଘଟଣା ହୋଇଛି। ଚାଷ ପାଇଁ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟ, ଔଷଧ ବନ୍ୟ ଓ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁର କାରଣ ହୋଇଛି। ପ୍ରାୟ ୧୪ ପ୍ରକାର ନିଷିଦ୍ଧ ଔଷଧ ଚିଙ୍ଗୁଡିର ଶାରୀରିକ ଓ ବଂଶ ବୃଦ୍ଧି ପାଇଁ ବ୍ୟବହାର ହେଉଛି। ଘେରିରୁ ଜଳ ନିଷ୍କାସିତ ହୋଇ ନିକଟସ୍ଥ ନାଳ ମଧ୍ୟ ଦେଇ ସମୁଦ୍ରରେ ପଡୁଛି। ଏବେ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୨୬୩ ପ୍ରକାର ମାଛଙ୍କ ପ୍ରଜନନ ସମୟ। ତେବେ ଚିଙ୍ଗୁଡି ଘେରିର ରାସାୟନିକ ଦ୍ରବ୍ୟ ସାମୁଦ୍ରିକ ମାଛ ବଂଶ ବୃଦ୍ଧିକୁ ରୋକୁଛି। ଫଳରେ ଆଗାମୀଦିନରେ ଖାଦ୍ୟ ଆଶାରେ ଆସୁଥିବା ବିଦେଶୀ ପକ୍ଷୀର ସମ୍ଭାର ଦେଖିବାକୁ ମିଳିବ ନାହିଁ। ସେହିପରି ଜାନୁଆରୀରୁ ଡଲଫିନଙ୍କ ଗଣନା ହୋଇଥିଲେ ମଧ୍ୟ ସଂଖ୍ୟା ପ୍ରକାଶ ପାଉନାହିଁ। ଗତବର୍ଷଠାରୁ ଏଠାରେ ଢ଼େର କମ୍‌ ସଂଖ୍ୟା ରହିଥିବା ଆଲୋଚନା ହେଉଛି। ଚିଙ୍ଗୁଡି ଘେରିର ବୃଦ୍ଧି ଅର୍ଥ ସ୍ଥାନୀୟ ଅଞ୍ଚଳର ଚାଷରେ ବୃହତ୍‌ କ୍ଷତି। ସମୁଦ୍ରର ଖାରପାଣିକୁ ନାଳ ମଧ୍ୟରେ ଘେରିକୁ ଆଣିବା ସମୟରେ ସ୍ଥାନୀୟ ଚାଷ ଜମି ଲୁଣି ପାଲଟୁଛି। ଫଳରେ ପ୍ରତ୍ୟହ ଚାଷକୁ ନେଇ କଳିଗୋଳ ହେଉଛି। ହାଇକୋର୍ଟ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ହୋଇଥିଲା। ଏଥିପାଇଁ ହାଇକୋର୍ଟ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନକୁ ତାଗିଦ ହେଉଛି। ଏହାସତ୍ତ୍ୱେ ଚିଙ୍ଗୁଡି ଘେରି ଉଚ୍ଛେଦ ଏକପ୍ରକାର ବନ୍ଦ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରେ ଖାରପାଣି ମାଛ ଚାଷ ପାଇଁ କେତେଜଣ ଚାଷୀଙ୍କୁ ଅନୁମତି ଦିଆଯାଇଛି। ଚାଷ ପାଇଁ ଅନୁମତି ନେଇ ନ ଥିବା ଚାଷୀଙ୍କ ଘେରି ଉଚ୍ଛେଦ ହେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?