ସ୍ତ୍ରୀଙ୍କ ଜିଦ୍‌ ଆଗରେ ହାର୍‌ ମାନିଲେ ସ୍ବାମୀ: ପ୍ରେମିକ ସହ କଲେ…

କାନପୁର,୧।୧୧: ଉତ୍ତରପ୍ରଦେଶର କାନପୁରରେ ବଲିଉଡର ୧୯୯୯ ବ୍ଲକବଷ୍ଟର ‘ହମ ଦିଲ ଦେ ଚୁକେ ସନମ’ର ଏକ ପ୍ରକୃଷ୍ଟ ଉଦାହରଣ ସାମ୍ନାକୁ ଆସିଛି। କାନପୁରର ଜଣେ ବ୍ୟକ୍ତି ପାଞ୍ଚ ମାସ ପୂର୍ବରୁ ବିବାହ କରିଥିଲେ। ତା’ପରେ ପରିସ୍ଥିତି ଏପରି ହେଲା ଯେ ସେ ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହିତ ଭେଟ କରାଇଦେବାକୁ ସ୍ଥିର କଲେ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଙ୍କଜ ଶର୍ମା। ସେ ହରିୟାଣାର ଗୁରୁଗ୍ରାମର ଏକ ଘରୋଇ କମ୍ପାନୀରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରନ୍ତି। ଚଳିତ ବର୍ଷ ମେ ମାସରେ ପଙ୍କଜ କୋମଲ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ।
ପଙ୍କଜଙ୍କ କହିବା ମୁତାବକ କୋମଲ ବିବାହ ପରଠାରୁ ତାଙ୍କଠାରୁ କିଛି ଦୂରରେ ରହିଆସୁଥିଲେ। ଏହି ସମୟରେ ସେ କାହା ସହିତ କଥା ହେଉଥିଲେ। ସେ ପଙ୍କଜଙ୍କୁ ବିବାହ କରିବାକୁ ମନା କରି ନ ଥିଲେ କିନ୍ତୁ ବିବାହ ପରେ ସ୍ବୀକାର କରିଥିଲେ ଯେ ସେ ତାଙ୍କ ପ୍ରେମିକ ପିଣ୍ଟୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହା ପରେ ପଙ୍କଜ ତାଙ୍କ ଶାଶୁଙ୍କ ସହ କଥା ହୋଇଥିଲେ। ତା’ପରେ କୋମଲଙ୍କ ପରିବାର ସଦସ୍ୟ ଝିଅକୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ଦୃଢ ଼ରହିଥିଲେ। ପରେ ଏହି ମାମଲା ଘରୋଇ ହିଂସା ବିରୋଧୀ ସେଲ ଏବଂ ଆଶା ଜ୍ୟୋତି କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ କୋମଲ, ପଙ୍କଜ, ପିଣ୍ଟୁ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏକାଠି ବସି କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ହୋଇଥିଲେ। ଏଠି ମଧ୍ୟ ପିଣ୍ଟୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ କୋମଲ। କୋମଲଙ୍କ ଜିଦ୍‌ ଦେଖି ଉଦ୍ଦେଶ୍ୟ ଦେଖି ପଙ୍କଜ ପିଣ୍ଟୁ ସହ ସ୍ତ୍ରୀଙ୍କୁ କରିଦେବାକୁ ରାଜି ହୋଇଥିଲେ। ପଙ୍କଜ ନିଜେ ଜଣେ ଓକିଲଙ୍କ ସହ କଥା ହୋଇଥିଲେ ଏବଂ ଉଭୟଙ୍କ ପାଇଁ କୋର୍ଟ ବିବାହ କରିଥିଲେ। କୋମଲ ଏବଂ ପିଣ୍ଟୁଙ୍କ ବିବାହରେ ଉଭୟ ପରିବାରର ସମ୍ପର୍କୀୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri