Odisha Elections 2024

ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୦।୫: : ଖଲିସ୍ତାନୀ ନେତା ଗୁରପତଓ୍ବନ୍ତ ସିଂ ପନ୍ନୁ ହତ୍ୟା ଉଦ୍ୟମ ପଛରେ ନୂଆଦିଲ୍ଲୀ ସମ୍ପୃକ୍ତ ଥିବା ଅଭିଯୋଗର ନିର୍ଭରଯୋଗ୍ୟ ପ୍ରମାଣ ଆମେରିକା ଏପର୍ଯ୍ୟନ୍ତ ଦେଇ ନ ଥିବାବେଳେ ଭାରତର ଧର୍ମୀୟ ସ୍ବାଧୀନତା ଉପରେ ୟୁକ୍ତରାଷ୍ଟ୍ରର ରିପୋର୍ଟ ନିରାଧାର ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି। ଭାରତର ଜାତୀୟ ମାନସିକତା ଏବଂ ଇତିହାସ ସମ୍ପର୍କରେ ଆମେରିକା ପାଖରେ ବୁଝାମଣାର ଅଭାବ ରହିଥିବାରୁ ଏଭଳି ଭିତ୍ତିହୀନ ରିପୋର୍ଟ ପ୍ରକାଶ କରୁଥିବା ଜାଖାରୋଭା ମତ ଦେଇଛନ୍ତି। ଏହି ମାମଲାରେ ଭାରତକୁ ରୁଷିଆର ସମର୍ଥନ ପରେ ଆମେରିକା ନିଜ ମତ ବଦଳାଇଛି।
ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀ କହିଛନ୍ତ, ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରରେ ବେଇଡେନ ପ୍ରଶାସନ ଭାରତର ଉତ୍ତରଦାୟିତ୍ୱରେ ସନ୍ତୁଷ୍ଟ। ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ ପରେ ଏରିକ ଏହା କହିଛନ୍ତି।
ଆମେରିକାର ଥିଙ୍କ ଟ୍ୟାଙ୍କ ‘କାଉନସିଲ ଅଫ ଫରେନ୍‌ ରିଲେସନ୍‌’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏରିକ ଗାରସେଟ୍ଟୀ କହିଛନ୍ତି, ଯେତେବେଳେ ଦୁଇ ଦେଶ ସମ୍ପର୍କର ଉତ୍ଥାନ-ପତନ ବିଷୟରେ କଥା ଆସିବ ତେବେ ଏହା ଆମର ସମ୍ପର୍କର ପ୍ରଥମ ବଡ ଲଢେଇ। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ କରିଥିବା ଦାବିରେ ଭାରତର ଉତ୍ତରଦାୟିତ୍ୱରେ ବାଡେନ ସରକାର ସନ୍ତୁଷ୍ଟ ଅଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକୀୟ ମାଟିରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବାର କୌଣସି ପ୍ରୟାସ ଆମେରିକା ପାଇଁ ଏକ ରେଡ୍‌ ଲାଇନ୍‌।
ସୂଚନାଯୋଗ୍ୟ ଯେ, ଖାଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂ ପନ୍ନୁଙ୍କ ଆମେରିକା ଏବଂ କାନାଡାର ଦ୍ୱୈତ ନାଗରିକତା ରହିଛି। ସେ ପ୍ରାୟତଃ ଭାରତ ବିରୋଧରେ ମନ୍ତବ୍ୟ ଦିଅନ୍ତି। ନିକଟରେ ଆମେରିକା ଦାବି କରିଛି, ଆମେରିକାରେ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଭାରତ ଏକ ଷଡଯନ୍ତ୍ର ରଚିଛି। ଏହି ମାମଲାରେ ଚେକ ଗଣତନ୍ତ୍ରରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। ନିଖିଲ ଗୁପ୍ତାଙ୍କୁ ଜଣେ ଭାରତୀୟ ସରକାରୀ ଅଧିକାରୀ ପନ୍ନୁଙ୍କୁ ହତ୍ୟା କରିବାର ଦାୟିତ୍ୱ ଦେଇଥିଲେ। ଏଥିପାଇଁ ନିଖିଲ ଗୁପ୍ତା ଆମେରିକାରେ ନିଯୁକ୍ତ ହତ୍ୟାକାରୀଙ୍କ ସହ ପନ୍ନୁଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। ତେବେ ଆମେରିକାର ଡକ୍ୟୁମେଣ୍ଟରେ ଭାରତ ସରକାରୀ ଅଧିକାରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଉଛି ଜେଲନସ୍କିଙ୍କ ଟର୍ମ, ଏବେ ପ୍ରଶ୍ନ କ’ଣ ହେବ ୟୁକ୍ରେନରେ

କ୍ୱିଭ,୨୦।୫: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ କାର୍ଯ୍ୟକାଳ ନିୟମ ଅନୁଯାୟୀ ଆଜି ବା ସୋମବାର ଶେଷ ହେଉଛି, କିନ୍ତୁ ସେ ତାଙ୍କ ପଦରେ ରହିବେ। ତେବେ...

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri