Posted inଜାତୀୟ

କଂଗ୍ରେସରେ ଏବେ ଚପରାସୀ ବରିଷ୍ଠ ନେତାଙ୍କୁ ଦେଉଛନ୍ତି ଦଳ ସମ୍ପର୍କରେ ଜ୍ଞାନ, ଏହା ହାସ୍ୟାସ୍ପଦ କହିଲେ ମନୀଷ ତିଓ୍ବାରୀ…

ନୂଆଦିଲ୍ଲୀ, ୨୭।୮ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଶନିବାର କଂଗ୍ରେସ ଏମ୍‌ପି ମନୀଷ ତିୱାରୀ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଆଜାଦଙ୍କ ପାଞ୍ଚ ପୃଷ୍ଠାର ଚିଠିର ଦୋଷ ଦୁର୍ବଳତା ଉପରେ ସେ କୌ ଣସି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି। ଗୁଲାମ ନବୀ ବଝାଇବାର ସର୍ବୋତ୍ତମ ସ୍ଥିତିରେ ରହଥିବ ା ବୋଲି ସେ କହିଛନ୍ତି। ଏବେ ଚପରାସୀ ବରିଷ୍ଠ ନେତାଙ୍କୁ କଂଗ୍ରେସ ଦଳ ବିଷୟରେ ଜ୍ଞାନ ଦେଉଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ।

ସେ କହିଛନ୍ତି ଯେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁମାନଙ୍କର ୱାର୍ଡ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ନାହିଁ ସେମାନେ କଂଗ୍ରେସ ନେତାଙ୍କ ଚପରାସୀ ଥିଲେ। ମାତ୍ର ସମୟ ସହିତ ସେମାନେ ନିଜକୁ ଦଳର ବରିଷ୍ଠ ନେତା ମନେକରି ଅନ୍ୟଙ୍କୁ ହେୟ ମଣୁଛନ୍ତି। ଦଳ ଏବେ ଗୁରୁତର ଅବସ୍ଥାରେ ଅଛି। ଯାହା ଘଟୁଛି ତାହା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ମନୀଷ କହିଛନ୍ତି।

ମନୀଷ ତିୱାରୀ ଆହୁରି କହିଛନ୍ତି ଯେ ଆମକୁ କାହାଠାରୁ ସାର୍ଟିଫିକେଟ ଦରକାର ନାହିଁ। ମୁଁ ଏହି ପାର୍ଟିକୁ ୪୨ ବର୍ଷ ଦେଇଛି। ମୁଁ ଏହା ପୂର୍ବରୁ କହିଛି, ଆମେ କଂଗ୍ରେସର ଭିକାରୀ ନୁହଁ, ଆମେ ସଦସ୍ୟ । ବର୍ତ୍ତମାନ ଯଦି ତୁମେ ଆମକୁ ବାହାର କରିବାକୁ ଚେଷ୍ଟା କର, ତାହା ଅନ୍ୟ ଏକ କଥା। ଆମେ ସେଭଳି ପରିସ୍ଥିତିର ମଧ୍ୟ ସାମନା କରିବୁ।

ମନୀଷ ତିୱାରୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଆମ ମଧ୍ୟରୁ ୨୩ ଜଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲୁ ଯେ କଂଗ୍ରେସର ଅବସ୍ଥା ଚିନ୍ତାଜନକ। ଏହା ଉପରେ ବିଚାର କରିବା ଆବଶ୍ୟକ। ଅନେକ ଲୋକ ଏବଂ ପରିବାର ନିଜ ରକ୍ତରେ କଂଗ୍ରେସକୁ ଗଠନ କରିଛନ୍ତି। ଯଦି କେହି କିଛି ପାଇଛନ୍ତି ତାହା ମାଗଣାରେ ପାଇ ନାହାନ୍ତି। ନିଜ ଉଦମ୍ୟରେ ପାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri