Posted inଜାତୀୟ

କଂଗ୍ରେସରେ ଏବେ ଚପରାସୀ ବରିଷ୍ଠ ନେତାଙ୍କୁ ଦେଉଛନ୍ତି ଦଳ ସମ୍ପର୍କରେ ଜ୍ଞାନ, ଏହା ହାସ୍ୟାସ୍ପଦ କହିଲେ ମନୀଷ ତିଓ୍ବାରୀ…

ନୂଆଦିଲ୍ଲୀ, ୨୭।୮ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଶନିବାର କଂଗ୍ରେସ ଏମ୍‌ପି ମନୀଷ ତିୱାରୀ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଆଜାଦଙ୍କ ପାଞ୍ଚ ପୃଷ୍ଠାର ଚିଠିର ଦୋଷ ଦୁର୍ବଳତା ଉପରେ ସେ କୌ ଣସି ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି। ଗୁଲାମ ନବୀ ବଝାଇବାର ସର୍ବୋତ୍ତମ ସ୍ଥିତିରେ ରହଥିବ ା ବୋଲି ସେ କହିଛନ୍ତି। ଏବେ ଚପରାସୀ ବରିଷ୍ଠ ନେତାଙ୍କୁ କଂଗ୍ରେସ ଦଳ ବିଷୟରେ ଜ୍ଞାନ ଦେଉଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ।

ସେ କହିଛନ୍ତି ଯେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁମାନଙ୍କର ୱାର୍ଡ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର କ୍ଷମତା ନାହିଁ ସେମାନେ କଂଗ୍ରେସ ନେତାଙ୍କ ଚପରାସୀ ଥିଲେ। ମାତ୍ର ସମୟ ସହିତ ସେମାନେ ନିଜକୁ ଦଳର ବରିଷ୍ଠ ନେତା ମନେକରି ଅନ୍ୟଙ୍କୁ ହେୟ ମଣୁଛନ୍ତି। ଦଳ ଏବେ ଗୁରୁତର ଅବସ୍ଥାରେ ଅଛି। ଯାହା ଘଟୁଛି ତାହା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି ମନୀଷ କହିଛନ୍ତି।

ମନୀଷ ତିୱାରୀ ଆହୁରି କହିଛନ୍ତି ଯେ ଆମକୁ କାହାଠାରୁ ସାର୍ଟିଫିକେଟ ଦରକାର ନାହିଁ। ମୁଁ ଏହି ପାର୍ଟିକୁ ୪୨ ବର୍ଷ ଦେଇଛି। ମୁଁ ଏହା ପୂର୍ବରୁ କହିଛି, ଆମେ କଂଗ୍ରେସର ଭିକାରୀ ନୁହଁ, ଆମେ ସଦସ୍ୟ । ବର୍ତ୍ତମାନ ଯଦି ତୁମେ ଆମକୁ ବାହାର କରିବାକୁ ଚେଷ୍ଟା କର, ତାହା ଅନ୍ୟ ଏକ କଥା। ଆମେ ସେଭଳି ପରିସ୍ଥିତିର ମଧ୍ୟ ସାମନା କରିବୁ।

ମନୀଷ ତିୱାରୀ କହିଛନ୍ତି ଯେ ଦୁଇ ବର୍ଷ ପୂର୍ବେ ଆମ ମଧ୍ୟରୁ ୨୩ ଜଣ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲୁ ଯେ କଂଗ୍ରେସର ଅବସ୍ଥା ଚିନ୍ତାଜନକ। ଏହା ଉପରେ ବିଚାର କରିବା ଆବଶ୍ୟକ। ଅନେକ ଲୋକ ଏବଂ ପରିବାର ନିଜ ରକ୍ତରେ କଂଗ୍ରେସକୁ ଗଠନ କରିଛନ୍ତି। ଯଦି କେହି କିଛି ପାଇଛନ୍ତି ତାହା ମାଗଣାରେ ପାଇ ନାହାନ୍ତି। ନିଜ ଉଦମ୍ୟରେ ପାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri