ବସ୍‌ରେ ଲାଇବ୍ରେରି

ଭୁବନେଶ୍ୱର, ୧୪।୬(ବ୍ୟୁରୋ): ବସ୍‌ରେ ହୋଇଛି ଲାଇବ୍ରେରି। କଲେଜ ପିଲାଙ୍କ ଯାତାୟତ ପାଇଁ ବ୍ୟବହାର କରାଯାଉଥିବା ପୁରୁଣା ବସ୍‌କୁ ଲାଇବ୍ରେରିର ରୂପ ଦିଆଯାଇଛି। ଏହାର ଭିତର ଏବଂ ବାହାର ପାର୍ଶ୍ୱରେ ବିଭିନ୍ନ ଚିତ୍ର ଅଙ୍କାଯାଇ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରାଯାଇଛି। କଳାଭୂମିଠାରେ ବକୁଳ ଫାଉଣ୍ଡେଶନ୍‌ ଦ୍ୱାରା ପ୍ରସ୍ତୁତ ଏହି ବସ୍‌ ଲାଇବ୍ରେରି ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଓଏସ୍‌ଆର୍‌ଟିସି ଦ୍ୱାରା ଦାନ କରାଯାଇଥିବା ଏକ ପୁରୁଣା ପରିତ୍ୟକ୍ତ ବସ୍‌ରେ ଏହି ଲାଇବ୍ରେରି ତିଆରି ହୋଇଛି। ଏହାକୁ ଭିନ୍ନ ରୂପ ଦିଆଯାଇ ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗ ଏବଂ ସିଡାକ୍‌ ବିଭାଗ ଦ୍ୱାରା ‘କଳାଭୂମି’ ସଂଗ୍ରହାଳୟ ନିକଟରେ ସ୍ଥାପନ କରାଯାଇଛି। ଏହା ମୋବାଇଲ୍‌ ବା ଭ୍ରମଣଶୀଳ ଲାଇବ୍ରେରି ନୁହେଁ ବରଂ କ୍ରାଫ୍ଟ ମ୍ୟୁଜିୟମର ପାର୍କିଂ ସ୍ଥାନରେ ସ୍ଥାୟୀ ଲାଇବ୍ରେରି ଭାବେ ରହିଛି।
ଏହି ଲାଇବ୍ରେରୀକୁ ସୋମବାର ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ସଚିବ ଶୁଭା ଶର୍ମା, ଶିକ୍ଷାବିତ ପ୍ରଫେସର ଡି.ପି. ପଟ୍ଟନାୟକ, ସିଡାକ୍‌ର ମେମ୍ବର ସେକ୍ରେଟାରୀ ଶିଶିର କୁମାର ରଥ, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ବକୁଲ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂଗ୍ରହାଳୟକୁ ଆସୁଥିବା ଲୋକେ ସଂଗ୍ରହାଳୟ ବୁଲି ଦେଖିବା ସହ ବହିପଢ଼ାର ସୁଯୋଗ ପାଇବେ। ବସ୍‌ର ସିଟ୍‌ଗୁଡ଼ିକୁ ଉଠାଇ ଦିଆଯିବା ସହ ବ୍ୟାଗେଜ୍‌ ର଼୍ୟାକ୍‌ ସହିତ ଗୋଟିଏ ପାର୍ଶ୍ୱରେ ବୁକ୍‌ ର଼୍ୟାକ୍‌ ପ୍ରସ୍ତୁତ କରାଯାଇଛି। ପାଠକ ସୁବିଧାରେ ବସିବା ପାଇଁ ବେଞ୍ଚ ବ୍ୟବସ୍ଥା କରାଯାଇଛି। ବସ୍‌ଯାତ୍ରା ଅନୁଭୂତି ସହିତ ବହିପଢ଼ାର ମଜା ପାଇପାରିବେ। ସେହିପରି ଡ୍ରାଇଭରଙ୍କ ଚେୟାର ଓ ଷ୍ଟିଅରିଂ ଚକକୁ ପାଠକମାନଙ୍କ ପାଇଁ ସେଲ୍ଫି ପଏଣ୍ଟ କରାଯାଇଛି। ପଟ୍ଟଚିତ୍ର ଓ ଅନ୍ୟାନ୍ୟ ପାରମ୍ପରିକ ଚିତ୍ରକଳାକୁ ବସ୍‌ର ବାହ୍ୟରେ ଡିଜାଇନ୍‌ କରାଯାଇଛି। ପାଠକମାନେ ବସ୍‌ ଭିତରେ କିମ୍ବା ବାହାରେ ଥିବା ଶୀତଳ ପରିବେଶରେ ବହି ପଢ଼ିପାରିବେ। ଏହି ଲାଇବ୍ରେରିରେ କାହାଣୀ କହିବା ଓ ହସ୍ତଶିଳ୍ପ କର୍ମଶାଳା ଉପରେ ମଧ୍ୟ ବିଭିନ୍ନ ଅଧିବେଶନ ଆୟୋଜନ କରାଯିବ। ଲାଇବ୍ରେରିକୁ ଅପରାଜିତା ମହାନ୍ତି ଓ ପିଣ୍ଟୁ ଭଟ୍ଟାଚାର୍ଯ୍ୟ ପରିଚାଳନା କରିବେ। ଏଠାରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବିଭିନ୍ନ ପୁସ୍ତକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri