Posted inଜାତୀୟ

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪ ବେଡ୍‌ରୁମ୍‌ ବିଶିଷ୍ଟ ଘର ନିର୍ମାଣ ପୂର୍ବରୁ ଏହି ଦମ୍ପତି ତାଜମହଲ ଦେଖିବା ଲାଗି ଆଗ୍ରା ଯାଇଥିଲେ। ସେମାନେ ତାଜମହଲର ଆର୍କିଟେକଚରକୁ ଅଧ୍ୟୟନ କରି ନୋଟ ପ୍ରସ୍ତୁତ କରିଥିଲେ, ଯାହାକୁ ଆଧାର କରି ଘର ନିର୍ମାଣ କରାଯାଇଛି।

ପ୍ରଥମେ ଚୋକସି ତାଙ୍କ ଇଞ୍ଜିନିୟରକୁ ୮୦ ଫିଟ୍‌ ଉଚ୍ଚର ଏକ ଘର ନିର୍ମାଣ କରିବାକୁ କହିଥିଲେ। କିନ୍ତୁ ସୁଉଚ୍ଚ ସ୍ଥାପତ୍ୟ ଲାଗି ଅନୁମତି ମିଳି ନ ଥିଲା। ଏହି ପ୍ରତ୍ୟାଖ୍ୟାନ ଯୋଗୁ ସେ ତାଜମହଲ ଭଳି ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଚୋକ୍‌ସିଙ୍କ ସ୍ବତନ୍ତ୍ର ଘର ନିର୍ମାଣ ଲାଗି ୩ ବର୍ଷ ଲାଗିଥିଲା। ଇଞ୍ଜିନିୟରମାନେ ତାଜମହଲର ୩ଡି ଚିତ୍ରକୁ ଆଧାର କରି ଏହାର ନିର୍ମାଣ କରିଛନ୍ତି।

ଇଞ୍ଜିନିୟର ପ୍ରବୀଣ ଚୋକିସିଙ୍କ ଅନୁଯାୟୀ, ୯୦ ସ୍କୋୟାର ମିଟରରେ ଛିଡ଼ା ହୋଇଥିବା ବିରାଟ ଘର ଉପରେ ତାଜମହଲ ଭଳି ଏକ ଡୋମ ଲାଗିଛି। ଏହାର ଉଚ୍ଚତା ୨୯ ଫିଟ୍‌। ଏହି ଘରେ ଦୁଇଟି ବେଡ୍‌ରୁମ୍‌, କିଚେନ, ଲାଇବ୍ରେରି ଓ ମେଡିଟେଶନ ରୁମ୍‌ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଓ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ: ସରକାରୀ କ୍ଷତିପୂରଣ ନେଇ ଚାଷୀ ଅମଙ୍ଗ; ୪୧ ଗିରଫ

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶ ଜେଓ୍ବରରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ନେଇ ସ୍ଥାନୀୟ ଚାଷୀ ଏବଂ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଜମି ଅଧିଗ୍ରହଣରେ ନିଜର ଜମି ହରାଉଥିବା...

କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଛାଟ…

ନୂଆଦିଲ୍ଲୀ,୬।୯: ଟ୍ରିବ୍ୟୁନାଲ ସଂସ୍କାର ଆଇନ ପ୍ରଣୟନ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ସଂସ୍କାର ଅଧିନିୟମ ସଂସ୍କାର ଆଇନ ଦ୍ୱାରା ଟ୍ରିବ୍ୟୁନାଲର ସଦସ୍ୟ...

ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲା ପୁଅ

ଭଦୋହି (ଉତ୍ତରପ୍ରଦେଶ),୨୭।୭: ଜଣେ ଯୁବକ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସୁରଓ୍ବାୟାନ ଅଞ୍ଚଳର ମଧୁପୁର ଗାଁରେ। ମୁଖ୍ୟ ଅଭିଯୁକ୍ତ...

କୁକୁରଙ୍କ ପାଇଁ ହେବ ଶ୍ମଶାନ: ପୂଜକ କରିବେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୨୦।୧୨: ଦକ୍ଷିଣ ଦିଲ୍ଲୀ ନଗର ନିଗମ (ଏସ୍‌ଡିଏମ୍‌ସି) କୁକୁରଙ୍କ ପାଇଁ ଏକ ସର୍ବସାଧାରଣ ଶ୍ମଶାନ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଶ୍ମଶାନରେ କୁକୁରଙ୍କ ଅନ୍ତିମ...

ଦେଶରେ ଆଜି ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୨ ନୂଆ...

ଡିକେ ଶିବକୁମାର ହେଲେ କର୍ନାଟକ କଂଗ୍ରେସର ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୧।୩: କର୍ନାଟକ କଂଗ୍ରେସର ମଙ୍ଗ ଧରିଛନ୍ତି ଡିକେ ଶିବକୁମାର। ବୁଧବାର ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର...

୨ ଦିନ ପରେ କବରରୁ ଉଠିଲେ ମୃତ ବ୍ୟକ୍ତି !

କାନପୁର, ୯।୮: ଉତ୍ତରପ୍ରଦେଶରେ ପୋଲିସ ବିଭାଗର ମନମୁଖୀ ତଦନ୍ତ ଯୋଗୁ ସାଧାରଣ ଲୋକେ ହଇରାଣ ହେବାରେ ଲାଗିଛିନ୍ତି। ପୋଲିସ ବାବୁମାନେ ଜୀବିତ ଲୋକଙ୍କୁ କାଗଜପତ୍ରରେ ମୃତ...

ଟୁଇଟ୍‌ କରି ଫସିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ,୨୧।୫:ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ଟୁଇଟ୍‌ କରି ଫସିଯାଇଛନ୍ତି। ଟୁଇଟର ତାଙ୍କ ଟୁଇଟ୍‌କୁ ମ୍ୟାନୁପଲେଟେଡ୍‌ ମିଡିଆ ବା ‘କଣ୍ଟେଣ୍ଟ୍‌ ହେରଫେର’...

Advertisement
Archives

Model This Week