ଗୋଟିଏ କ୍ଲିକ୍‌ରେ ରଜପାନ

ଭୁବନେଶ୍ୱର, ୧୪।୬(ବ୍ୟୁରୋ) : ରଜରେ ପାନର ଭିନ୍ନ ଏକ ସ୍ବତନ୍ତ୍ରତା ରହିଛି। ପୋଡ଼ପିଠା ବିନା ଯେପରି ରଜ ଅଧୁରା, ପାନ ବିନା ସେପରି ଫିକା । ବର୍ଷସାରା ପାନ ଠାରୁ ଯେତେ ଦୂରେଇ ରହିଲେ ବି ରଜ ତିନିଦିନ ପାଇଁ ସବୁ ମାଫ୍‌। ପାନ ଖାଇ ପାଟି ନାଲି କରିବାକୁ ଝିଅମାନଙ୍କୁ ଏହି ଦିନରେ ଅନୁମତି ମିଳିଯାଏ। ତେଣୁ ରଜରେ ପାନର ଚାହିଦା ବଢ଼ିଯାଏ। ଏହାକୁ ଦୃଷ୍ଟିରେ ରଖି ପାନ ବ୍ୟବସାୟୀଙ୍କ ପକ୍ଷରୁ ବିଭିନ୍ନ ପାନର ବ୍ୟବସ୍ଥା କରାଯାଇଛି। ଏହି ଦୌଡ଼ରେ ସାମିଲ ହୋଇଛି ଶହୀଦ ନଗର ବନାରସ ପାନ ଭଣ୍ଡାର। ଦିଲ୍‌ଖୁସ୍‌ ପାନ, ଦିଲ୍‌ବାହାର, ଦିଲ୍‌ ଦିଓ୍ବାନା, ବଣ୍ଟି ବବ୍‌ଲି ପାନ, ଲଭର୍ସ ଗିଫ୍ଟ, ଡାଏଟ୍‌ ପାନ, ମଲାଇ ପାନ, ପାନ ସେକ୍‌, ପାନ ଲସି ଠାରୁ ଆରମ୍ଭ କରି ବିଭିନ୍ନ ଫ୍ଲେଭରର ପାନ ଯଥା ଷ୍ଟ୍ରବେରୀ ଫ୍ଲେବର, ଚକୋଲେଟ୍‌ ଫ୍ଲେବର, ଅରେଞ୍ଜ ଫ୍ଲେବର, ପିଲାଙ୍କ ପାଇଁ ଚକୋଜ୍‌ ପାନ, କିଟ୍‌କାଟ ପାନ, ଚୁସ୍‌କି ପାନ, ଓରିଓ ପାନ, ଲଡୁ ମିଠାଇ ପାନ ଓ ବିଭିନ୍ନ ଡ୍ରିମ୍‌ ନାଇଟ୍‌ ପାନ ଭଳି ୧୩୪ ପ୍ରକାରରୁ ଊର୍ଦ୍ଧ୍ୱ ପାନ ଏଠାରେ ମିଳୁଛି। ଚଳିତ ଥର ଗ୍ରାହକଙ୍କ ଲାଗି ଆସିଛି ‘ମ୍ୟାଜିକ୍‌ ପାନ’। ଏଗୁଡ଼ିକର ଦାମ୍‌ ୨୦ଟଙ୍କା ଠାରୁ ଆରମ୍ଭ ହୋଇ ୧୧୧୧ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଟ୍ରାଡ଼ିସିନାଲ୍‌ ଗିଫ୍ଟ ପ୍ୟାକ୍‌ରେ ରଜ କର୍ପୋରେଟ ଗିଫ୍ଟ, ରଜଓ୍ବାଡ଼ି ବାସ୍କେଟ, ସିଲ୍କ୍‌ ପାନ ବାସ୍କେଟ, ଅଲ୍‌ଓ୍ବେଜ୍‌ ଫରଏଭର୍‌, ଫାର୍ଷ୍ଟ ନାଇଟ୍‌ ପାନ ଭଳି ଗିଫ୍ଟ ପ୍ୟାକ୍‌ ରହିଛି। ଗୋଟିଏ କ୍ଲିକ୍‌ରେ କିପରି ଘରେ ବସି ଭେରାଇଟି ପାନର ମଜା ନେଇ ପାରିବେ, ସେ ନେଇ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି ବୋଲି ବନରସ ପାନ ଭଣ୍ଡାରର ମାଲିକ ରମାକାନ୍ତ ସେନାପତି କହିଛନ୍ତି। ସ୍ବିଗି, ଉପହାର ଡଟ୍‌ କମ୍‌, ମୋ ବିବିଏସ୍‌ଆର୍‌ ଏବଂ www.banarasipanbhandar.com ମାଧ୍ୟମରେ ଗ୍ରାହକ ପାନ ପାଇଁ ଅର୍ଡର କରି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ କାରିଗର, ହସ୍ତଶିଳ୍ପୀଙ୍କୁ ‘ଓଡ଼ିଶା ହେରିଟେଜ ଆୱାଡର୍‌ସ’

ଭୁବନେଶ୍ୱର,୧୭।୭(ବ୍ୟୁରୋ) – ରାଜ୍ୟର କଳା ଓ ଡିଜାଇନ୍‌ ଐତିହ୍ୟ ପ୍ରତି ପ୍ରମୁଖ ଯୋଗଦାନ ରଖିଥିବା ପ୍ରତିଭାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସଫଳତାକୁ ନେଉ ଉତ୍ସବ...

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଏସବୁ ଜିଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ। କେତେକ ଜିଲାର ତାପମାତ୍ରା ୪୦ ଡିଗ୍ରୀ...

ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌

କଟକ ଅଫିସ,୧୯।୭: ଅଗଷ୍ଟ ୨୭ରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା...

ପାରାଦୀପରେ ତାଣ୍ଡବ ରଚିଲା ଅମ୍ଫନ୍‌: ୨୪ ଘଣ୍ଟା ବର୍ଷା ପବନରେ ଲୋକେ ଆତଙ୍କିତ

ପାରାଦୀପ,୨୦ା୫(ସ୍ବ.ପ୍ର.): ବଙ୍ଗୋପ ସାଗରରୁ ସୃଷ୍ଟ ବାତ୍ୟା ଅମ୍ଫାନ ପାରାଦୀପରେ ତାଣ୍ଡବ ରଚିଛି। ଏହାଦ୍ୱାରା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଘଣ୍ଟାପ୍ରତି ୧୦୬ କି.ମି. ବେଗରେ ପବନ...

୨୭ରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର...

୮ରେ ଦାନାବାନ୍ଧିବ ବାତ୍ୟା

ଭୁବନେଶ୍ୱର,୭ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଶନିବାର ଏହା ଅବପାତ (ଡିପ୍ରେସନ)ରେ ପରିଣତ...

ବାଇକ୍‌ ମେକାନିକ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୧।୫ (ବ୍ୟୁରୋ): ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ...

ଓଡିଶାବାସୀ ଆମର ବସ୍‌: ନବୀନ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ)-ନିର୍ବାଚନ ଜିତିବା, କ୍ଷମତା ହାତେଇବା ଓ କେନ୍ଦ୍ରରେ ସରକାର ଗଢିବା ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ । ଜାତୀୟ ନେତୃତ୍ୱକୁ ଖୁସି କରି ମନ୍ତ୍ରୀ କିମ୍ବା...

Advertisement
Archives

Model This Week