ଗୋଟିଏ କ୍ଲିକ୍‌ରେ ରଜପାନ

ଭୁବନେଶ୍ୱର, ୧୪।୬(ବ୍ୟୁରୋ) : ରଜରେ ପାନର ଭିନ୍ନ ଏକ ସ୍ବତନ୍ତ୍ରତା ରହିଛି। ପୋଡ଼ପିଠା ବିନା ଯେପରି ରଜ ଅଧୁରା, ପାନ ବିନା ସେପରି ଫିକା । ବର୍ଷସାରା ପାନ ଠାରୁ ଯେତେ ଦୂରେଇ ରହିଲେ ବି ରଜ ତିନିଦିନ ପାଇଁ ସବୁ ମାଫ୍‌। ପାନ ଖାଇ ପାଟି ନାଲି କରିବାକୁ ଝିଅମାନଙ୍କୁ ଏହି ଦିନରେ ଅନୁମତି ମିଳିଯାଏ। ତେଣୁ ରଜରେ ପାନର ଚାହିଦା ବଢ଼ିଯାଏ। ଏହାକୁ ଦୃଷ୍ଟିରେ ରଖି ପାନ ବ୍ୟବସାୟୀଙ୍କ ପକ୍ଷରୁ ବିଭିନ୍ନ ପାନର ବ୍ୟବସ୍ଥା କରାଯାଇଛି। ଏହି ଦୌଡ଼ରେ ସାମିଲ ହୋଇଛି ଶହୀଦ ନଗର ବନାରସ ପାନ ଭଣ୍ଡାର। ଦିଲ୍‌ଖୁସ୍‌ ପାନ, ଦିଲ୍‌ବାହାର, ଦିଲ୍‌ ଦିଓ୍ବାନା, ବଣ୍ଟି ବବ୍‌ଲି ପାନ, ଲଭର୍ସ ଗିଫ୍ଟ, ଡାଏଟ୍‌ ପାନ, ମଲାଇ ପାନ, ପାନ ସେକ୍‌, ପାନ ଲସି ଠାରୁ ଆରମ୍ଭ କରି ବିଭିନ୍ନ ଫ୍ଲେଭରର ପାନ ଯଥା ଷ୍ଟ୍ରବେରୀ ଫ୍ଲେବର, ଚକୋଲେଟ୍‌ ଫ୍ଲେବର, ଅରେଞ୍ଜ ଫ୍ଲେବର, ପିଲାଙ୍କ ପାଇଁ ଚକୋଜ୍‌ ପାନ, କିଟ୍‌କାଟ ପାନ, ଚୁସ୍‌କି ପାନ, ଓରିଓ ପାନ, ଲଡୁ ମିଠାଇ ପାନ ଓ ବିଭିନ୍ନ ଡ୍ରିମ୍‌ ନାଇଟ୍‌ ପାନ ଭଳି ୧୩୪ ପ୍ରକାରରୁ ଊର୍ଦ୍ଧ୍ୱ ପାନ ଏଠାରେ ମିଳୁଛି। ଚଳିତ ଥର ଗ୍ରାହକଙ୍କ ଲାଗି ଆସିଛି ‘ମ୍ୟାଜିକ୍‌ ପାନ’। ଏଗୁଡ଼ିକର ଦାମ୍‌ ୨୦ଟଙ୍କା ଠାରୁ ଆରମ୍ଭ ହୋଇ ୧୧୧୧ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଟ୍ରାଡ଼ିସିନାଲ୍‌ ଗିଫ୍ଟ ପ୍ୟାକ୍‌ରେ ରଜ କର୍ପୋରେଟ ଗିଫ୍ଟ, ରଜଓ୍ବାଡ଼ି ବାସ୍କେଟ, ସିଲ୍କ୍‌ ପାନ ବାସ୍କେଟ, ଅଲ୍‌ଓ୍ବେଜ୍‌ ଫରଏଭର୍‌, ଫାର୍ଷ୍ଟ ନାଇଟ୍‌ ପାନ ଭଳି ଗିଫ୍ଟ ପ୍ୟାକ୍‌ ରହିଛି। ଗୋଟିଏ କ୍ଲିକ୍‌ରେ କିପରି ଘରେ ବସି ଭେରାଇଟି ପାନର ମଜା ନେଇ ପାରିବେ, ସେ ନେଇ ଅନ୍‌ଲାଇନ୍‌ର ବ୍ୟବସ୍ଥା କରାଯାଇଛି ବୋଲି ବନରସ ପାନ ଭଣ୍ଡାରର ମାଲିକ ରମାକାନ୍ତ ସେନାପତି କହିଛନ୍ତି। ସ୍ବିଗି, ଉପହାର ଡଟ୍‌ କମ୍‌, ମୋ ବିବିଏସ୍‌ଆର୍‌ ଏବଂ www.banarasipanbhandar.com ମାଧ୍ୟମରେ ଗ୍ରାହକ ପାନ ପାଇଁ ଅର୍ଡର କରି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri