ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ। ତେବେ ଗଞ୍ଜାମ -କନ୍ଧମାଳ ଓ ଗଜପତି ପାଇଁ ବିଗତ ବର୍ଷ ଥିଲା ଘଟଣାବହୁଳ। କେତେକ କାର୍ଯ୍ୟକଳାପକୁ ନେଇ ଜିଲା ଚଚ୍ଚର୍ର୍ାରେ ରହିଥିଲା। ବ୍ରହ୍ମପୁର ସହରରେ ବୋହୂର ଶାଶୁଘର ଆଗରେ ଧାରଣା, କନ୍ଧମାଳର ତାଡିସରୁ ବାଇଙ୍କୁ ପଦ୍ମଶ୍ରୀ, ରହସ୍ୟ ଘେରରେ ପାରଳାଖେମୁଣ୍ଡିର ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବଂ ଅନ୍ୟାନ୍ୟ ଛୋଟବଡ ଖବରକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।

ପାହାଡ଼ ଉପରେ ଅନ୍‌ଲାଇନ ପାଠ

କରୋନା ମହାମାରୀରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ହେଲା। ବିଦ୍ୟାଳୟଗୁଡିକୁ ଏହା ପୂର୍ବରୁ ବନ୍ଦ କରି ଦିଆଗଲା। ପରିସ୍ଥିତି ନ ସୁଧୁରିବାରୁ ସରକାର ପିଲାମାନଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇବାକୁ ନିଷ୍ପତ୍ତି ନେଲେ। ହେଲେ କନ୍ଧମାଳ ଜିଲାରେ ଏହାର କରୁଣ ଚିତ୍ର ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଥିଲା। ଜଙ୍ଗଲ, ପାହାଡ଼ ଘେରା ଅଞ୍ଚଳରେ ତଥା ଅଧିକାଂଶ ଗ୍ରାମରେ ନେଟ୍‌ଓ୍ବର୍କ ସୁବିଧା ନ ଥିବାରୁ ପିଲାମାନେ ପାହାଡରେ ଚଢ଼ି ନେଟୱର୍କ ଆସୁଥିବା ସ୍ଥାନରେ ରହି ପଢ଼ିବାକୁ ବାଧ୍ୟ ହେଉଥିଲେ।

ଚାଲିଗଲେ ପୂର୍ବତନ ଏମ୍‌ପି ସୁଗ୍ରୀବ ସିଂ
କନ୍ଧମାଳ ଜିଲାର ଲୋକପ୍ରିୟ ନେତା ତଥା ବିଜୁ ଜନତା ଦଳର ପୂର୍ବତନ କନ୍ଧମାଳ ଏମ୍‌ପି ସୁଗ୍ରୀବ ସିଂ(୫୮)ଙ୍କୁ କରୋନା ନେଇଗଲା। କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏପ୍ରିଲ ୨୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ସିଂ ୨୦୦୪ ନିର୍ବାଚନରେ ବିଜୟୀ ହୋଇ ୨୦୦୯ ପର୍ଯ୍ୟନ୍ତ କନ୍ଧମାଳ ଏମ୍‌ପି ଥିଲେ।
ଦୈନିକ ଖବରକାଗଜ ‘ଧରିତ୍ରୀ’ରେ ସେ ବହୁ ବର୍ଷ ଧରି ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ।

ପଦ୍ମଶ୍ରୀ ଗ୍ରହଣ କଲେ ତାଡିସରୁବାଇ

କନ୍ଧମାଳ ଜିଲାର ଲୋକପ୍ରିୟ ଆଧ୍ୟାତ୍ମିକ କବୟିତ୍ରୀ ତଥା ଆଦିବାସୀ ସଂସ୍କାରକ ଭାବେ ଜଣାଶୁଣା ତାଡିସରୁବାଇ ଓରଫ ପୂର୍ଣ୍ଣମାସୀ ଜାନୀଙ୍କୁ ନଭେମ୍ବର,୨୦୨୧ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ଖଜୁରିପଡା ବ୍ଲକ ଚାରିପଡା ଗ୍ରାମର ପୂର୍ଣ୍ଣମାସୀ ଏକ ବିସ୍ମୟ ପ୍ରତିଭା ଭାବେ ଲକ୍ଷାଧିକ ଆଧ୍ୟାତ୍ମିକ ସଂଗୀତ ସୃଷ୍ଟିି କରିଛନ୍ତି।

କନ୍ଧମାଳ ଦଙ୍ଗାରେ ୩୦ ଜଣଙ୍କୁ ଜେଲ

କନ୍ଧମାଳ ଜିଲାରେ ୨୦୦୮ ଦଙ୍ଗା ସାରା ଦେଶ ବିଦେଶରେ ହଇଚଇ ଖେଳାଇ ଦେଇଥିଲା। ଦଙ୍ଗାରେ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ୨୦୦୮ ଅଗଷ୍ଟ ୨୪ ରେ ହୋଇଥିବା ମାରପିଟ ଘଟଣାରେ ୩୦ ଜଣ ସାମିଲ ଥିଲେ।ସେମାନଙ୍କ ନାମରେ କୋଟଗଡ ଥାନାରେ ଏତଲା ହୋଇଥିଲା। କୋଟଗଡ ଜେଏମ୍‌ଏଫ୍‌ସି କୋର୍ଟ ଏହାର ବିଚାର କରି ଜୁଲାଇ ୭ରେ ସମସ୍ତ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଥିଲେ।

 

ଧାରଣାରେ ତପସ୍ବିନୀ
ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ବ୍ରହ୍ମାନଗର ସ୍ଥିତ ଶ୍ୱଶୁରଘର ଆଗରେ ୧୦ ଦିନ ଧାରଣା ଦେଇଥିଲେ। ପରେ କୋର୍ଟ ତପସ୍ବିନୀ ଓ ସ୍ବାମୀ ଡାକ୍ତର ସୁମିତ ସାହୁଙ୍କୁ ଆସିକା ଚିନିକଳ ଅତିଥି ଭବନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଉଭୟେ ଆସିକା ଅଞ୍ଚଳରେ ଏକ ଘର ଭଡ଼ା ନେଇ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଡିସେମ୍ବର ୧୦ ରୁ ସୁମିତ କେଉଁଆଡ଼େ ତାଙ୍କୁ ନ ଜଣାଇ ଚାଲି ଯାଇଥିଲେ ବୋଲି ତପସ୍ବିନୀ ଆସିକା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଗତ ୧୬ ତାରିଖରେ ସୁମିତ ଏକ ଅଡିଓ ଟେପ୍‌ ଜାରି କରି ମୁଁ ଫେରାର ହୋଇନାହିଁ ବୋଲି କହିଥିଲେ। କିନ୍ତୁ ୧୭ ତାରିଖର ପରବର୍ତ୍ତୀ ଶୁଣାଣି ପରେ ସେ ଉପର କୋର୍ଟର ଆଶ୍ରୟ ନେଇଥିବା ଜଣାପଡିଛି। ପୁନର୍ବାର ତପସ୍ବିନୀ ବ୍ରହ୍ମାନଗରରେ ଥିବା ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।

 

ସ୍ମାର୍ଟ କ୍ଲାସରେ ଛାତ୍ରୀଛାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀ

୫-ଟି ଦ୍ୱାରା ରୂପାନ୍ତରଣ ହୋଇଥିବା ଗଞ୍ଜାମ ଜିଲା ହିଞ୍ଜଳିକାଟୁ ବୃନ୍ଦାବନ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ। ସ୍ମାର୍ଟ କ୍ଲାସରୁମ୍‌ରେ ଛାତ୍ରୀଛାତ୍ରଙ୍କ ସହ ବସି ପାଠପଢ଼ା ଅନୁଧ୍ୟାନ କରି ପିଲାଙ୍କ ସହ ରୂପାନ୍ତରଣର ଅନୁଭୂତି ନେଇ ଆଲୋଚନା କରିଥିଲେ। ପିଲାମାନେ କିପରି ନିଜର ଦକ୍ଷତା ପ୍ରତିପାଦନ କରିବେ, ସେ ନେଇ ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କ ସହ ବସି ତାଙ୍କ ମନୋବଳ ବଢାଇବା ସହ ବଗିଚା ବୁଲି ଦେଖିଥିଲେ।

ରହସ୍ୟରେ ଏସିଏଫ୍‌ଙ୍କ ମୃତ୍ୟୁ

ଜୁଲାଇ ୧୨ ରାତିରେ ପାରଳାଖେମୁଣ୍ଡି ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର କୌଣସି କାରଣରୁ ପୋଡ଼ିହୋଇ ଯାଇଥିଲେ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। କଟକର ଏକ ଘରୋଇ ହସ୍ପିଟାଲରେ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେ କିଭଳି ପୋଡ଼ି ହେଲେ ତା’ର କାରଣ ଅସ୍ପଷ୍ଟ ରହିଛି। ପାରଳାଖେମୁଣ୍ଡି ପୋଲିସ ଏସିଏଫ୍‌ଙ୍କ ଘରୁ ଏକ କିରୋସିନ ବୋତଲ ଜବତ କରିଥିଲା। ଘଟଣା ଦିନ ସ୍ତ୍ରୀଙ୍କ ସହ ସେ ସରକାରୀ ବାସଭବନରେ ଥିଲେ। ରାତି ପ୍ରାୟ ୯ଟାରେ ହଠାତ୍‌ ସ୍ତ୍ରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସୌମ୍ୟରଞ୍ଜନ ଜଳୁଥିବା ଦେଖିଥିଲେ। ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି।

 

ଏମ୍‌କେସିଜିରେ ଅକ୍ସିଜେନ୍‌ ପ୍ଲାଣ୍ଟ୍‌

ଏମ୍‌କେସିଜି ମେଡିକାଲରେ ବହୁ ପ୍ରତୀକ୍ଷିତ ଲିକ୍ୟୁଇଡ୍‌ ମେଡିକାଲ ଅକ୍ସିଜେନ୍‌(ଏଲ୍‌ଏମ୍‌ଓ) ପ୍ଲାଣ୍ଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହେବା ପରେ ଦକ୍ଷିଣ ଓଡ଼ିଶାର ରୋଗୀମାନେ ବିଶେଷ ଭାବେ ଉପକୃତ ହେଉଛନ୍ତି। ରୋଗୀଙ୍କୁ ଅକ୍ସିଜେନ୍‌ ଦେବା ପାଇଁ ପୂର୍ବଭଳି ଆଉ ସିଲିଣ୍ଡରର ଆବଶ୍ୟକତା ପଡ଼ୁନାହିଁ।

ଜମିରୁ ଭାସିଗଲା କଟାଧାନ

ବାତ୍ୟା ‘ଜୱାଦ’ ପ୍ରଭାବରୁ ଲଘୁଚାପ ଜନିତ ବର୍ଷାରେ ଖଲ୍ଲିକୋଟ ବ୍ଲକରେ ନଭେମ୍ବରରେ ସର୍ବାଧିକ ବର୍ଷା ହୋଇଛି। ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିଲା। ବ୍ଲକରେ ୧୫୮ ମି.ମି.ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା। ଏଥିରେ ଅଞ୍ଚଳରେ ହୋଇଥିବା ଧାନ ଫସଲ ବ୍ୟାପକ କ୍ଷତି ହୋଇ ପାଣି ସ୍ରୋତରେ ଭାସିଯାଇଥିଲା। ଏଥିଯୋଗୁ ଚାଷୀମାନେ ନାନା ହଇରାଣ ହେବା ସହ ବର୍ତ୍ତମାନ ସୁଦ୍ଧା ଜମିରୁ ପାଣି ଶୁଖି ନାହିଁ। ବ୍ଲକର ଦାନପୁର, ବିଏନ୍‌ପୁର, ଶ୍ରୀକୃଷ୍ଣସରଣପୁର, ନାଇକାଣୀପଲ୍ଲୀ, ମଥୁରା ଆଦି ପଞ୍ଚାୟତରବହୁ ଜମି ପାଣିରେ ବୁଡି ରହିଥିଲା।

 

ଆଇଟିଆଇର ପ୍ରଥମ ଗ୍ରାସ୍‌ ଆର୍ଟ ପାର୍କ

 

କନ୍ଧମାଳରେ ଜଗା

କନ୍ଧମାଳ ଜିଲାର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାଙ୍କୁ ଦୀର୍ଘ ୪ ବର୍ଷ ପରେ ମାର୍ଚ୍ଚ ୨୨ ରେ ଫୁଲବାଣୀ ଫେରାଇ ଅଣାଯାଇଥିଲା ା ତାଙ୍କୁ ଘରକୁ ପଠା ନ ଯାଇ ମା’ ବାପାଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ ମାତୃ ଶିଶୁ ସ୍ବାସ୍ଥ୍ୟ ୟୁନିଟ(ଏମ୍‌ସିଏଚ୍‌)ର ଏକ ସ୍ବତନ୍ତ୍ର ଗୃହରେ ରହିବା ଲାଗି ବ୍ୟବସ୍ଥା କରାଯାଇଥିଲା। କିଛି ଦିନ ତଳେ ଜଗା ତାଙ୍କ ବାପାଙ୍କ ସହ ଫୁଲବାଣୀ ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା ା ଭୂୟଁା କହଁରଙ୍କ ସ୍ତ୍ରୀ ପୁଷ୍ପାଳି ଏକ ଯୋଡା ମୁଣ୍ଡ ଥିବା ଜଗା, କାଳିଆଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ କରାଯାଇ ପରେ ସେମାନଙ୍କୁ କଟକ ଅଣା ଯାଇଥିଲା ା ୨୦୨୦ ନଭେମ୍ବର ୨୫ରେ କଟକ ବଡ଼ ଡାକ୍ତରଖାନାରେ କାଳିଆର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?