Posted inଫୁରସତ

ସ୍ମୃତିରେ ୨୦୨୧ (ନାରୀ)

ଖୁବ୍‌ କମ୍‌ ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୧। ଏହି ବର୍ଷ ମଧ୍ୟରେ ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୁଖ କେତେଜଣଙ୍କ ସମ୍ପର୍କରେ…

 

ପ୍ରଥମ ଥର ଝିଅ
ଜନଗଣନା ଇତିହାସରେ ପ୍ରଥମ ଥର ପାଇଁ ଝିଅମାନଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ରେକର୍ଡ ସୃଷ୍ଟି ହୋଇଛି। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନଏଫ୍‌ଏଚ୍‌ଏସ୍‌) ତାଲିକାରେ ପ୍ରଥମ ଥର ପାଇଁ ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ଏହି ଜନଗଣନା ତାଲିକା ଅନୁସାରେ ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ୧,୦୨୦ ଜଣ ଝିଅ ଅଛନ୍ତି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ ଏବେ ସ୍ଥିତିରେ ଉନ୍ନତି ଘଟିବା ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ।

 

ଅରୁଣା ମହାନ୍ତି ସଙ୍ଗୀତ ନାଟକ ଏକାଡେମୀ ସଭାପତି
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବିଶ୍ୱର ଜଣେ ପରିଚିତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ଅରୁଣା ମହାନ୍ତି। ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପ୍ରତ୍ୟକ୍ଷ ଦିଗ୍‌ଦର୍ଶନ ଓ ତତ୍ତ୍ୱାବଧାନରେ ଓଡ଼ିଶୀ ନୃତ୍ୟ ଜଗତକୁ ପ୍ରବେଶ କରିଥିଲେ ସେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବେ ଏବେ ସେ ମନୋନୀତ ହୋଇଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ବହୁ ପୁରସ୍କାରର ଅଧିକାରୀ ସେ ହୋଇପାରିଛନ୍ତି। ସଂସ୍କ୍‌ୃତି ମନ୍ତ୍ରଣାଳୟ ପକ୍ଷରୁ ଫେଲୋଶିପ୍‌ ପାଇବା ସହ ଇଣ୍ଡିଆନ୍‌ ପର୍‌ଫର୍ମିଂ ଆର୍ଟ ଫାଉଣ୍ଡେଶନ୍‌ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଏବେ କିଭଳି ଶାସ୍ତ୍ରୀୟ ମାନ୍ୟତା ମିଳିବ, ସେ ଦିଗରେ ସେ ନିଜ କାର୍ଯ୍ୟ ଚଳାଇଛନ୍ତି।

 

ପଦ୍ମଶ୍ରୀ ଶାନ୍ତି ଦେବୀ
ରାୟଗଡା ଜିଲା ଗୁଣୁପୁରର ସମାଜସେବୀ ତଥା ଗାନ୍ଧିବାଦୀ ରତନ ଦାସଙ୍କ ପତ୍ନୀ ଶାନ୍ତି ଦେବୀ ଚଳିତବର୍ଷ ନଭେମ୍ବର ମାସରେ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି।

 

ଲିନା ଏଫ୍‌ଟିସି ମୁଖ୍ୟ
ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ୍‌ ଟ୍ରେଡ଼୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଯୁକ୍ତ କରିଛନ୍ତି। କମିଶନ୍‌ର ୫ ସଦସ୍ୟଙ୍କ ମଧ୍ୟରୁ ସେ ସିନେଟ୍‌ରେ ୬୯୨୮ ଭୋଟ୍‌ ପାଇବା ପରେ ଶପଥ ନେଇଥିଲେ।

 

 

୨୧ ବର୍ଷ ପରେ
ଭାରତୀୟ ମିସ୍‌ ୟୁନିଭର୍ସ
ଦୀର୍ଘ ୨୧ ବର୍ଷ ଅପେକ୍ଷା ପରେ ପଞ୍ଜାବ ଚଣ୍ଡିଗଡ଼ର ୨୧ ବର୍ଷୀୟ ହର୍‌ନାଜ ସାନ୍ଧୁ ମିସ୍‌ ୟୁନିଭର୍ସ ୨୦୨୧ ଟାଇଟଲ୍‌ ବିଜୟିନୀ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି। ଇସ୍ରାଏଲ୍‌ର ଇଲିଆଟ୍‌ ସହରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସାନ୍ଧୁ ୭୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଛନ୍ତି। ହର୍‌ନାଜ ଏବେ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ପାଠପଢ଼ା ଜାରି ରଖିଛନ୍ତି। ୨୦୧୭ରେ ଟାଇମ୍ସ ଫ୍ରେଶ୍‌ ଫେସ୍‌ ଟାଇଟଲ ଜିତି ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଚଣ୍ଡିଗଡ଼ରୁ ଏହି ପ୍ରତିଯୋଗିତାର ନେତୃତ୍ୱ ନେଇଥିଲେ। ୨୦୨୧ ସେ ଲିଭା ମିସ୍‌ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଏଥି ସହ ହର୍‌ନାଜ କେତେକ
ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

 

ଶାରଳା ଆମେରିକାର ବିଚାରପତି
ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କନେକ୍ଟିକଟ୍‌ ରାଜ୍ୟରେ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ ଜିଲାର ଆମେରିକା ଆଟର୍ନି ଅଫିସରେ ମେଜର କ୍ରାଇମ୍‌ ୟୁନିଟ୍‌ର ଡେପୁଟି ଚିଫ୍‌ ଅଛନ୍ତି। ବିଜାରପତି ପଦରେ ନିଯୁକ୍ତ ହେବାରେ ନାଗଲା ପ୍ରଥମ ଦକ୍ଷିଣ ଏସିଆ ବଂଶୋଦ୍ଭବ। ୨୦୧୨ରେ ସେ ଆମେରିକା ଆଟର୍ନି ଅଫିସ୍‌ରେ ଯୋଗଦେଇଥିଲେ।

ଈପ୍‌ସିତାଙ୍କୁ ପର୍ସନାଲିଟି ଓ୍ବିଙ୍ଗ୍‌ ଟାଇଟଲ୍‌
ଅନ୍‌ଲାଇନ୍‌ରେ ହୋଇଥିବା ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଓଡ଼ିଶାର ଈପ୍‌ସିତା ପ୍ରିୟଦର୍ଶିନୀ ପର୍ସନାଲିଟି ଓ୍ବିଙ୍ଗ୍‌ରେ ବିଜୟୀ ହୋଇଛନ୍ତି। ପୂର୍ବରୁ ୨୦୧୫ରେ ଜୀ ଟିଭିରେ ମିସ୍‌ ଏଥିନିକ୍‌ରେ ୫ମ ସ୍ଥାନ ଅଧିକାର କରିବା ସହ ଇଣ୍ଡିଆ ସିଟି ଲାଇଟ୍‌ ମିସେସ୍‌ ସୁପର ମଡେଲରେ ୨ୟ ରନର୍ସଅପ୍‌ ହୋଇଥିଲେ। ୨୦୧୫ରେ ସେ ସାରଳା ସମ୍ମାନ ମଧ୍ୟ ପାଇଥିଲେ। ଈପ୍‌ସିତା ଭୁବନେଶ୍ୱରରେ ରହୁଥିବା ବେଳେ ଭବିଷ୍ୟତରେ ଅଭିନୟ ଓ କଳା ପ୍ରତି ଆଗ୍ରହ ରଖୁଥିବା ପିଲାଙ୍କ ପାଇଁ ଏକ କେନ୍ଦ୍ର ଖୋଲିବାର ଲକ୍ଷ୍ୟ ରଖିଛନ୍ତି।

 ଚ ର୍ଚ୍ଚା ରେ…

ନାସାର ପ୍ରଥମ କୃଷ୍ଣକାୟ ମହିଳା ଇଞ୍ଜିନିୟର ମେରୀ ଡବ୍ଲୁ. ଜ୍ୟାକସନ୍‌ଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯାଇଥିଲା। ୱାଶିଂଟନ୍‌ ଡିସିରେ ଥିବା ନାସାର ଏକ ହେଡକ୍ୱାର୍ଟରକୁ ତାଙ୍କ ନାଁରେ ନାମିତ କରାଯାଇଥିଲା।
ଅଷ୍ଟ୍ରେଲିଆର ପୁରୁଷ ଦିନିକିଆ ଟେଷ୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ଖେଳାଳିଙ୍କୁ ଅମ୍ପାୟର ଦାୟିତ୍ୱ ମିଳିଥିଲା। ସେ ହେଉଛନ୍ତି ଅଷ୍ଟ୍ରେଲିଆର ୩୨ ବର୍ଷୀୟା କ୍ଲେୟାର ପୋଲୋସାକ୍‌।
ପ୍ରଥା ଓ ପରମ୍ପରାକୁ ଭାଙ୍ଗି ପ୍ରଥମ ଥର ପାଇଁ ପୋପ୍‌ ଫ୍ରାନସିସ୍‌ ଜଣେ ମହିଳାଙ୍କୁ ଚର୍ଚ୍ଚର ପରାମର୍ଶଦାତା କମିଟିରେ ନିଯୁକ୍ତି ଦେଇଥିଲେ। ଚର୍ଚ୍ଚର ପରାମର୍ଶଦାତା କମିଟି ସାଇନଡ୍‌ ଅଫ୍‌ ବିଶପ୍‌ସରେ ନାଥାଲି ବେକ୍ୱାର୍ଟଙ୍କୁ ଅଣ୍ଡର ସେକ୍ରେଟାରୀଭାବେ ନିଯୁକ୍ତି ମିଳିଛି।

 

ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ୍‌ରେ ମୁକୁଟ ପିନ୍ଧିଲେ ସୋନାଲୀ
ଜାତୀୟ ସ୍ତରୀୟ ପ୍ରତିଯୋଗିତା ‘ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ୍‌’ରେ ଭୁବନେଶ୍ୱର ଝିଅ ସୋନାଲୀ ସାହୁ ଦ୍ୱିତୀୟ ରନର୍ସ ଅପ୍‌ ଟାଇଟଲ୍‌ ହାସଲ କରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ପାଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୩୧ରେ ଓଡ଼ିଶା ଫ୍ୟାଶନ୍‌ ଭିଲ୍ଲା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମଡେଲ୍‌ ପ୍ରତିଯୋଗିତାରେ ମିସ୍‌ ଓଡ଼ିଶା ୟୁନିଭର୍ସ ଟାଇଟଲ୍‌ ଜିତି ଏଥିରେ ସେ ଭାଗ ନେଇଥିଲେ।

 

ସିଆରପିଏଫ୍‌ରେ ମହିଳା କୋବ୍ରା
ସେଣ୍ଟ୍ରାଲ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆରପିଏଫ୍‌)ରେ ପ୍ରଥମ ଥର ପାଇଁ ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି। ସିଆରପିଏଫ୍‌ର କୋବ୍ରା ୟୁନିଟରେ ମହିଳା କମାଣ୍ଡୋଙ୍କୁ ପ୍ରଥମ ବ୍ୟାଚ ନିଯୁକ୍ତି ଦିଆଯାଇଛି। ମୋଟ ୩୪ ଜଣ ମହିଳାଙ୍କୁ ସିଆରପିଏଫ୍‌ର ମହିଳା ବାଟାଲିୟନ୍‌ ପାଇଁ ମନୋନୀତ ହୋଇଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,୪।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?