Posted inଫୁରସତ

ସ୍ମୃତିରେ ୨୦୨୧ (ନାରୀ)

ଖୁବ୍‌ କମ୍‌ ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୧। ଏହି ବର୍ଷ ମଧ୍ୟରେ ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୁଖ କେତେଜଣଙ୍କ ସମ୍ପର୍କରେ…

 

ପ୍ରଥମ ଥର ଝିଅ
ଜନଗଣନା ଇତିହାସରେ ପ୍ରଥମ ଥର ପାଇଁ ଝିଅମାନଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ରେକର୍ଡ ସୃଷ୍ଟି ହୋଇଛି। ଜାତୀୟ ପରିବାର ଓ ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନଏଫ୍‌ଏଚ୍‌ଏସ୍‌) ତାଲିକାରେ ପ୍ରଥମ ଥର ପାଇଁ ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କ ତୁଳନାରେ ଅଧିକ ବୋଲି ଜଣାପଡ଼ିଛି। ଏହି ଜନଗଣନା ତାଲିକା ଅନୁସାରେ ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ୧,୦୨୦ ଜଣ ଝିଅ ଅଛନ୍ତି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ବାରମ୍ବାର ସଚେତନତା ସୃଷ୍ଟି କରିବା ପରେ ଏବେ ସ୍ଥିତିରେ ଉନ୍ନତି ଘଟିବା ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ।

 

ଅରୁଣା ମହାନ୍ତି ସଙ୍ଗୀତ ନାଟକ ଏକାଡେମୀ ସଭାପତି
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବିଶ୍ୱର ଜଣେ ପରିଚିତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ଅରୁଣା ମହାନ୍ତି। ଗୁରୁ ଗଙ୍ଗାଧର ପ୍ରଧାନଙ୍କ ପ୍ରତ୍ୟକ୍ଷ ଦିଗ୍‌ଦର୍ଶନ ଓ ତତ୍ତ୍ୱାବଧାନରେ ଓଡ଼ିଶୀ ନୃତ୍ୟ ଜଗତକୁ ପ୍ରବେଶ କରିଥିଲେ ସେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭାବେ ଏବେ ସେ ମନୋନୀତ ହୋଇଛନ୍ତି। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭଳି ବହୁ ପୁରସ୍କାରର ଅଧିକାରୀ ସେ ହୋଇପାରିଛନ୍ତି। ସଂସ୍କ୍‌ୃତି ମନ୍ତ୍ରଣାଳୟ ପକ୍ଷରୁ ଫେଲୋଶିପ୍‌ ପାଇବା ସହ ଇଣ୍ଡିଆନ୍‌ ପର୍‌ଫର୍ମିଂ ଆର୍ଟ ଫାଉଣ୍ଡେଶନ୍‌ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ଓଡ଼ିଶୀ ସଙ୍ଗୀତକୁ ଏବେ କିଭଳି ଶାସ୍ତ୍ରୀୟ ମାନ୍ୟତା ମିଳିବ, ସେ ଦିଗରେ ସେ ନିଜ କାର୍ଯ୍ୟ ଚଳାଇଛନ୍ତି।

 

ପଦ୍ମଶ୍ରୀ ଶାନ୍ତି ଦେବୀ
ରାୟଗଡା ଜିଲା ଗୁଣୁପୁରର ସମାଜସେବୀ ତଥା ଗାନ୍ଧିବାଦୀ ରତନ ଦାସଙ୍କ ପତ୍ନୀ ଶାନ୍ତି ଦେବୀ ଚଳିତବର୍ଷ ନଭେମ୍ବର ମାସରେ ପଦ୍ମଶ୍ରୀ ଉପାଧିରେ ବିଭୂଷିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି।

 

ଲିନା ଏଫ୍‌ଟିସି ମୁଖ୍ୟ
ଫେସ୍‌ବୁକ୍‌, ଗୁଗଲ, ଆମାଜନ, ଆପଲ୍‌ ଭଳି ଟେକ୍‌ କମ୍ପାନୀଗୁଡ଼ିକର ପ୍ରମୁଖ ସମାଲୋଚିକା ତଥା ପାକିସ୍ତାନ ବଂଶୋଦ୍ଭବ ଲିନା ଖାନ୍‌(୩୨)ଙ୍କୁ ଆମେରିକା ଫେଡେରାଲ୍‌ ଟ୍ରେଡ଼୍‌ କମିଶନ(ଏଫ୍‌ଟିସି)ର ମୁଖ୍ୟ ଭାବେ ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଯୁକ୍ତ କରିଛନ୍ତି। କମିଶନ୍‌ର ୫ ସଦସ୍ୟଙ୍କ ମଧ୍ୟରୁ ସେ ସିନେଟ୍‌ରେ ୬୯୨୮ ଭୋଟ୍‌ ପାଇବା ପରେ ଶପଥ ନେଇଥିଲେ।

 

 

୨୧ ବର୍ଷ ପରେ
ଭାରତୀୟ ମିସ୍‌ ୟୁନିଭର୍ସ
ଦୀର୍ଘ ୨୧ ବର୍ଷ ଅପେକ୍ଷା ପରେ ପଞ୍ଜାବ ଚଣ୍ଡିଗଡ଼ର ୨୧ ବର୍ଷୀୟ ହର୍‌ନାଜ ସାନ୍ଧୁ ମିସ୍‌ ୟୁନିଭର୍ସ ୨୦୨୧ ଟାଇଟଲ୍‌ ବିଜୟିନୀ ହୋଇ ଭାରତ ପାଇଁ ଗୌରବ ଆଣିଛନ୍ତି। ଇସ୍ରାଏଲ୍‌ର ଇଲିଆଟ୍‌ ସହରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସାନ୍ଧୁ ୭୯ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ମୁକୁଟ ପିନ୍ଧିଛନ୍ତି। ହର୍‌ନାଜ ଏବେ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନ୍‌ରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ପାଠପଢ଼ା ଜାରି ରଖିଛନ୍ତି। ୨୦୧୭ରେ ଟାଇମ୍ସ ଫ୍ରେଶ୍‌ ଫେସ୍‌ ଟାଇଟଲ ଜିତି ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଚଣ୍ଡିଗଡ଼ରୁ ଏହି ପ୍ରତିଯୋଗିତାର ନେତୃତ୍ୱ ନେଇଥିଲେ। ୨୦୨୧ ସେ ଲିଭା ମିସ୍‌ ଡିଭା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଏଥି ସହ ହର୍‌ନାଜ କେତେକ
ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

 

ଶାରଳା ଆମେରିକାର ବିଚାରପତି
ଭାରତୀୟ ବଂଶୋଦ୍ଭବ ଶାରଳା ବିଦ୍ୟା ନାଗଲାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କନେକ୍ଟିକଟ୍‌ ରାଜ୍ୟରେ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ନାଗଲା ୨୦୧୭ରୁ କନେକ୍ଟିକଟ ଜିଲାର ଆମେରିକା ଆଟର୍ନି ଅଫିସରେ ମେଜର କ୍ରାଇମ୍‌ ୟୁନିଟ୍‌ର ଡେପୁଟି ଚିଫ୍‌ ଅଛନ୍ତି। ବିଜାରପତି ପଦରେ ନିଯୁକ୍ତ ହେବାରେ ନାଗଲା ପ୍ରଥମ ଦକ୍ଷିଣ ଏସିଆ ବଂଶୋଦ୍ଭବ। ୨୦୧୨ରେ ସେ ଆମେରିକା ଆଟର୍ନି ଅଫିସ୍‌ରେ ଯୋଗଦେଇଥିଲେ।

ଈପ୍‌ସିତାଙ୍କୁ ପର୍ସନାଲିଟି ଓ୍ବିଙ୍ଗ୍‌ ଟାଇଟଲ୍‌
ଅନ୍‌ଲାଇନ୍‌ରେ ହୋଇଥିବା ମିସେସ୍‌ ଫେମିନା-୨୦୨୧ ପ୍ରତିଯୋଗିତାରେ ଓଡ଼ିଶାର ଈପ୍‌ସିତା ପ୍ରିୟଦର୍ଶିନୀ ପର୍ସନାଲିଟି ଓ୍ବିଙ୍ଗ୍‌ରେ ବିଜୟୀ ହୋଇଛନ୍ତି। ପୂର୍ବରୁ ୨୦୧୫ରେ ଜୀ ଟିଭିରେ ମିସ୍‌ ଏଥିନିକ୍‌ରେ ୫ମ ସ୍ଥାନ ଅଧିକାର କରିବା ସହ ଇଣ୍ଡିଆ ସିଟି ଲାଇଟ୍‌ ମିସେସ୍‌ ସୁପର ମଡେଲରେ ୨ୟ ରନର୍ସଅପ୍‌ ହୋଇଥିଲେ। ୨୦୧୫ରେ ସେ ସାରଳା ସମ୍ମାନ ମଧ୍ୟ ପାଇଥିଲେ। ଈପ୍‌ସିତା ଭୁବନେଶ୍ୱରରେ ରହୁଥିବା ବେଳେ ଭବିଷ୍ୟତରେ ଅଭିନୟ ଓ କଳା ପ୍ରତି ଆଗ୍ରହ ରଖୁଥିବା ପିଲାଙ୍କ ପାଇଁ ଏକ କେନ୍ଦ୍ର ଖୋଲିବାର ଲକ୍ଷ୍ୟ ରଖିଛନ୍ତି।

 ଚ ର୍ଚ୍ଚା ରେ…

ନାସାର ପ୍ରଥମ କୃଷ୍ଣକାୟ ମହିଳା ଇଞ୍ଜିନିୟର ମେରୀ ଡବ୍ଲୁ. ଜ୍ୟାକସନ୍‌ଙ୍କ ମୃତ୍ୟୁ ପରେ ତାଙ୍କୁ ସ୍ବତନ୍ତ୍ରଭାବେ ସମ୍ମାନିତ କରାଯାଇଥିଲା। ୱାଶିଂଟନ୍‌ ଡିସିରେ ଥିବା ନାସାର ଏକ ହେଡକ୍ୱାର୍ଟରକୁ ତାଙ୍କ ନାଁରେ ନାମିତ କରାଯାଇଥିଲା।
ଅଷ୍ଟ୍ରେଲିଆର ପୁରୁଷ ଦିନିକିଆ ଟେଷ୍ଟରେ ପ୍ରଥମ ଥର ପାଇଁ ଜଣେ ମହିଳା ଖେଳାଳିଙ୍କୁ ଅମ୍ପାୟର ଦାୟିତ୍ୱ ମିଳିଥିଲା। ସେ ହେଉଛନ୍ତି ଅଷ୍ଟ୍ରେଲିଆର ୩୨ ବର୍ଷୀୟା କ୍ଲେୟାର ପୋଲୋସାକ୍‌।
ପ୍ରଥା ଓ ପରମ୍ପରାକୁ ଭାଙ୍ଗି ପ୍ରଥମ ଥର ପାଇଁ ପୋପ୍‌ ଫ୍ରାନସିସ୍‌ ଜଣେ ମହିଳାଙ୍କୁ ଚର୍ଚ୍ଚର ପରାମର୍ଶଦାତା କମିଟିରେ ନିଯୁକ୍ତି ଦେଇଥିଲେ। ଚର୍ଚ୍ଚର ପରାମର୍ଶଦାତା କମିଟି ସାଇନଡ୍‌ ଅଫ୍‌ ବିଶପ୍‌ସରେ ନାଥାଲି ବେକ୍ୱାର୍ଟଙ୍କୁ ଅଣ୍ଡର ସେକ୍ରେଟାରୀଭାବେ ନିଯୁକ୍ତି ମିଳିଛି।

 

ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ୍‌ରେ ମୁକୁଟ ପିନ୍ଧିଲେ ସୋନାଲୀ
ଜାତୀୟ ସ୍ତରୀୟ ପ୍ରତିଯୋଗିତା ‘ଇଣ୍ଡିଆ ନେକ୍ସଟ୍‌ ଟପ୍‌ ମଡେଲ୍‌’ରେ ଭୁବନେଶ୍ୱର ଝିଅ ସୋନାଲୀ ସାହୁ ଦ୍ୱିତୀୟ ରନର୍ସ ଅପ୍‌ ଟାଇଟଲ୍‌ ହାସଲ କରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଆସିଥିବା ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ ପାଇଛନ୍ତି। ଚଳିତ ବର୍ଷ ଜାନୁୟାରୀ ୩୧ରେ ଓଡ଼ିଶା ଫ୍ୟାଶନ୍‌ ଭିଲ୍ଲା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମଡେଲ୍‌ ପ୍ରତିଯୋଗିତାରେ ମିସ୍‌ ଓଡ଼ିଶା ୟୁନିଭର୍ସ ଟାଇଟଲ୍‌ ଜିତି ଏଥିରେ ସେ ଭାଗ ନେଇଥିଲେ।

 

ସିଆରପିଏଫ୍‌ରେ ମହିଳା କୋବ୍ରା
ସେଣ୍ଟ୍ରାଲ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆରପିଏଫ୍‌)ରେ ପ୍ରଥମ ଥର ପାଇଁ ମହିଳା କମାଣ୍ଡୋଙ୍କୁ ସାମିଲ କରାଯାଇଛି। ସିଆରପିଏଫ୍‌ର କୋବ୍ରା ୟୁନିଟରେ ମହିଳା କମାଣ୍ଡୋଙ୍କୁ ପ୍ରଥମ ବ୍ୟାଚ ନିଯୁକ୍ତି ଦିଆଯାଇଛି। ମୋଟ ୩୪ ଜଣ ମହିଳାଙ୍କୁ ସିଆରପିଏଫ୍‌ର ମହିଳା ବାଟାଲିୟନ୍‌ ପାଇଁ ମନୋନୀତ ହୋଇଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri