Posted inଜାତୀୟ

ଜାଳିଦେଲେ ଧାର୍ମିକ ପୁସ୍ତକ

ବେଙ୍ଗାଲୁରୁ,୧୨ା୧୨: ଧର୍ମ ପରିବର୍ତ୍ତନ ଅଭିଯୋଗରେ ଦକ୍ଷିଣପନ୍ଥୀ ଗୋଷ୍ଠୀ କର୍ନାଟକର କୋଲାରରେ ଖ୍ରୀଷ୍ଟିଆନ ଧର୍ମର ଧାର୍ମିକ ପୁସ୍ତକ ଜାଳି ଦେଇଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଧାର୍ମିକ ବୁକଲେଟ ନ ବାଣ୍ଟିବାକୁ ଚେତାବନୀ ଦିଆଯାଇଛି। କିନ୍ତୁ ଧାର୍ମିକ ପୁସ୍ତକ ପୋଡ଼ାଜଳା ଘଟଣାରେ ଦକ୍ଷିଣପନ୍ଥୀ ଗୋଷ୍ଠିର କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ ପୋଲିସ ପକ୍ଷରୁ କୁହାଯାଇଛି।

”ଆମେ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ଘରରୁ ଘର ଯାଇ ସାମ୍ପ୍ରଦାୟିକ ଅସହଯୋଗ ସୃଷ୍ଟି ନ କରିବାକୁ ଚେତାବନୀ ଦେଇଛୁ। ଉଭୟ ପକ୍ଷ (ଦକ୍ଷିଣ ପନ୍ଥୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ) ଆପୋଷ ବୁଝାମଣାରେ ସମସ୍ୟାର ସମାଧାନ କରିଛନ୍ତି“ ବୋଲି ଜଣେ ପୋଲିସ ଅଧିକାରୀ ନା ନ କହିବା ସର୍ତ୍ତରେ କହିଛନ୍ତି।

ଖ୍ରୀଷ୍ଟିଆନ ସମ୍ପ୍ରଦାୟର କିଛି ବ୍ୟକ୍ତି ଘରରୁ ଘର ବୁଲି ଧାର୍ମିକ ବୁକଲେଟ ବାଣ୍ଟୁଥିବା ବେଳେ ଏହି ଘଟଣା ଘଟିଥିଲା। ସେମାନଙ୍କୁ ଦକ୍ଷିଣ ପନ୍ଥୀ ଗ୍ରୁପର ସଦସ୍ୟମାନେ ଅଟକ ରଖି ପଚରାଉଚରା କରିବା ପରେ ଧାର୍ମିକ ବୁକଲେଟ ଛଡ଼ାଇ ଜାଳି ଦେଇଥିଲେ।

ଗତ ୧୨ ମାସ ମଧ୍ୟରେ କର୍ନାଟକର କୋଲାର ଅଞ୍ଚଳରେ ସଂଖ୍ୟାଲଘୁଙ୍କ ଉପରେ ଏହା ୩୮ତମ ଆକ୍ରମଣ। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାର ବଳପୂର୍ବକ ଧର୍ମ ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏଭଳି ଘଟଣା ବାରମ୍ବାର ଘଟୁଛି।

ୟୁନାଇଟେଡ୍‌ ଖ୍ରୀଷ୍ଟିଆନ୍ସ ଫୋରମ, ନାଗରିକ ଅଧିକାରର ସୁରକ୍ଷା ଆସୋସିଏଶନ ଓ ୟୁନାଇଟେଡ୍‌ ଏଗନେଷ୍ଟ ହେଟ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ଚର୍ଚ୍ଚ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଉପରେ ୩୨ଟି ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। କେବଳ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୬ଟି ଆକ୍ରମଣ ଘଟିଥିବା ରିପୋର୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?