ଏଇ ଭାରତରେ

ଗର୍ଭଧାରଣ ସମୟରେ ପୁଷ୍ଟିକର ଖାଦ୍ୟ ଅଭାବରୁ ଭାରତର ବିଭିନ୍ନ ଅଞ୍ଚଳରେ ନବଜାତକଙ୍କ ଓଜନ କମ୍‌ ରହୁଥିବା ଦେଖାଯାଉଛି। ବିଶେଷକରି ଏହି ସମସ୍ୟା ଆଦିବାସୀ ଅଞ୍ଚଳରେ ଅଧିକ। ତେବେ ଏହାର ସମାଧାନ ପାଇଁ ଛତିଶଗଡ଼ କୋରେଆ ଜିଲାର ଜିଲାପାଳ ଚନ୍ଦନ ରଞ୍ଜନ ତ୍ରିପାଠୀ ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। ଗର୍ଭଧାରଣ ସମୟରେ ପୁଷ୍ଟିହୀନତା ଦୂର କରିବା ସକାଶେ ସେ ଲଡ଼ୁ ଯୋଜନା ଚଳାଇଛନ୍ତି। ଏଥିରେ ଗର୍ଭବତୀଙ୍କୁ ପୁଷ୍ଟିକର ଲଡ଼ୁ ଖାଇବାକୁ ଦିଆଯାଉଛି। ଫେବୃଆରୀ ୨୦୨୫ରେ ଜିଲାପାଳ ‘କୋରେଆ ମୋଡାକ ଲଡ଼ୁ’ ଯୋଜାନା ଆରମ୍ଭ କରିଥିଲେ। ଅଟା, ଗୁଡ଼, ରାଶି, ବାର୍ଲି ଓ ଘିଅରେ ଲଡ଼ୁ କରାଯାଉଛି। ଲଡ଼ୁ ଯୋଜନାକୁ ସଞ୍ଚାଳନ କରିବା ସକାଶେ ଜିଲାପାଳ ଏକ ଟିମ୍‌ ଗଠନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଟିମ୍‌ ଗର୍ଭବତୀଙ୍କ ପାଖରେ ପହଞ୍ଚତ୍ ଏହି ଲଡ଼ୁ ଖାଇବାକୁ କହିବାରୁ ସେମାନେ ଗ୍ରହଣ କରୁ ନ ଥିଲେ। କିନ୍ତୁ ପରେ ପରିବାରକୁ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇବା ପରେ ସଫଳତା ମିଳିପାରିଛି। ପ୍ରତିଦିନ ଜଣେ ଗର୍ଭବତୀଙ୍କୁ ଦୁଇଟି ଲଡ଼ୁ (ପ୍ରତ୍ୟେକଟିର ଓଜନ ୨୦ଗ୍ରାମ) ଖାଇବାକୁ ଦିଆଯାଉଛି। ଅଙ୍ଗନଓ୍ବାଡିକେନ୍ଦ୍ର, ପିଏଚ୍‌ସି ଏବଂ ଆଶାକର୍ମୀଙ୍କ ମାଧ୍ୟମରେ ଲଡ଼ୁ ବଣ୍ଟାଯାଉଛି। ସ୍ଥାନୀୟ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ ଲଡ଼ୁ ତିଆରିରେ ସହଯୋଗ କରୁଛନ୍ତି। ଗର୍ଭବତୀମାନେ ଏହି ଲଡ଼ୁ ଖାଇବା ପରେ ନବଜାତକଙ୍କ ଓଜନ ଠିକ୍‌ ରହୁଥିବା ଜିଲାପ୍ରଶାସନ ପକ୍ଷରୁ କୁହାଯାଇଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri