ଶ୍ରୀମନ୍ଦିର ସମ୍ମୁଖରେ ହେବନି ବଡ଼ବଡ଼ୁଆ ଡାକ

ପୁରୀ ଅଫିସ,୨୫।୧୦: ପବିତ୍ର ଦୀପାବଳି ଅମାବାସ୍ୟାରେ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ୁଆ ଡାକିଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଶ୍ରୀକ୍ଷେତ୍ର ଆସିଥାନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସିଂହଦ୍ୱାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ। ହେଲେ ଏଥର ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ ବଡ଼ୁଆ ଡାକି ହେବନି। ଏମାର ମଠର ଉଚ୍ଛେଦ ସ୍ଥଳରେ ବଡ଼ବଡ଼ୁଆ ଡାକ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ଶନିବାର ଉପଜିଲାପାଳ ଭବତାରଣ ସାହୁ, ସିଟି ଡିଏସ୍‌ପି କ୍ଷୀରସାଗର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ (ଶ୍ରୀମନ୍ଦିର) କୌଶିକ ନାୟକ ପ୍ରମୁଖ ଏମାର ମଠ ପାର୍ଶ୍ୱରେ ଥିବା ଫାଙ୍କା ଜାଗା ବୁଲି ଦେଖିଥିଲେ। ଏସମ୍ପର୍କରେ ଉପଜିଲାପାଳ ସାହୁ କହିଛନ୍ତି, ସିଂହଦ୍ୱାର ସମ୍ମୁଖରେ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଳିଲେ ଏହାର ଉତ୍ତାପ ଗଛ ଉପରେ ପଡ଼ିବା ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସିଂହଦ୍ୱାର ନିକଟ ଏମାର ମଠ ପାର୍ଶ୍ୱରେ ଥିବା ଫାଙ୍କା ଜାଗାରେ ବଡ଼ ବଡ଼ୁଆ ଡାକିବା ପାଇଁ ପ୍ରାଥମିକ ଭାବେ ଚିନ୍ତା କରାଯାଉଛି। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଯାହା ଉଚିତ ହେବ ତାହା କରାଯିବ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୩,୭୧୪ ଆକ୍ରାନ୍ତ

ଭୁବନେଶ୍ୱର, ୧୫।୯ (ବ୍ୟୁରୋ): ଓଡ଼ିଶାରେ ମଙ୍ଗଳବାର ୩,୭୧୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍‌ପାଣି

ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ...

ଖଣି ହାତେଇବାକୁ ଭରପୂର ଉଦ୍ୟମ

ଯୋଡ଼ା,୫-୨(ଡି.ଏନ୍‌.ଏ.):ଆସନ୍ତା ମାର୍ଚ୍ଚ ୩୧ରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ୧୯ ଖଣିର ନିଲାମ ପ୍ରକ୍ରିୟା ଏବେ ଚାଲିଛି। ଏହା ଆସନ୍ତା ୧୮ତାରିଖରେ ଶେଷ ହେବ।...

ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ସୁଶାନ୍ତ କୁମାର ମହାନ୍ତି

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ହେଲେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି। ଏନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଲାଠୋର,୨୨ା୧୦(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଲାଠୋର...

ଆଲବମ୍‌ ଅଭିନେତ୍ରୀ କରାଇଦେବାକୁ କହି ବଳାତ୍କାର

ଭୁବନେଶ୍ୱର,୫।୩(ବ୍ୟୁରୋ): ଆଲବମ ଅଭିନେତ୍ରୀ କରାଇଦେବାକୁ କହି ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଏନେଇ ପୀଡିତା ଓ ତାଙ୍କ ପରିବାର ଲୋକେ ଭରତପୁର ଥାନାରେ ଲିଖିତ ଅଭିଯୋଗ...

୧୦ ମିନିଟ୍‌ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ଆରଡ଼ି,୨୩ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ...

ଅପାରଗତା ଅଟକାଇଛି ପ୍ରକଳ୍ପ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ସେତେଟା ଆଖିଦୃଶିଆ ବିକାଶ ହୋଇପାରୁ ନାହିଁ। ସରକାର ପ୍ରତ୍ୟେକ ବର୍ଷ ବଜେଟରେ ପର୍ଯ୍ୟଟନ ବିଭାଗ...

Advertisement
Archives

Model This Week