ଏକ ଯୁଗାନ୍ତକାରୀ ରାୟ ସପକ୍ଷରେ

ରାଜୀବ କୁମାର ନାୟକ

ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ୧୧ ମାର୍ଚ୍ଚ ୨୦୨୦ରେ ଜାରି କରା ଯାଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦ରୁ କମ୍‌ ପିଲାଥିବା ବିଦ୍ୟାଳୟକୁ ପାଖ ସ୍କୁଲରେ ମିଶ୍ରଣ କରିବା ନିଷ୍ପତ୍ତିକୁ ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି । ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର। ଗତବର୍ଷ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କମ୍‌ ସଂଖ୍ୟକ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ନେଇ ରାଜ୍ୟର ସମସ୍ତ ଜିଲାରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ତଥ୍ୟ ଅନୁସାରେ ଏଭଳି ବନ୍ଦ ବିଦ୍ୟାଳୟର ସଂଖ୍ୟା ରାଜ୍ୟରେ ୯ହଜାର। ପ୍ରତିବର୍ଷ ବିଦ୍ୟାଳୟରେ ନାଁ ଲେଖାଉଥିବା ପିଲା ସଂଖ୍ୟା ପାଖାପାଖି ୧୧ ଲକ୍ଷ ଓ ଅଧାରୁ ପାଠ ଛାଡୁଥିବା ପିଲାସଂଖ୍ୟା ପାଖାପାଖି ୬ ଲକ୍ଷ। ବିଦ୍ୟାଳୟ ବନ୍ଦ ଦ୍ୱାରା ଅଧାରୁ ପାଠ ଛାଡ଼ିବା ହାର ୮୦ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା ରହିଥିଲା। ଏସବୁକୁ ଦୃଷ୍ଟିରେ ରଖି ସରକାରଙ୍କ ବିଦ୍ୟାଳୟ ବନ୍ଦ ନୀତିକୁ ବିରୋଧ କରି ପରବର୍ତ୍ତୀ ସମୟରେ ଶତାଧିକ ମାମଲା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିଲା। ମାମଲା ସବୁରେ ପ୍ରାୟତଃ ଅଭିଯୋଗ କରାଯାଇଥିଲା କି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ତଥା ନିୟମାବଳୀର ଉଲ୍ଲଂଘନ କରାଯାଇ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ନିଆଯାଇଅଛି। ନିୟମ ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କ ପାଇଁ ଘରଠାରୁ ବିଦ୍ୟାଳୟର ଦୂରତା ୧ କି.ମି. ଭିତରେ ହେବା କଥା, ଯାହାକି ବିଦ୍ୟାଳୟ ମିଶ୍ରଣ ପରେ ବଢ଼ିବ । ଆହୁରି ମଧ୍ୟ ବିଦ୍ୟାଳୟ ବନ୍ଦ ପୂର୍ବରୁ ଅଭିଭାବକ, ସ୍ଥାନୀୟ ଜନପ୍ରତିନିଧି ତଥା ପ୍ରଭାବିତ ହେବାକୁ ଥିବା ପକ୍ଷମାନଙ୍କ ମତାମତ ନିଆଯିବା କଥାକୁ ଅଣଦେଖା କରାଯାଇଛି। କମ୍‌ ପିଲା ଥିବା ଦର୍ଶାଇ ଏହି ସରକାରୀ ସ୍କୁଲସବୁ ବନ୍ଦ କରାଯିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବା ଆବେଦନ ସବୁର ଏକତ୍ର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗରେ ସ୍ଥିତାବସ୍ଥା ଜାରିକରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଠାରୁ ଜବାବ ତଲବ କରିଥିଲେ। ଆବେଦନକାରୀ ମଧ୍ୟ ପ୍ରତି ଜବାବ ଦାଖଲ କରିଥିଲେ। ଉଭୟ ପଟୁ ଶୁଣି ସାରିଲା ପରେ ଉଚ୍ଚ ନ୍ୟାୟାଳୟ ନିଜ ରାୟରେ କମ୍‌ ପିଲା ସଂଖ୍ୟା ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ବନ୍ଦ କରାଯିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହିତ ଦିଲ୍ଲୀ ସରକାର ସରକାରୀ ବିଦ୍ୟାଳୟକୁ ମଜଭୁତ କରିବା ନିମନ୍ତେ ନେଇଥିବା ପଦକ୍ଷେପକୁ ଉଦାହରଣ ହିସାବରେ ନେବାକୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି, ଯଦ୍ଦ୍ବାରା ସ୍ଥାନୀୟ ଅଞ୍ଚଳରେ ସର୍ବନିମ୍ନ ସୁବିଧା ଥିବା ପ୍ରାଥମିକ ବିଦ୍ୟାଳୟ ମିଳିପାରିବ। ଆହୁରି ମଧ୍ୟ ସରକାରୀ ବିଦ୍ୟାଳୟରେ ପିଲାସଂଖ୍ୟା କିପରି ବୃଦ୍ଧି ହେବ ସେ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
କଥା ହେଉଛି ଓଡ଼ିଶା ସରକାରଙ୍କ ପକ୍ଷେ ପିଲାସଂଖ୍ୟା ଦେଖି ବିଦ୍ୟାଳୟ ବନ୍ଦ କରିବା ପ୍ରଥମ ଘଟଣା ନୁହେଁ। ଗତ ୨୦୧୮ ମେ ୧୪ରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ କ୍ରମାଗତ ଭାବରେ ପିଲାସଂଖ୍ୟା ହ୍ରାସ ପାଉଥିବା ଦେଖି ବିଦ୍ୟାଳୟ ମିଶ୍ରଣ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କଲେ। ପ୍ରଥମ ପର୍ଯ୍ୟାୟରେ ୫ରୁ କମ୍‌ ପିଲା ଥିବା ବିଦ୍ୟାଳୟ, ତା’ପରେ ୧୦ ଏହିପରି ଭାବରେ ଅନ୍ୟ ସବୁ ବିଷୟକୁ ଆଧାର ନ କରି କେବଳ ପିଲାସଂଖ୍ୟା ଦେଖି ବିଦ୍ୟାଳୟ ବନ୍ଦ କରିବା ଫଳରେ ରୌପ୍ୟ ଜୟନ୍ତୀ, ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅତିକ୍ରମ କରି ସାରିଥିବା ବିଦ୍ୟାଳୟ ମଧ୍ୟ ବନ୍ଦ ହେବାକୁ ବସିଲା। ସରକାର ଭୁଲିଗଲେ ବଣ, ପାହାଡ଼ ଘେରା ଏକ ଅଧ୍ୟୁଷିତ ଇଲାକାରେ ଏକ ୨୫/୩୦ ବର୍ଷର ବିଦ୍ୟାଳୟଟେ ବନ୍ଦ ହେଲେ ମାତ୍ର ୫ ରୁ ୧୦ ବର୍ଷ ବୟସର ପିଲାମାନେ ଯାତାୟାତ ଖର୍ଚ୍ଚ ଦେଲେ ହେଁ ଜଙ୍ଗଲ, ପାହାଡ଼ ଅତିକ୍ରମ କରି କେଉଁ ଦୂର ବିଦ୍ୟାଳୟକୁ ଯିବେ ବରଂ ପଢ଼ାରେ ଡୋରି ବାନ୍ଧିବେ ସିନା। ଏହାକୁ ଆଖି ଆଗରେ ରଖି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ବିଗତ ଦିନରେ ବିଦ୍ୟାଳୟ ବନ୍ଦ କରିବା ପୂର୍ବରୁ ସ୍ଥାନୀୟ ସମସ୍ୟା ସମ୍ବନ୍ଧରେ ଅଭିଭାବକ ତଥା ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାଯାଏ। କିନ୍ତୁ ସରକାର ଏସବୁକୁ କର୍ଣ୍ଣପାତ ନ କରି ନିଜ ଜିଦରେ ଅଟଳ ରହି ବିଦ୍ୟାଳୟ ବନ୍ଦ କରିବା ପ୍ରକ୍ରିୟାକୁ ଜୋରଦାର କଲେ। ଆଜି ମଧ୍ୟ ସରକାର ବୁଝନ୍ତି ନାହିଁ ଯେ ଆପଣା ହସ୍ତେ ଜିହ୍ବା ଛେଦି ଭଳି ସରକାର ଆଦିବାସୀ ପିଲାଙ୍କ ନିମନ୍ତେ ପ୍ରଥମ ଶ୍ରେଣୀରୁ ଆବାସିକ ବିଦ୍ୟାଳୟ ଖୋଲିବା ଭିନ୍ନ ବେସରକାରୀ ସ୍ତରରେ ଗୋଟିଏ ଗୋଟିଏ ବିଦ୍ୟାଳୟରେ ହଜାର ହଜାର ଆଦିବାସୀ ପିଲାଙ୍କୁ ନେଇ ପାଠ ପଢାଇବାର ଅନୁମତି ଦେବାଦ୍ୱାରା ଆଦିବାସୀ ଇଲାକାରେ ଥିବା ବିଦ୍ୟାଳୟର ପିଲା ସଂଖ୍ୟା ଉପରେ ଏହାର ପ୍ରଭାବ ପଡୁଛି। ଏଭଳି ସ୍ଥିତିରେ କେବଳ ପିଲା ସଂଖ୍ୟାକୁ ମାନକ ହିସାବରେ ନେବା ଦ୍ୱାରା ବିଦ୍ୟାଳୟ ବନ୍ଦ ଯୋଗୁ ଅନେକ ଶିଶୁ ବିଦ୍ୟାଳୟ ବାହାରକୁ ଚାଲିଯିବାର ସମ୍ଭାବନା ଅଧିକ। ବେସରକାରୀ ବିଦ୍ୟାଳୟ ଅନେକ ଗ୍ରାମପଞ୍ଚାୟତ ସଦର ମହକୁମାରେ ଖୋଲିବା ତଥା ଏଠାରେ କମ୍‌ ଫି ନେଇ ପାଠପଢ଼ା ହେବା ଦ୍ୱାରା ତା’ର ପ୍ରଭାବ ମଧ୍ୟ ସରକାରୀ ବିଦ୍ୟାଳୟ ଉପରେ ପଡୁଛି। ସମସ୍ତେ ତ ଏଭଳି ବିଦ୍ୟାଳୟରେ ପଢି ପାରିବେନି ତା ହେଲେ ଏହି ଅସମର୍ଥ ପିଲାମାନେ କ’ଣ ପ୍ରାଥମିକ ଶିକ୍ଷାଭଳି ମୌଳିକ ଶିକ୍ଷାରୁ ବାଦ୍‌ ପଡ଼ିବେ। ସରକାରୀ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମ୍ପନ୍ନ ନିୟମିତ ଶିକ୍ଷକ, ଭିତ୍ତିଭୂମି ସବୁଥାଇ ଅଭିଭାବକ ତହିଁରୁ ମୁହଁ ଫେରାଇ ଆଣିବା ପଛରେ କାର୍ଯ୍ୟରତ ଶିକ୍ଷକଙ୍କ ଆନ୍ତରିକତାର ଅଭାବ, ଶିକ୍ଷକମାନଙ୍କ ମଧ୍ୟରେ ବେତନର ପାତର ଅନ୍ତର, ଉପଯୁକ୍ତ ତଦାରଖ ବ୍ୟବସ୍ଥା ଇତ୍ୟାଦି ଯେଉଁ ପ୍ରମୁଖ କାରଣ ରହିଛି ସରକାର ତା’ଉପରେ ଦୃଷ୍ଟିନିବଦ୍ଧ କରିବା ଆବଶ୍ୟକ।
ସରକାର ଯଦି ବାସ୍ତବରେ ବିଦ୍ୟାଳୟର ଗୁଣବତ୍ତା ବଜାୟ ରଖିବାକୁ ଚିନ୍ତା କରୁଛନ୍ତି ତା’ହେଲେ ପିଲା ସଂଖ୍ୟା ନ ଦେଖି ବରଂ ଦୂରତାକୁ ଆଖି ଆଗରେ ରଖି ବିଦ୍ୟାଳୟ ବନ୍ଦ କରିବା ଉଚିତ। ଅନେକ ବିଦ୍ୟାଳୟ ଗୋଟିଏ କିଲୋମିଟର ଭିତରେ ରହିଛି। ସେଥିରୁ କିଛି ବନ୍ଦ କରିଦିଆଯିବା ଉଚିତ । ବିଶେଷକରି ସହରାଞ୍ଚଳରେ ଗୋଟିଏ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅନେକ ବିଦ୍ୟାଳୟ ଅଛି ଏବଂ ସେସବୁ ଉପରେ ବେସରକାରୀ ବିଦ୍ୟାଳୟର ପ୍ରଭାବ ମଧ୍ୟ ପଡୁଛି। ଏଭଳି ସ୍ଥଳେ ଗୋଟିଏ କିଲୋମିଟର ଭିତରେ ଥିବା ବିଦ୍ୟାଳୟ ସବୁକୁ ମିଶା ଯାଇପାରେ। କିନ୍ତୁ ଦୁର୍ଗମ ଅଞ୍ଚଳ, ସବୁଦିନିଆ ରାସ୍ତାର ଅଭାବ ଅଞ୍ଚଳ, ଜଙ୍ଗଲ, ପାହାଡ଼ ଦେଇ ପିଲାମାନଙ୍କୁ ଯିବାକୁ ପଡୁଥିବା ସ୍ଥଳେ ବିଦ୍ୟାଳୟ ବନ୍ଦ ହେବା ଆଦୌ ଉଚିତ ନୁହେଁ।
ମୋ-୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri