ପରିଣତ ବୟସରେ…

ଜୀବନର ସାୟାହ୍ନରେ ଯୌବନର ମାଦକତା ଓ ଇନ୍ଦ୍ରିୟ କାର୍ଯ୍ୟ କ୍ଷମତା ଧୀରେ ଧୀରେ ହ୍ରାସ ପାଏ। ଏହି ସମୟରେ ରୁଗ୍ଣତା ଆସିଲେ ଶରୀର ହୋଇପଡ଼େ ଦୁର୍ବଳ ଆଉ ବଞ୍ଚତ୍ବା ହୋଇଯାଏ ଦୁର୍ବିଷହ। ତେଣୁ ପରିଣତ ବୟସରେ ସୁସ୍ଥ
ରହିବା ଲାଗି ମହିଳାମାନଙ୍କୁ
ଶରୀରର ବିଶେଷ ଯତ୍ନ
ନେବା ଆବଶ୍ୟକ…

ମହିଳାମାନେ ଗୃହିଣୀ ଭାବେ, କାର୍ଯ୍ୟକ୍ଷେତ୍ର ସହକର୍ମୀ ଭାବେ ଓ ଶିଶୁ ପରିଚର୍ଯ୍ୟାରେ ମା’ର ମମତା ନେଇ ପୁରୁଷଙ୍କୁ ସହଯୋଗ କରିଥାନ୍ତି। ବୟସ ଅଧିକ ହେଲେ ମଧ୍ୟ ସେଥିରୁ ଏମାନଙ୍କୁ ମୁକ୍ତି ମିଳି ନ ଥାଏ ବରଂ କାର୍ଯ୍ୟର ଭାର ବୃଦ୍ଧି ପାଇବାରେ ଲାଗିଥାଏ। ପ୍ରଥମେ ପୁଅ, ଝିଅ ଓ ଶାଶୁଶ୍ୱଶୁରଙ୍କର କାର୍ଯ୍ୟ ଓ ପରବର୍ତ୍ତୀ ସମୟରେ ପୁଅବୋହୂ ନାତି ନାତୁଣୀଙ୍କର ଦାୟିତ୍ୱ ବହନ କରିବାକୁ ପଡ଼ିଥାଏ। ଏହା ମଧ୍ୟରେ ସେମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ବସନ୍ତି; ଯାହାର ଫଳସ୍ବରୂପ ପରିଣତ ବୟସରେ ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଧୀରେ ଧୀରେ ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ।
ବୃଦ୍ଧାବସ୍ଥାରେ ମହିଳାମାନଙ୍କୁ ହେଉଥିବା ରୋଗଗୁଡ଼ିକୁ ଏହିପରି ଶ୍ରେଣୀ ବିଭାଗ କରାଯାଇପାରେ ଯଥା- ଶାରୀରିକ ରୋଗ, ମାନସିକ ରୋଗ। ଜାଣିବା ସେ ସମ୍ପର୍କରେ…
ବର୍ତ୍ତମାନ ଅଧିକାଂଶ ବୟସ୍କା ମହିଳାଙ୍କଠାରେ ମଧୁମେହ ରୋଗ ଦେଖିବାକୁ ମିଳୁଛି। ସେହିପରି ମେଦବହୁଳତା ଏବଂ ହାଇକୋଲେଷ୍ଟେରଲ୍‌ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି।
ଏହାବ୍ୟତୀତ ଉଚ୍ଚ ରକ୍ତଚାପ ରୋଗ ଅଧିକାଂଶ ବୟସ୍କ ମହିଳା ଓ ପୁରୁଷ ସମସ୍ତଙ୍କଠାରେ ଦେଖାଯାଏ। ତେବେ ରଜୋ ନିବୃତି ବା ଋତୁସ୍ରାବ ବିରତି ପରେ ଉଚ୍ଚ ରକ୍ତଚାପ ପ୍ରାୟତଃ ବୟସ୍କ ମହିଳାଙ୍କଠାରେ ଦେଖାଯାଇଥାଏ। ସାଧାରଣତଃ ରକ୍ତଚାପ ଠାରୁ ଏହା ଅଧିକ ହେଲେ ବ୍ରେନ୍‌ଷ୍ଟ୍ରୋକ୍‌, ରକ୍ତସ୍ରାବ, ପକ୍ଷାଘାତ ବା ପାରାଲିସିସ୍‌ ପରି ଅନେକ ସମସ୍ୟା ଦେଖାଯାଇଥାଏ। କରୋନାରି ରକ୍ତନାଳି ରୋଗ କିମ୍ବା ଅନ୍ୟାନ୍ୟ କାରଣରୁ ହୃଦ୍‌ଘାତ ମଧ୍ୟ ଅନେକ ମହିଳାଙ୍କଠାରେ ଦେଖିବାକୁ ମିଳିଥାଏ।
ପରିଣତ ବୟସରେ ଅନେକଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଏ। ଏ ବୟସରେ ଚକ୍ଷୁରୋଗ ମଧ୍ୟରେ ମୋତିଆ ବିନ୍ଦୁ ଓ ଗ୍ଲୁକୋମା ପ୍ରଧାନ। ସେହିପରି ଧୀରେ ଧୀରେ ଶ୍ରବଣଶକ୍ତି ମଧ୍ୟ ହ୍ରାସ ପାଉଥିବାରୁ କେବଳ ଉଚ୍ଚ ସ୍ବରରେ କୁହାଯାଉଥିବା କଥା ଶୁଣାଯାଇଥାଏ।
ଏହି ବୟସରେ ଅନେକଙ୍କଠାରେ ଅଷ୍ଟିଓ ପୋରୋସିସ୍‌ ବା ଅସ୍ଥିର କୋମଳ ରୋଗ ଦେଖାଯାଏ। କ୍ୟାଲସିଅମ୍‌ ଅଭାବ ଯୋଗୁ ଭାଙ୍ଗିଯିବାର ଆଶଙ୍କା ବଢ଼ିଯାଇଥାଏ। ଅଷ୍ଟିଓ ଆର୍ଥ୍ରାଇଟିସ ଅନ୍ୟ ଏକ ରୋଗ, ଯେଉଁଥିରେ ଖଞ୍ଜା ବା ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ଓ ଯିବାଆସିବାରେ ଅସୁବିଧା ହୋଇଥାଏ। ଗାଉଟ୍‌ ମଧ୍ୟ ଅନ୍ୟ ଏକ ବ୍ୟାଧି, ଯାହା କି ଗଣ୍ଠିକୁ ଆକ୍ରାନ୍ତ କରିଥାଏ।
ଏସବୁ ସମସ୍ୟା ବ୍ୟତୀତ ଜରାୟୁ କର୍କଟ, ଜରାୟୁଗ୍ରୀବା କର୍କଟ, ସ୍ତନ କର୍କଟ ଏବଂ ଅନ୍ୟାନ୍ୟ କର୍କଟ ରୋଗ ବୃଦ୍ଧାବସ୍ଥାରେ ଦେଖାଯିବା ଆଶଙ୍କା ଅଧିକ ଥାଏ।
ମାନସିକ ବ୍ୟାଧି ବୟସାଧିକ୍ୟରେ ଅନ୍ୟ ଏକ ରୋଗ, ଯେଉଁଥିରେ ଅତୀତର ସ୍ମୃତି ଅଧିକ ମନକୁ ଆସିଥାଏ। କିନ୍ତୁ ସଦ୍ୟ ଘଟଣାଗୁଡ଼ିକ ମନରୁ ଲିଭିଯାଏ, ଯାହାକୁ ଆଲ୍‌ଝିମର୍ସ କୁହାଯାଏ। ଏହାଛଡ଼ା ରଜୋନିବୃତ୍ତି ହେତୁ ମାନସିକ ପରିବର୍ତ୍ତନ ଯୋଗୁ ଅବସାଦ, ସାମାନ୍ୟ କଥାରେ ଚିଡ଼ିଚିଡ଼ା ହେବା ଭଳି ସମସ୍ୟା ଦେଖାଦିଏ।
ପ୍ରତିକାର: ପ୍ରତି ୬ ମାସରେ ସ୍ବାସ୍ଥ୍ୟ ପରୀକ୍ଷା ଯଥା ବ୍ଲଡ ପ୍ରେସର, ରକ୍ତ ସର୍କରା, ଓଜନ, କୋଲେଷ୍ଟେରଲ, ଇସିଜି ଇତ୍ୟାଦି କରାଇବା ସହ ଆବଶ୍ୟକ ସ୍ଥଳେ ଔଷଧ ସେବନ କରୁନ୍ତୁ। ସନ୍ତୁଳିତ ରୁଚିକର ଖାଦ୍ୟ ଖାଆନ୍ତୁ ଏବଂ ପ୍ରତିଦିନ ଯୋଗ ବ୍ୟାୟାମ କରନ୍ତୁ । ସର୍ବଦା ମନ ଖୁସି ରଖିବା ସହ ମନଖୋଲି ହସିବାକୁ ଚେଷ୍ଟା କରନ୍ତୁ। ଏ ବୟସରେ ନିଉମୋନିଆ ଓ ଇନ୍‌ଫ୍ଲୁଏଞ୍ଜା ଭଳି ସମସ୍ୟା ମଧ୍ୟ ଦେଖା ଦେଉଥିବାରୁ ନିଉମୋକୋକାଲ-୧୩ ଭାଲେଣ୍ଟ ଟିକା ଓ ଫ୍ଲୁ ଟିକା ମଧ୍ୟ ନିଅନ୍ତୁ। ରକ୍ତଚାପ ସମସ୍ୟା କିମ୍ବା ଅନ୍ୟ ସମସ୍ୟା ଥିଲେ ସକାଳୁ ଉଠିବା ପରେ ହଠାତ୍‌ ଠିଆ ନ ହୋଇ ବିଛଣାରେ କିଛି ସମୟ ବସିବା ପରେ ଉଠନ୍ତୁ।
ସ୍ବାସ୍ଥ୍ୟ ସମସ୍ୟା ସମାଧାନ ଓ ଆଧୁନିକ ଚିକିତ୍ସା ପଦ୍ଧତି ଫଳରେ ବର୍ତ୍ତମାନ ଅନେକ ମହିଳାଙ୍କ ଆୟୁଷ ସୀମା ବଢ଼ିଯାଇଛି। ଅର୍ଥାତ୍‌ ସେମାନଙ୍କର ଲାଇଫ୍‌ ଏକ୍ସପେଟାନ୍ସି ଆଟ୍‌ ବାର୍ଥ ୭୦.୭ ବୟସ ବର୍ଷ ରହିଛି। ପୂର୍ବରୁ ପ୍ରାୟ ଅଧିକାଂଶ ଜଏଣ୍ଟ ଫ୍ୟାମିଲି ଥିଲା, ହେଲେ ବର୍ତ୍ତମାନ ନ୍ୟୁକ୍ଲିଆର୍‌ ଫ୍ୟାମିଲିରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବା ଭିତରେ ଘରେ ଥିବା ବୟସ୍କମାନଙ୍କ ଯତ୍ନରେ ଅବହେଳା ହେଉଛି। ତେଣୁ ପ୍ରତ୍ୟେକ ବୟସ୍କା ମହିଳା ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସହ ଏ ବୟସରେ ଦେଖା ଦେଉଥିବା ରୋଗର ପୂର୍ବରୁ ନିଦାନ ଓ ଚିକିତ୍ସା କରାଯାଇପାରିଲେ ସୁଖମୟ ବାର୍ଦ୍ଧକ୍ୟ ହୋଇପାରିବ।
ଡା. ବିଦ୍ୟୁତ୍‌ଲତା ମିଶ୍ର

– ଲିଙ୍ଗରାଜ ବିହାର,
ପୋଖରୀପୁଟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri