୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର ସ୍ପ୍ରେଡର୍‌ ପାଲଟୁଛନ୍ତି। ସଂକ୍ରମିତ ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ସଂସ୍ପର୍ଶରେ ଆସୁଥିବା ଅନ୍ୟ ଜଣକୁ ସହଜରେ ଆକ୍ରାନ୍ତ କରୁଛନ୍ତି।

ଡେଲଟା ସମେତ ଅନ୍ୟାନ୍ୟ ଭାରିଆଣ୍ଟ୍‌ କ୍ଷେତ୍ରରେ ସଂକ୍ରମଣ ବ୍ୟାପିବାକୁ ୨ ରୁ ୪ ଦିନ ସମୟ ଲାଗୁଥିବାବେଳେ ଓମିକ୍ରନ୍‌ ରେ ଶୀଘ୍ର ଏହା ହେଉଥିବା ଗବେଷଣାରୁ ଜଣାପଡ଼ିଛି। ଏକ ଅଧ୍ୟୟନ ଅନୁଯାୟୀ, ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପୂର୍ବ ଭାରିଆଣ୍ଟ ତୁଳନାରେ ଶୀଘ୍ର କରୋନା ସ୍ପ୍ରେଡର୍‌ ହେଉଛନ୍ତି।

ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ ଫେଡେରାଲ ହେଲଥ ଏଜେନ୍ସି (ସିଡିସି) ଅନୁଯାୟୀ, କରୋନାର ଅନ୍ୟ ଭାରିଆଣ୍ଟ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଠାରେ ଲକ୍ଷଣ ଦେଖାଯିବାର କିଛି ଦିନ ପୂର୍ବରୁ ଏବଂ ଲକ୍ଷଣ ସମାପ୍ତ ହେବାର କିଛି ଦିନ ପରେ ଅନ୍ୟଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

ମାତ୍ର ଓମିକ୍ରନ କ୍ଷେତ୍‌ରରେ ପ୍ରାୟ ୩ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଥାଏ। ଜଣେ ବ୍ୟକ୍ତି କେବଳ ଗୋଟିଏ ଦିନରେ ହିଁ କରୋନା ସ୍ପ୍ରେଡର୍‌ ହେବାର ଆଶଙ୍କା ରହିଥାଏ ବୋଲି ସିଡ଼ିସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌...

ରାଜ୍ୟରେ ୫୭ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୩ ଜଣ ଲୋକାଲ...

ରୁଷିଆକୁ ୟୁକ୍ରେନର ପାଲଟା ଜବାବ, ରୁଷିଆ ବାୟୁସେନାର ୪ ମିଶାଇଲ, ହେଲିକପ୍ଟର, ଯୁଦ୍ଧ ବିମାନ ନଷ୍ଟ

କ୍ୱିଭ/ମସ୍କୋ,୩ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚିଥିଲେ ବି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଲକ୍ଷ ଲକ୍ଷ ଲୋକ...

ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ

ବୁଏନ୍ସ୍‌ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍‌ ପାରିତ ହୋଇଛି।...

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ...

ରୁଷିଆ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ‘ନରମ’: ବାଇଡେନ୍‌

ନ୍ୟୁୟର୍କ,୨୨।୩: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି। ଆମେରିକାର ଅନ୍ୟ ସହଯୋଗୀ ଦେଶ ତୁଳନାରେ ଭାରତର...

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା...

ଟ୍ରମ୍ପ୍‌ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର

ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍‌ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍‌ କ୍ଷମତାରେ ରହିବା...

Advertisement
Archives

Model This Week