ଜାହାଜ ଚଳାଚଳ ପାଇଁ ଉଚ୍ଚ ହେବ ବ୍ରାହ୍ମଣୀ ସେତୁ

ଢେଙ୍କାନାଳ ଅଫିସ,୧୭।୧: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଶିଳ୍ପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ନଦୀରେ ଚଳାଚଳ କରିବ ପଣ୍ୟବାହୀ ଜାହାଜ। ଅନୁଗୋଳ-ଢେଙ୍କାନାଳ-ଯାଜପୁର ଭଳି ଶିଳ୍ପସମୃଦ୍ଧ ଜିଲାରୁ )ସାମଗ୍ରୀ ପରିବହନ ସୁବିଧାରେ କରିହେବ। କୃଷି, ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନଗୁଡ଼ିକର ବିକାଶ ସାଙ୍ଗକୁ ପରିବେଶଜନିତ କ୍ଷତିକୁ ବହୁ ପରିମାଣରେ କମାଯାଇପାରିବ। ହେଲେ ଏହା ଏତେ ସହଜ ନୁହେଁ। କାରଣ ଅଗଭୀର ନଦୀ ଏବଂ ପୂର୍ବରୁ କମ୍‌ ଉଚ୍ଚତାରେ ନିର୍ମିତ ସେତୁ ଜାହାଜ ଚଳାଚଳରେ ପ୍ରତିବନ୍ଧକ ସାଜିବ। ତେଣୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ସମସ୍ୟା ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରକଳ୍ପ ଲାଗି ଯେଉଁସବୁ ଆନୁଷଙ୍ଗିକ ଭିତ୍ତିଭୂମି ଆବଶ୍ୟକ, ସେସବୁର କାର୍ଯ୍ୟ ତ୍ୱରାନ୍ବିତ କରାଯାଉଛି। ବିଶେଷକରି ନିର୍ମାଣାଧୀନ, ପ୍ରସ୍ତାବିତ ଏବଂ ପୁରୁଣା ସମସ୍ତ ସେତୁଗୁଡ଼ିକୁ ଅଧିକ ଉଚ୍ଚତାବିଶିଷ୍ଟ କରାଯିବାକୁ ଅଗ୍ରାଧିକାର ଦିଆଯାଉଛି।
ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲା ସମଲ ବ୍ୟାରେଜଠାରୁ ଢେଙ୍କାନାଳ ଦେଇ ପାରାଦୀପ ଏବଂ ଧାମରା ଯାଏ ବ୍ରାହ୍ମଣୀ ନଦୀରେ ଜଳମାର୍ଗ କାର୍ଯ୍ୟକ୍ଷମ ହେବ। ପଣ୍ୟବାହୀ ଜାହାଜ ଯେପରି ବିନା ବାଧାରେ ଚଳପ୍ରଚଳ କରିପାରିବ, ସେଥିଲାଗି ନୂଆ ମାର୍ଗଦର୍ଶିକା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ଏହିକ୍ରମରେ ଯୋରନ୍ଦା-କାଲୁରିଆ-ଗୋରଡ଼ିଆକୁ ସଂଯୋଗ କରୁଥିବା ନିର୍ମାଣାଧୀନ ବ୍ରିଜ୍‌ର ଉଚ୍ଚତା ୯ ମିଟର ଏବଂ ଚଉଡ଼ା ୬୨.୦୭ ମିଟର ବିଶିଷ୍ଟ କରାଯାଉଛି। ସେତୁର ଉଭୟ ପାର୍ଶ୍ୱରେ ୧୮୫ ମିଟର ବିଶିଷ୍ଟ ଦୁଇଟି ଆପ୍ରୋଚ ରୋଡ୍‌ ନିର୍ମାଣ କରାଯିବ। ଏସବୁ କାର୍ଯ୍ୟ ଲାଗି ୨୦୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ୧,୮୬୨.୧୦ ମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୯ ମାର୍ଚ୍ଚ ୬ରୁ ଆରମ୍ଭ ହୋଇଛି। ୨୦୨୧ ସେପ୍ଟେମ୍ବର ୫ରେ ଏହା ସମ୍ପୂର୍ଣ୍ଣ ହେବା କଥା। ହେଲେ କରୋନା ସଂକ୍ରମଣ କାରଣରୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳରୁ ମହିମାଗାଦି ଯୋରନ୍ଦା ଏବଂ କାଲୁରିଆ ଦେଇ କାମାକ୍ଷାନଗର ଉପଖଣ୍ଡ ଅଧୀନ ଭୁବନ ସମେତ ଗୋରଡିଆ, ଦିଘି, ମଠକରଗୋଳାକୁ ଗମନାଗମନ ସୁଗମ ହେବ।
ପରଜଙ୍ଗ ବ୍ଲକର ବଡ଼କମର ଏବଂ ଓଡ଼ାପଡ଼ା ବ୍ଲକର ଖଡଗ୍‌ପ୍ରସାଦ ମଧ୍ୟରେ ଅନୁରୂପ ଅନ୍ୟ ଏକ ସେତୁ ନିର୍ମାଣ ହେବ। ଏଥିଲାଗି ଗତ ଡିସେମ୍ବର ୨୫ରେ ଶିଳାନ୍ୟାସ ହୋଇଛି। ଏଥିପାଇଁ ୧୧୪ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ୧,୧୭୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପରଜଙ୍ଗ ବ୍ଲକ ସରାଙ୍ଗ ଏବଂ ତାଳଚେର ବ୍ଲକର ବହ୍ଲର ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଅନ୍ୟ ଏକ ସେତୁ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଢେଙ୍କାନାଳ-କାମାକ୍ଷାନଗର ସାରଙ୍ଗଧର ସେତୁ ଏବଂ ଢେଙ୍କାନାଳ-ଭୁବନ ବାଜି ରାଉତ ସେତୁକୁ ମଧ୍ୟ ମାର୍ଗଦର୍ଶିକା ଅନୁଯାୟୀ ଅଧିକ ଉଚ୍ଚତା ବିଶିଷ୍ଟ କରାଯିବ। ବର୍ତ୍ତମାନ ଉଭୟ ସେତୁର ଉଚ୍ଚତା ୬ ମିଟର ଏବଂ ଚଉଡ଼ା ୩୫ ମିଟର ରହିଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଏଣିକି ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ଲାଗି ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ଅନୁମୋଦନ ବାଧ୍ୟତାମୂଳକ। ମାର୍ଗଦର୍ଶିକା ଅନୁଯାୟୀ, ପ୍ରସ୍ତାବିତ ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଏବଂ ଅଧିକ ଉଚ୍ଚତା ବିଶିଷ୍ଟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜଳପଥରେ ସୁବିଧାରେ ମାଲ୍‌ ପରିବହନ ଲାଗି ଓଡ଼ିଶାରେ ୫୦୦୦ କୋଟି ଟଙ୍କା ବ୍ୟୟରେ ଏହି ବୃହତ୍‌ ପ୍ରକଳ୍ପ କରାଯାଉଥିବା ୨୦୧୯ ଫେବୃୟାରୀ ୬ରେ ୫୩ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ କାମାକ୍ଷାନଗର ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ସୂଚନା ଦେଇଥିଲେ। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିବା ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତବର୍ଷ ଜୁଲାଇରେ କହିଥିଲେ।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?