ଜାହାଜ ଚଳାଚଳ ପାଇଁ ଉଚ୍ଚ ହେବ ବ୍ରାହ୍ମଣୀ ସେତୁ

ଢେଙ୍କାନାଳ ଅଫିସ,୧୭।୧: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ହେବ ରାଷ୍ଟ୍ରୀୟ ଜଳମାର୍ଗ। ଶିଳ୍ପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ନଦୀରେ ଚଳାଚଳ କରିବ ପଣ୍ୟବାହୀ ଜାହାଜ। ଅନୁଗୋଳ-ଢେଙ୍କାନାଳ-ଯାଜପୁର ଭଳି ଶିଳ୍ପସମୃଦ୍ଧ ଜିଲାରୁ )ସାମଗ୍ରୀ ପରିବହନ ସୁବିଧାରେ କରିହେବ। କୃଷି, ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନଗୁଡ଼ିକର ବିକାଶ ସାଙ୍ଗକୁ ପରିବେଶଜନିତ କ୍ଷତିକୁ ବହୁ ପରିମାଣରେ କମାଯାଇପାରିବ। ହେଲେ ଏହା ଏତେ ସହଜ ନୁହେଁ। କାରଣ ଅଗଭୀର ନଦୀ ଏବଂ ପୂର୍ବରୁ କମ୍‌ ଉଚ୍ଚତାରେ ନିର୍ମିତ ସେତୁ ଜାହାଜ ଚଳାଚଳରେ ପ୍ରତିବନ୍ଧକ ସାଜିବ। ତେଣୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ସମସ୍ୟା ଦୂରୀକରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରକଳ୍ପ ଲାଗି ଯେଉଁସବୁ ଆନୁଷଙ୍ଗିକ ଭିତ୍ତିଭୂମି ଆବଶ୍ୟକ, ସେସବୁର କାର୍ଯ୍ୟ ତ୍ୱରାନ୍ବିତ କରାଯାଉଛି। ବିଶେଷକରି ନିର୍ମାଣାଧୀନ, ପ୍ରସ୍ତାବିତ ଏବଂ ପୁରୁଣା ସମସ୍ତ ସେତୁଗୁଡ଼ିକୁ ଅଧିକ ଉଚ୍ଚତାବିଶିଷ୍ଟ କରାଯିବାକୁ ଅଗ୍ରାଧିକାର ଦିଆଯାଉଛି।
ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ ଜିଲା ସମଲ ବ୍ୟାରେଜଠାରୁ ଢେଙ୍କାନାଳ ଦେଇ ପାରାଦୀପ ଏବଂ ଧାମରା ଯାଏ ବ୍ରାହ୍ମଣୀ ନଦୀରେ ଜଳମାର୍ଗ କାର୍ଯ୍ୟକ୍ଷମ ହେବ। ପଣ୍ୟବାହୀ ଜାହାଜ ଯେପରି ବିନା ବାଧାରେ ଚଳପ୍ରଚଳ କରିପାରିବ, ସେଥିଲାଗି ନୂଆ ମାର୍ଗଦର୍ଶିକା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ଏହିକ୍ରମରେ ଯୋରନ୍ଦା-କାଲୁରିଆ-ଗୋରଡ଼ିଆକୁ ସଂଯୋଗ କରୁଥିବା ନିର୍ମାଣାଧୀନ ବ୍ରିଜ୍‌ର ଉଚ୍ଚତା ୯ ମିଟର ଏବଂ ଚଉଡ଼ା ୬୨.୦୭ ମିଟର ବିଶିଷ୍ଟ କରାଯାଉଛି। ସେତୁର ଉଭୟ ପାର୍ଶ୍ୱରେ ୧୮୫ ମିଟର ବିଶିଷ୍ଟ ଦୁଇଟି ଆପ୍ରୋଚ ରୋଡ୍‌ ନିର୍ମାଣ କରାଯିବ। ଏସବୁ କାର୍ଯ୍ୟ ଲାଗି ୨୦୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ୧,୮୬୨.୧୦ ମିଟର ଦୀର୍ଘ ଏହି ସେତୁର ନିର୍ମାଣ କାର୍ଯ୍ୟ ୨୦୧୯ ମାର୍ଚ୍ଚ ୬ରୁ ଆରମ୍ଭ ହୋଇଛି। ୨୦୨୧ ସେପ୍ଟେମ୍ବର ୫ରେ ଏହା ସମ୍ପୂର୍ଣ୍ଣ ହେବା କଥା। ହେଲେ କରୋନା ସଂକ୍ରମଣ କାରଣରୁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହି ସେତୁ କାର୍ଯ୍ୟକ୍ଷମ ହେଲେ ଢେଙ୍କାନାଳରୁ ମହିମାଗାଦି ଯୋରନ୍ଦା ଏବଂ କାଲୁରିଆ ଦେଇ କାମାକ୍ଷାନଗର ଉପଖଣ୍ଡ ଅଧୀନ ଭୁବନ ସମେତ ଗୋରଡିଆ, ଦିଘି, ମଠକରଗୋଳାକୁ ଗମନାଗମନ ସୁଗମ ହେବ।
ପରଜଙ୍ଗ ବ୍ଲକର ବଡ଼କମର ଏବଂ ଓଡ଼ାପଡ଼ା ବ୍ଲକର ଖଡଗ୍‌ପ୍ରସାଦ ମଧ୍ୟରେ ଅନୁରୂପ ଅନ୍ୟ ଏକ ସେତୁ ନିର୍ମାଣ ହେବ। ଏଥିଲାଗି ଗତ ଡିସେମ୍ବର ୨୫ରେ ଶିଳାନ୍ୟାସ ହୋଇଛି। ଏଥିପାଇଁ ୧୧୪ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ୧,୧୭୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷ ମଧ୍ୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ପରଜଙ୍ଗ ବ୍ଲକ ସରାଙ୍ଗ ଏବଂ ତାଳଚେର ବ୍ଲକର ବହ୍ଲର ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଅନ୍ୟ ଏକ ସେତୁ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଢେଙ୍କାନାଳ-କାମାକ୍ଷାନଗର ସାରଙ୍ଗଧର ସେତୁ ଏବଂ ଢେଙ୍କାନାଳ-ଭୁବନ ବାଜି ରାଉତ ସେତୁକୁ ମଧ୍ୟ ମାର୍ଗଦର୍ଶିକା ଅନୁଯାୟୀ ଅଧିକ ଉଚ୍ଚତା ବିଶିଷ୍ଟ କରାଯିବ। ବର୍ତ୍ତମାନ ଉଭୟ ସେତୁର ଉଚ୍ଚତା ୬ ମିଟର ଏବଂ ଚଉଡ଼ା ୩୫ ମିଟର ରହିଛି। ଏ ସଂକ୍ରାନ୍ତରେ ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି, ଏଣିକି ବ୍ରାହ୍ମଣୀ ନଦୀ ଉପରେ ସେତୁ ନିର୍ମାଣ ଲାଗି ରାଷ୍ଟ୍ରୀୟ ଜଳମାର୍ଗ ବିଭାଗର ଅନୁମୋଦନ ବାଧ୍ୟତାମୂଳକ। ମାର୍ଗଦର୍ଶିକା ଅନୁଯାୟୀ, ପ୍ରସ୍ତାବିତ ସେତୁ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି ଏବଂ ଅଧିକ ଉଚ୍ଚତା ବିଶିଷ୍ଟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜଳପଥରେ ସୁବିଧାରେ ମାଲ୍‌ ପରିବହନ ଲାଗି ଓଡ଼ିଶାରେ ୫୦୦୦ କୋଟି ଟଙ୍କା ବ୍ୟୟରେ ଏହି ବୃହତ୍‌ ପ୍ରକଳ୍ପ କରାଯାଉଥିବା ୨୦୧୯ ଫେବୃୟାରୀ ୬ରେ ୫୩ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ କାମାକ୍ଷାନଗର ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ ସୂଚନା ଦେଇଥିଲେ। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖାଯାଇଥିବା ରାଜ୍ୟ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗତବର୍ଷ ଜୁଲାଇରେ କହିଥିଲେ।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri