ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକର ପ୍ରାର୍ଥୀ ଚୂଡାନ୍ତ ହୋଇପାରିନାହିଁ। ସବୁଠି ବିଦ୍ରୋହ ଏବଂ ଅଘୋଷିତ ମେଣ୍ଟ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି। ବିଜେଡି କର୍ମୀମାନେ ଭାଗ ଭାଗ ହୋଇଯାଇଛନ୍ତି। ବିଶେଷକରି ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ୨ ବିଧାୟକ ନେତା ରହିଥିବାରୁ ରାଜନୀତିରେ ଓଲଟପାଲଟ ହୋଇଯାଉଥିବା ଚର୍ଚ୍ଚା ହେଉଛି। ଅନ୍ୟ ଦଳରୁ ଡେଇଁ ଆସିଥିବା ନେତା ଓ ତାଙ୍କ ଅନୁଗତଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ପକ୍ଷରୁ ମାରାଥନ ଅଙ୍କକଷା ଚାଲିଛି। ଏହି ପରିପ୍ରେକ୍ଷୀରେ ଭାଜପା ଓ କଂଗ୍ରେସ ଅସନ୍ତୁଷ୍ଟଙ୍କ ଉପରେ ନଜର ଦେଇଥିବା ଜଣାପଡ଼ିଛି।
ବିଜେଡି ସମର୍ଥତ୍ତ ପ୍ରାର୍ଥୀଙ୍କୁ ହରାଇବାକୁ ଜିଲାର ସବୁଠି ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି। ସରପଞ୍ଚ ଓ ସମିତିସଭ୍ୟ ପାଇଁ ଊଣାଅଧିକେ ପ୍ରାର୍ଥୀ ଚୟନ ସରିଛି। କଂଗ୍ରେସର ସାଂଗଠନିକ ଦୁର୍ବଳତା ଯୋଗୁ ଏଯାଏ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇପାରିନାହିଁ। ଭାଜପାରେ ମଧ୍ୟ ଗୋଷ୍ଠୀ କନ୍ଦଳ ପ୍ରାର୍ଥୀ ଚୟନରେ ବାଧକ ସାଜିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡିରେ ସେବା କରି ଆସୁଥିବା ବହୁ କର୍ମୀ ନିରାଶ ହେବେ ବୋଲି ଆକଳନ କରାଯାଉଛି। ୧୫୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଅସମର୍ଥତ୍ତ ସୂତ୍ରରୁ ଜଣାପଡିଛି। ଯଦି ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହେବେ ତେବେ ଆଗାମୀ ଦିନରେ ପୁଣି ବିଜେଡିରେ ସାମିଲ ହେବେ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି କରିଛି। ଏହାର ସମାଧାନ ବାଟ ଖୋଜିବାକୁ ବିଜେଡିର ଚିନ୍ତା ବଢ଼ିଛି। କେତେଜଣ ବିଦ୍ରୋହୀ ପ୍ରାର୍ଥୀ ସ୍ବାଧୀନ ଭାବେ ଲଢ଼ିବାକୁ ମନସ୍ଥ କରିଥିବାବେଳେ କେତେଜଣ ଭାଜପାରେ ଯୋଗଦେବାକୁ ଅଣ୍ଟା ଭିଡ଼ିଛନ୍ତି। ଦୀର୍ଘଦିନ ବିଜେଡିରେ ରହି ସେମାନଙ୍କ ଲୋକସମର୍ଥନ ଥିବାରୁ ବିରୋଧୀଙ୍କୁ ଏହା ସୁହାଉଛି। ଏପରି କି ସବୁ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଜେଡି କିଭଳି ହାରିବ ସେ ନେଇ ଅଘୋଷିତ ମେଣ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ରଣନୀତି ପ୍ରସ୍ତୁତି ହେଉଥିବା ଜଣାପଡିଛି। ବିଜେଡିରୁ ଅତି କମ୍‌ରେ ପଞ୍ଚାୟତ ପ୍ରତି ୫ରୁ ୧୦ ଜଣ ଲେଖାଏ ଆଶାୟୀ ରହିଛନ୍ତି। ଏମାନେ ସମର୍ଥନ ପାଇବାକୁ ନେତାଙ୍କ ଚାରିପଟେ ଘୂରି ବୁଲୁଛନ୍ତି। ବାର୍ଷିକ ୫୦ ଲକ୍ଷରୁ ୨ କୋଟି ଟଙ୍କା ପଞ୍ଚାୟତ ଜରିଆରେ ବିଭିନ୍ନ ଉନ୍ନୟନମୂଳକ କାମରେ ଖର୍ଚ୍ଚ ହେଉଛି। ଏହାସହ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଆଦି ଯୋଜନାରେ ହିତାଧିକାରୀ ଚୟନରେ ପଞ୍ଚାୟତ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ସରପଞ୍ଚ ହେବାକୁ ବହୁ ନେତାଙ୍କ ଆଗ୍ରହ ରହିଛି। ଏଥିରେ ଠିକାଦାର, ବେକାର ଯୁବକ, ନେତାଙ୍କ ସମ୍ପର୍କୀୟ ପ୍ରମୁଖ ଲବି ଜୋର୍‌ଦାର କରୁଛନ୍ତି। ସେଥିପାଇଁ ଆଶାୟୀଙ୍କ ସଂଖ୍ୟା ବଢୁଥିବା ସହିତ ପ୍ରାର୍ଥୀ ଚୂଡାନ୍ତ ପରେ ବିଦ୍ରୋହ ଉଗ୍ରରୂପ ନେଇଛି।
ଚଳିତ ବର୍ଷ କୋଭିଡ କଟକଣା ନେତାଙ୍କୁ ଚିନ୍ତାରେ ପକାଇଛି। ଦଳ ଦଳ ହୋଇ ଘରକୁ ଘର ଯାଇ ଭୋଟରଙ୍କୁ ଆକୃଷ୍ଟ କରିବା ଏଥର ସମ୍ଭବ ହେଉନାହିଁ। ଅନ୍ୟପକ୍ଷେ ଶୋଭାଯାତ୍ରା, ବୈଠକ ଆଦି ପ୍ରଚାରକୁ ମଧ୍ୟ ବାରଣ କରାଯାଇଛି। ତେଣୁ ନେତା କିଭଳି ରଣକୌଶଳ ଅବଲମ୍ବନ କରିବେ ତାହା ଦେଖିବାକୁ ରହିଛି। ଅନ୍ୟପକ୍ଷେ କୋଭିଡ କଟକଣାରୁ ଭୋଟରମାନେ ଆଶ୍ୱସ୍ତି ପାଇବେ ବୋଲି ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?