୯ ବର୍ଷରେ ୧୧୪ ଅଙ୍ଗନୱାଡି ଗୃହ ଅସମ୍ପୂର୍ଣ୍ଣ

ଖଇରା,୨୯।୧୦ ଉତ୍କଳବନ୍ଧୁ ପଣ୍ଡା: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ବିଭିନ୍ନ ସମସ୍ୟା ଯୋଗୁ ୯ବର୍ଷ ମଧ୍ୟରେ ୧୧୪ ନୂତନ ଅଙ୍ଗନୱାଡି କେନ୍ଦ୍ର ଗୃହ ଅସମ୍ପୂର୍ଣ୍ଣ ରହିଛି। ଆବଶ୍ୟକ ସରକାରୀ ଜାଗା ଉପଲବ୍ଧ ନ ହେବା, କାର୍ଯ୍ୟଗ୍ରାହୀମାନେ ଯଥା ସମୟରେ ବିଲ୍‌ ନ ପାଇବା, ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଅର୍ଥାଭାବ, ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଭଳି କାରଣ ଏହି ଅସମ୍ପୂର୍ଣ୍ଣ ଗୃହ ପାଇଁ ଦାୟୀ ବୋଲି କୁହାଯାଉଛି। ଏଭଳି ଅସମ୍ପୂର୍ଣ୍ଣ କାରଣ ପାଇଁ ବହୁ ସ୍ଥାନରେ ପିଲାମାନେ ଝାଟିମାଟି ଘରେ କିମ୍ବା ସ୍କୁଲ ବାରଣ୍ଡାରେ ଅସୁରକ୍ଷିତ ଭାବେ ବସିବାକୁ ବାଧ୍ୟ ହେଉଛନ୍ତି। ତୁରନ୍ତ ଛୋଟ ଛୋଟ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଖଇରା ବ୍ଲକର ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
୨୦୧୧-୧୨ ମସିହା ପୂର୍ବରୁ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ଗ୍ରାମର ହରିହାଟ ଏବଂ କୋଠଘର, ବିଭିନ୍ନ ବିଦ୍ୟାଳୟ ଶ୍ରେଣୀ କକ୍ଷ, କର୍ମୀଙ୍କ ନିଜ ଘରେ ଚାଲୁଥିବା ବେଳେ ଏଥିପାଇଁ ଉଭୟ ପିଲା ଓ ଅଙ୍ଗନୱାଡି କେନ୍ଦ୍ରର କର୍ମୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପରେ ସରକାର କେନ୍ଦ୍ର ପାଇଁ ପକ୍କା ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧-୧୨ମସିହାରେ ୨ଟି, ୨୦୧୨-୧୩ରେ ୩୮ଟି, ୨୦୧୩-୧୪ରେ ୬୮ଟି, ୨୦୧୪-୧୫ରେ ୧୦ଟି, ୨୦୧୫-୧୬ରେ ୯ଟି, ୨୦୧୬-୧୭ରେ ୩୩ଟି, ୨୦୧୭-୧୮ରେ ୧୦ଟି, ୨୦୧୮-୧୯ରେ ୧୦୦ଟି, ୨୦୧୯-୨୦ରେ ୪୫ଟି ଘର ଖଇରା ବ୍ଲକକୁ ଯୋଗାଇ ଦିଆଯାଇଥିଲା। ୨୦୧୩-୧୪ରୁ ଘର ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ଅର୍ଥ ପ୍ରଦାନ କରାଯାଇଆସୁଛି। ବର୍ତ୍ତମାନ ସୁଦ୍ଧା ୨୦୧ ଘର ସମ୍ପୂର୍ଣ୍ଣ ହୋଇପାରିଥିବା ବେଳେ ଆବଶ୍ୟକ ଜାଗା ମିଳୁ ନ ଥିବାରୁ ୩୭ଟି ଘର ଓ ଅନ୍ୟାନ୍ୟ ବିବାଦ ପାଇଁ ୨୫ ଘର ନିର୍ମାଣ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ। ୫୨ଟି ଗୃହର ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଅଟକି ରହିଛି । ୨୦୧୮-୧୯ରେ ଆସିଥିବା ଘର ମଧ୍ୟରୁ ସର୍ବାଧିକ ୫୫ଟି ଗୃହ ନିର୍ମାଣ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି । ଏଭଳି ଉଦ୍‌ବେଗଜନକ ସ୍ଥିତି ସମ୍ପର୍କରେ ଗତ ସେପ୍ଟେମ୍ବର ୨୩ ତାରିଖରେ ପଞ୍ଚାୟତ ସମିତିର ୪ର୍ଥ ଅଧିବେଶନ ଓ ପୂର୍ବବର୍ତ୍ତୀ ଅଧିବେଶନରେ ବହୁ ଲୋକପ୍ରତିନିଧି ଗୃହକୁ ଅବଗତ କରାଇବା ସହ ଏହାର ସମାଧାନ ପାଇଁ ଦାବି କରିଥିଲେ। ବର୍ତ୍ତମାନ ବଟେଶ୍ୱର ଭଳି କିଛି ଅସ୍ଥାୟୀ କେନ୍ଦ୍ରରେ ପିଲା ଅସ୍ବାସ୍ଥ୍ୟକର ପରିବେଶରେ ବସି ପାଠ ପଢୁଥିବା ବେଳେ ଏହି କେନ୍ଦ୍ର ପାଇଁ ଆସିଥିବା ନୂତନ ଘର ୩ବର୍ଷ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି ା ଠିକାଦାର ବିଲ୍‌ ନ ପାଇବା ଗୃହ ଅସମ୍ପୂର୍ଣ୍ଣର ମୁଖ୍ୟ କାରଣ ବୋଲି କୁହାଯାଉଥିବା ବେଳେ ତୁରନ୍ତ ଏହା ଶେଷ କରିବାକୁ ଗ୍ରାମର ଭୋଳାନାଥ ମହାପାତ୍ର ପ୍ରଶାସନକୁ ଅନୁରୋଧ କରିଛନ୍ତି। ଅନ୍ୟ ଯୋଜନାରେ ତୁରନ୍ତ ବିଲ୍‌ ପୈଠ କରାଯାଉଥିବା ବେଳେ ଏହି ଯୋଜନାରେ ବର୍ଷ ବର୍ଷ ଧରି ବିଲ୍‌ ପଡ଼ିରହିବା ଘର ଅସମ୍ପୂର୍ଣ୍ଣର ଅନ୍ୟତମ କାରଣ ବୋଲି ଚକ ଗ୍ରାମର ମାଧବାନନ୍ଦ ରାଉତ କହିଛନ୍ତି। ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ଘର ଗୁଡ଼ିକ ସମ୍ପୂର୍ଣ୍ଣ କରିବାକୁ ପ୍ରଶାସନ ଗୁରୁତର ସହ ବିଚାର କରିବା ଦରକାର ବୋଲି ଖଇରା ମଣ୍ଡଳ ଭାଜପା ସଭାପତି ରାଜେଶ କୁମାର ରାଉତ ଦାବି କରିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସରେ ଅର୍ଥ ଠିକ୍‌ ସମୟରେ ପହଞ୍ଚୁ ନ ଥିବାରୁ ଘର ନିର୍ମାଣରେ ବାଧା ସୃଷ୍ଟି ହେଉଥିଲା। ଏବେ ପଞ୍ଚାୟତ ଫଣ୍ଡରୁ ଆବଶ୍ୟକ ଅର୍ଥ ଦିଆଯାଇ ୧ମାସ ମଧ୍ୟରେ ୨୫ଟି ଘର ଶେଷ କରାଯାଇଛି। ୬ମାସ ମଧ୍ୟରେ ସମସ୍ତ ଘର ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ ଜାରି ରହିଥିବା ବିଡିଓ ପର୍ଶୁରାମ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri