୫୦ ବର୍ଷରେ ଭାରତରେ ୧୧୭ ବାତ୍ୟା: ଓଡ଼ିଶାରେ ବିଧ୍ୱଂସକ ଥିଲା ୧୯୭୧

ନୂଆଦିଲ୍ଲୀ,୨୮/୫: ୧୯୭୦ରୁ ୨୦୧୯ ମଧ୍ୟରେ ଭାରତ ୧୧୭ ବାତ୍ୟାର ସମ୍ମୁଖୀନ ହୋଇଛି। ଏହି ୫୦ ବର୍ଷ ମଧ୍ୟରେ ସାମୁଦ୍ରିକ ଝଡ଼ ଓ ବାତ୍ୟାରେ ୪୦,୦୦୦ ଲୋକଙ୍କ ଜୀବନ ଯାଇଛି। ସାମୁଦ୍ରିକ ଝଡ଼ ଯୋଗୁ ମୃତ୍ୟୁହାର ବିଗତ ୧୦ ବର୍ଷରେ ବହୁଳ ଭାବେ ହ୍ରାସ ପାଇଛି ବୋଲି ଏକ ଗବେଷଣାମୂଳକ ନିବନ୍ଧରେ ପ୍ରକାଶ ପାଇଛି। ତେବେ ଓଡ଼ିଶା ପାଇଁ ସବୁଠୁ ବିଧ୍ୱଂସକ ଥିଲା ୧୯୭୧ ଅକ୍ଟୋବର ୩୦ର ବାତ୍ୟା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ପ୍ରାୟ ୧୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷ ଲୋକ ବାସଚ୍ୟୁତ ହୋଇଯାଇଥିଲେ। ସେହିପରି ୧୯୯୯ ମହାବାତ୍ୟା ମଧ୍ୟ ସଂହାରଲୀଳା ରଚିଥିଲା, ଯାହାର ସ୍ମୃତି ଅନେକଙ୍କ ମନରୁ ଏଯାଏ ଲିଭିନାହିଁ।
ଭୂବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରାଜୀବନଙ୍କ ସହ ମିଶି ବୈଜ୍ଞାନିକ କମଲଜିତ ରାୟ, ଏସ୍‌.ଏସ୍‌.ରାୟ, କେ.କେ. ଗିରି ଏବଂ ଏ.ପି. ଦିମ୍ରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କମଲଜିତଙ୍କ ନେତୃତ୍ୱରେ ପ୍ରସ୍ତୁତ ଉକ୍ତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଭାରତରେ ୫୦ ବର୍ଷରେ ୭,୦୬୩ଟି ପାଣିପାଗଜନିତ ବିପର୍ଯ୍ୟୟରେ ମୋଟ ୧,୪୧,୩୦୮ ଲୋକଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୮% ଅର୍ଥାତ୍‌ ୪୦,୩୫୮ ଜଣ କେବଳ ଝଡ଼ରେ ପ୍ରାଣ ହରାଇଛନ୍ତି। ସେହିପରି ବନ୍ୟାବିତ୍ପାତରେ ୪୬%ରୁ ସାମାନ୍ୟ ଅଧିକ ଅର୍ଥାତ୍‌ ୬୫,୧୩୦ ଜଣଙ୍କ ମୃତ୍ୟୁ ଘଟିଛି। ନିକଟରେ ଆରବ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ତଉକ୍‌ତାଏ ପଶ୍ଚିମ ଉପକୂଳରେ ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଗୁଜରାଟ ଉପକୂଳ ଅତି ଭୟଙ୍କର ସାମୁଦ୍ରିକ ଝଡ଼କୁ ସାମ୍ନା କରିଥିଲା। ଏଥିରେ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନେକ ରାଜ୍ୟର ବହୁ ଘରଦ୍ୱାର ଭାଙ୍ଗିଯାଇଥିଲା। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଝଡ଼ ୟାସ୍‌ ବୁଧବାର ଉତ୍ତର ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିବାବେଳେ ପଶ୍ଚିମବଙ୍ଗକୁ ମଧ୍ୟ ବହୁଳ ପ୍ରଭାବିତ କରିଛି। ଏହାର ପ୍ରଭାବରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ନିର୍ଭୁଲ୍‌ ଆକଳନ କ୍ଷମତା ଓ ପାଣିପାଗ ଭବିଷ୍ୟବାଣୀ ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ ବିଗତ ୨ ଦଶନ୍ଧି ଧରି ମୃତ୍ୟୁସଂଖ୍ୟାକୁ ସୀମିତ କରାଯାଇପାରିଛି।
ଅଧ୍ୟୟନରେ ଆହୁରି କୁହାଯାଇଛି ଯେ, ୧୯୭୧ ସେପ୍ଟେମ୍ବର ଶେଷରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ୪ଟି ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଥିଲା। ଓଡ଼ିଶା ପାଇଁ ତନ୍ମଧ୍ୟରୁ ସବୁଠୁ ବିଧ୍ୱଂସକ ଥିଲା ୧୯୭୧ ଅକ୍ଟୋବର ୩୦ର ବାତ୍ୟା। ଏଥିରେ ବହୁ ଧନଜୀବନ ହାନି ହୋଇଥିଲା। ପ୍ରାୟ ୧୦,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ୧୦ ଲକ୍ଷ ଲୋକ ବାସଚ୍ୟୁତ ହୋଇଯାଇଥିଲେ। ୧୯୭୭ ନଭେମ୍ବର ୯ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଗ୍ରୀଷ୍ମମଣ୍ଡଳୀୟ ଝଡ଼ ଦାନା ବାନ୍ଧିଥିଲା। ଦ୍ୱିତୀୟ ଝଡ଼ ଚିରାଲା ସାଇକ୍ଲୋନ୍‌ ଆସିବାବେଳେ ଘଣ୍ଟା ପ୍ରତି ୨୦୦ କି.ମି. ବେଗରେ ପବନ ବହିଥିଲା। ସେତେବେଳେ ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରରେ ୫ ମିଟର ଉଚ୍ଚ ଜୁଆର ଉଠିଥିଲା। ଏଥିରେ ପ୍ରାୟ ୧୦,୦୦୦ ଜଣଙ୍କ ଜୀବନ ଯାଇଥିବାବେଳେ ୨୫ ନିୟୁତ ଡଲାରର ଭିତ୍ତିଭୂମି ଓ ଫସଲ ନଷ୍ଟ ହୋଇଯାଇଥିଲା। କେବଳ ୧୯୭୦-୧୯୮୦ ଦଶକରେ ସାମୁଦ୍ରିକ ଝଡ଼ ୨୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିଲା। ତେବେ ବଙ୍ଗୋପସାଗରରେ ୨୦୧୦-୨୦୧୯ ମଧ୍ୟରେ ଅନେକ ବାତ୍ୟା ଆସିଥିଲେ ହେଁ ଝଡ଼ଜନିତ ମୃତ୍ୟୁହାର ୨୦୦୦-୨୦୦୯ ତୁଳନାରେ ୮୮% ହ୍ରାସ ପାଇଥିଲା। ପାଣିପାଗ ବିଭାଗର ଅନୁମାନ ଦକ୍ଷତା ବୃଦ୍ଧି ପାଇଥିବାରୁ ଆଗୁଆ ବ୍ୟବସ୍ଥା କରି ମୃତ୍ୟୁସଂଖ୍ୟାକୁ ହ୍ରାସ କରାଯାଇପାରିଛି। ପୂର୍ବରୁ ଝଡ଼ ଯୋଗୁ ବିଜୁଳି ମାରିଲେ ଓ ନଦୀଗୁଡ଼ିକରେ ବନ୍ୟା ଆସିଲେ ବହୁସଂଖ୍ୟକ ଲୋକ ପ୍ରାଣ ହରାଉଥିଲେ। କିନ୍ତୁ ଏବେ ଗଛ କିମ୍ବା ଘର ଭାଙ୍ଗିବା କାରଣରୁ ଲୋକଙ୍କ ମୃତ୍ୟୁ ଘଟୁଛି। ତେବେ ଆଗୁଆ ସୂଚନା ବ୍ୟବସ୍ଥା ଅଧିକ ବିକଶିତ ହୋଇଥିବାରୁ ବେଶି ଜୀବନହାନି ହେଉନାହିଁ ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri