୨୫ ବର୍ଷରେ ତରଳିଛିି ୧୮୦ ଫୁଟ୍‌ ବରଫ

ଓ୍ବାଶିଂଟନ୍‌, ୬ା୨: ବିଶ୍ୱର ଉଚ୍ଚତମ ପର୍ବତ ଏଭରେଷ୍ଟରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ପଡ଼ିଛି। ଏଭରେଷ୍ଟ ଶିଖରରେ ହଜାର ହଜାର ବର୍ଷ ମଧ୍ୟରେ ଜମିଥିବା ବରଫ ଏବେ ତୀବ୍ରଗତିରେ ତରଳିବାରେ ଲାଗିଛି। ସାଇଣ୍ଟିଫିକ୍‌ ଜର୍ନାଲ ‘ନେଚର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସାଉଥ୍‌ କୋଲ୍‌ ଗ୍ଲେସିୟର (ଏସ୍‌ସିଜି)ରେ ୨୦୦୦ ବର୍ଷ ସମୟ ନେଇ ଯେଉଁ ବରଫ ଜମିଥିଲା ତାହା ମାତ୍ର ୨୫ ବର୍ଷରେ ତରଳିଯାଇଛି। ଅର୍ଥାତ ପର୍ବତରେ ଗ୍ଲେସିୟର ଜମିବା ତୁଳନାରେ ୮୦ ଗୁଣା ଅଧିକ ବେଗରେ ନଷ୍ଟ ହେଉଛି। ଏପରି ଜାରି ରହିଲେ ଆସନ୍ତା ୨୫ ବର୍ଷ ମଧ୍ୟରେ ଏଭରେଷ୍ଟର ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ତରଳି ଯିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ଦିନରେ ପରିବେଶ ଉପରେ ଏହାର ଘାତକ ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।
ଗବେଷଣା ଅନୁଯାୟୀ, ଏଭରେଷ୍ଟରେ ପ୍ରାୟ ୫୫ ମିଟର (୧୮୦ ଫୁଟ)ର ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହା ଜମିବାକୁ ପ୍ରାୟ ୨୦୦୦ ବର୍ଷ ଲାଗିଥିଲା। ୟୁନିଭର୍ସିଟି ଅଫ୍‌ ମେନ୍‌ର ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ଆସନ୍ତା ୨୫ ବର୍ଷ ମଧ୍ୟରେ ଉକ୍ତ ଗ୍ଲେସିୟର ସମ୍ପୂର୍ଣ୍ଣ ଭାବେ ତରଳି ଯାଇପାରେ। ନ୍ୟାଶନାଲ ଜିଓଗ୍ରାଫିକ୍‌ ଏବଂ ରୋଲେକ୍ସ ପରପେଚୁଆଲ ପ୍ଲାନେଟ ଏଭରେଷ୍ଟ ଏକ୍ସପେଡିଶନ୍‌ର ଆଉ ଏକ ଅଧ୍ୟୟନ ଅନୁଯାୟୀ, ୧୮୦୦ ଦଶକ ମଧ୍ୟଭାଗରେ ଏହି ପର୍ବତ ଶିଖରରେ ଜମିଥିବା ବରଫ ନଷ୍ଟ ହେବା ଆରମ୍ଭ ହୋଇଥିଲା। ୧୯୫୦ ଦଶକ ବେଳକୁ ଗ୍ଲେସିୟର ତରଳିବା ବଢ଼ିଥିବାବେଳେ ୨୦୦୦ ଦଶକରେ ଏହାର ଗତି ତୀବ୍ର ହୋଇଥିଲା। ଅଧ୍ୟୟନ କରୁଥିବା ବୈଜ୍ଞାନିକ ଟିମ୍‌ ଜଳବାୟୁ ପରିବର୍ତ୍ତନର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି କି ନାହିଁ ସେ ଉପରେ ଗବେଷଣା କରିଥିଲେ। ପର୍ବତାରୋହୀ ଏବଂ ଅନୁସନ୍ଧାନକାରୀଙ୍କ ଏକ ଟିମ୍‌ ନେପାଳ ପାର୍ଶ୍ୱରେ ଥିବା ଏସ୍‌ସିଜିଠାରେ ୨୦୧୯ରେ ଏଭରେଷ୍ଟର ପ୍ରାୟ ୧୦୦୦ ମିଟର
(୩୨୦୦ ଫୁଟ) ଉଚ୍ଚରୁ ପ୍ରାୟ ୧୦ ମିଟର ଲମ୍ବ ବରଫ ଖଣ୍ଡରୁ ନମୁନା ସଂଗ୍ରହ କରିଥିଲେ। ରେଡିଓକାର୍ବନ ଡେଟିଂରୁ ବରଫର ଚଟାଣ ୨୦୦୦ ବର୍ଷ ପୁରୁଣା ଜଣାପଡ଼ିଥିଲା। ଦୀର୍ଘ ବର୍ଷ ଧରି ସେଠାରେ ସୃଷ୍ଟି ହୋଇଥିବା ବରଫ କିପରି ତରଳି ଯାଇଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି। ଏଭରେଷ୍ଟରେ ଏତେମାତ୍ରାରେ ଗ୍ଲେସିୟର ତରଳିବା ବିଶ୍ୱ ପାଇଁ ବିପଜ୍ଜନକ। ଏହି କାରଣରୁ ହିମସ୍ଖଳନ, ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁଛି। ଆଗକୁ ଏହା ଭୟଙ୍କର ରୂପ ନେଇପାରେ ବୋଲି ରିସର୍ଚ୍ଚରମାନେ ଆଶଙ୍କା କରିଛନ୍ତି।
ଅନ୍ୟପକ୍ଷରେ ପର୍ବତାଞ୍ଚଳ ଏବଂ ନଦୀ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୨ ଶହ କୋଟି ଲୋକଙ୍କ ପାଇଁ ହିମାଳୟ ଗ୍ଲେସିୟର ଏକ ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସ। ଏହା ଦୁନିଆର ୧୦ରୁ ଅଧିକ ରିଭର ସିଷ୍ଟମ ବା ନଦୀ ପ୍ରଣାଳୀକୁ ଜଳ ଯୋଗାଇବା ସହ ଶହ ଶହ କୋଟି ଲୋକଙ୍କ ପାଇଁ ଖାଦ୍ୟ ଏବଂ ଶକ୍ତିର ଉତ୍ସ ମଧ୍ୟ। ଏତେ ଦ୍ରୁତବେଗରେ ଏଠାରେ ଥିବା ଗ୍ଲେସିୟର ତରଳିବା ଜାରି ରହିଲେ ଏଭରେଷ୍ଟ ଶିଖର ବରଫ ଶୂନ୍ୟ ହୋଇଯାଇପାରେ। ଏହାର ପ୍ରଭାବ ସିଧାସଳଖ ୨୦୦ କୋଟି ଲୋକଙ୍କ ଉପରେ ପଡ଼ିବ। ଜଳ ଅଭାବରୁ ସେମାନେ ଭୟଙ୍କର ମରୁଡ଼ିର ଶିକାର ହେବେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜାତିସଂଘ ଜଳବାୟୁ ବୈଜ୍ଞାନିକଙ୍କ ମତରେ ସମ୍ପ୍ରତି ଜୀବଜଗତ ଗ୍ଲେସିୟର ତରଳିବାଜନିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ଏବେ ମାଉଣ୍ଟ ଏଭରେଷ୍ଟ ଗ୍ଲେସିୟର ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଆଗାମୀ ଦିନରେ ଏଥିଜନିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତି କରିହେବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?