୨୦୨୧ରେ ରୋକାଯାଇଛି ୩୪ ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ‘ଶିଶୁ ପାଇଁ ଦିନଟିଏ’। ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲାସ୍ତରୀୟ ଟାକ୍ସଫୋର୍ସ ବୈଠକରେ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ, ଶିଶୁ ଅଧିକାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଏଥିଲାଗି ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଏମ୍‌ପି ମତବ୍ୟକ୍ତ କରିଥିଲେ। ବାଲ୍ୟ ବିବାହ ରୋକିବା ଲାଗି କାର୍ଯ୍ୟକାରୀ ‘କଳ୍ପନା ଅଭିଯାନ’ ତ୍ୱରାନ୍ବିତ କରିବା, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ମୁହଁା କରାଇବା, ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ୨୦୨୧ ବର୍ଷରେ ଜିଲାରେ ମୋଟ୍‌ ୩୪ ବାଲ୍ୟ ବିବାହ ରୋକାଯାଇଛି। କିଶୋରୀକିଶୋରଙ୍କ ଲାଗି ୨୨ ଦକ୍ଷତା ବୃଦ୍ଧି ଶିବିର ଆୟୋଜିତ ହୋଇଛି। ବାଲ୍ୟବିବାହ ପ୍ରତିରୋଧ ମଞ୍ଚ ବୈଠକ କରାଯାଇ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଉଥିବା ଆକ୍ସନ ଏଡ୍‌ ଓ ୟୁନିସେଫ୍‌ ଜିଲା ସଂଯୋଜିକା ଅଙ୍ଗୁର ମିଶ୍ର ସୂଚନା ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟ, ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ୨ ଜୀବନ

ପରଜଙ୍ଗ,୨୧।୧(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ପରଜଙ୍ଗ ଅଞ୍ଚଳରେ ଶନିବାର ଏକ ଅଘଟଣ ଘଟିଛି। ପୃଥକ ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ୨...

ଆଇଆଇଏମ୍‌ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’

ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ...

ମୃଦଙ୍ଗ ତାନ ମୋହୁଛି ମନ

କାମାକ୍ଷାନଗର, ୧୫।୩(ଡି.ଏନ.ଏ.):  ଦଙ୍ଗଟିଏ ପାଇଲେ ସେ ହୋଇଯାଆନ୍ତି ଆନମନା। ତାଙ୍କ ସୂକ୍ଷ୍ମ ହସ୍ତଚାଳନାରେ କଥା କୁହେ ଏହି ପାରମ୍ପରିକ ବାଦ୍ୟ। ହରେକୃଷ୍ଣ ହରେରାମ ହେଉ କି...

ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ମିସ୍‌ ଓଡ଼ିଶା

ଢେଙ୍କାନାଳ ଅଫିସ୍‌, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର...

କ୍ରଲ୍‌ରେ ପଶିଲା ଦନ୍ତା ହାତୀ ରାକେଶ  

ଢେଙ୍କାନାଳ ଅଫିସ,୧୦ା୬- ଢେଙ୍କାନାଳ ଜିଲା କପିଳାସ ଚିଡିଆଖାନାର ହାତୀ ରେସ୍କ୍ୟୁ ସେଣ୍ଟରରେ ଗତ ଜାନୁୟାରୀ ୨୨ରୁ ଶିକୁଳିରେ ବାନ୍ଧି ରଖାଯାଇଥିବା ତାଳଚେର ଅଞ୍ଚଳର ନରହନ୍ତା ଦନ୍ତା...

୭ ବର୍ଷରେ ୨,୨୯୩ ଶିଶୁ ମୃତ

ଢେଙ୍କାନାଳ ଅଫିସ, ୪।୫: ଢେଙ୍କାନାଳ ଜିଲାରେ ଗତ ୭ ବର୍ଷରେ ୨,୨୯୩ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା...

ଗଛ ବଞ୍ଚାଇଦେଲା ଜୀବନ:ନାଳରେ ଭାସି ଯାଇଥିବା ବୃଦ୍ଧା ଉଦ୍ଧାର

ରାସୋଳ, ୨୯ା୧୦(ଡି.ଏନ.ଏ) ଗଛ ବଞ୍ଚାଇଦେଲା ବୃଦ୍ଧାଙ୍କ ଜୀବନ। ଘଟଣା ଘଟିଛି ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମ ନିକଟରେ। ରବିବାର ରାତିରେ ସ୍ଥାନୀୟ ବଡଯୋରା...

ବାହୁଡ଼ିଲେ ମହାପ୍ରଭୁ, ଆଜି ଯିବେ ରତ୍ନବେଦି

ଢେଙ୍କାନାଳ ଅଫିସ,୧୩ା୭ – ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ...

Advertisement
Archives

Model This Week