୨ ବର୍ଷରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଛି ୬ ମାସ

ରାଜକନିକା, ୧୫ା୭(ସଞ୍ଜୟ କୁମାର ଦାଶ): ଗ୍ରାମାଞ୍ଚଳରେ ସହରାଞ୍ଚଳର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଗମନାଗମନକୁ ସୁଗମ୍ୟ କରିବା ଦିଗରେ ୱାର୍ଡରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତ ପଥପାର୍ଶ୍ୱ ଆଲୋକୀକରଣ (ଷ୍ଟ୍ରିଟ ଲାଇଟ) ବ୍ୟବସ୍ଥା କରାଉଛନ୍ତି। ଏହି ଷ୍ଟ୍ରିଟ୍‌ ଲାଇଟ୍‌ଗୁଡିକ ଦିନରେ ଶୋଭା ମଣ୍ଡନ କରିବା ବ୍ୟତୀତ ପତାକା, ଟେଲିଫୋନ କେବୁଲ ଓ ବିଭିନ୍ନ ହୋର୍ଡିଂ ବନ୍ଧା ହେବାର ସାହାଯ୍ୟରେ ଆସୁଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ମୁଖ୍ୟ କଣ୍ଟପଡ଼ା ବଜାର ପଥପାର୍ଶ୍ୱ ଷ୍ଟ୍ରିଟ୍‌ ଲାଇଟ କ୍ଷେତ୍ରରେ।
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସଭା ଉନ୍ନୟନ ପାଣ୍ଠି ଅନୁଦାନରେ କଣ୍ଟପଡ଼ା ବଜାର ଉଜ୍ଜ୍ୱଳ ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଥିଲା। ଯାହା ଠିକ୍‌ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଦ୍ୱାରା ୨୦୨୨ ଜାନୁୟାରୀ ୧ରେ ଉଦ୍‌ଘାଟନ ହୋଇଥିଲା। ଚନ୍ଦନ ପୋଖରୀ ଛକଠାରୁ କଣ୍ଟପଡ଼ା ବଜାର ଦେଇ ଆରସା ଛକ ପର୍ଯ୍ୟନ୍ତ ୫୭ଟି ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଛି। ଏସବୁ କିଛିଦିନ ଭଲରେ ଜଳିଥିଲା। ପରେ ଲାଇଟ୍‌ଗୁଡିକ ଲିଭି ଯାଇଥିଲା। କଣ୍ଟପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗକ୍ରମେ ବିଦ୍ୟୁତ୍‌ ବିଲ ବକେୟା ଥିବା ନେଇ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଥିଲା। ତେବେ ଏ ନେଇ ତତ୍କାଳୀନ ବିଡିଓଙ୍କୁ କଣ୍ଟପଡ଼ା ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଥିଲେ କି, ଲାଇଟ୍‌ କେବଳ କଣ୍ଟପଡ଼ା ପଞ୍ଚାୟତରେ ଜଳୁନାହିଁ। ଏହା ୩ଟି ପଞ୍ଚାୟତ କଣ୍ଟପଡ଼ା, ବାଘବୁଦା ଏବଂ ଜାଗୁଳାଇପଡ଼ାକୁ କଭର କରୁଛି। କାହିଁକି କେବଳ କଣ୍ଟପଡ଼ା ପଞ୍ଚାୟତ ବିଦ୍ୟୁତ୍‌ ବିଲ ବହନ କରିବ ବୋଲି ଅଭିଯୋଗ କରିଥିଲେ। ତେବେ ସମସ୍ୟାର ସମାଧାନ ନ ହେବା ପୂର୍ବରୁ ମେଘା ଇଂଜିନିୟରିଂ କମ୍ପାନୀ ଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲାକୁ ଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ୍‌ ମାଟି ତଳେ ପୋତା ଯିବା ଫଳରେ ବହୁ ପ୍ରତୀକ୍ଷିତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ (ଏସଏଚ-୯ ଏ)ର ନୂତନ ଭାବେ ପ୍ରଶସ୍ତୀକରଣ କରାଯାଇଛି। ରାସ୍ତାର କଡ ଭାଙ୍ଗିବା ସହ କିଛି ଷ୍ଟ୍ରିଟ୍‌ ଲାଇଟ ଓପାଡ଼ି ଦିଆଯାଇଥିଲା। କେତେଗୋଟି ଷ୍ଟ୍ରିଟ୍‌ ଲାଇଟ ଭାଙ୍ଗିଯିବା ସହ ବିଛା ଯାଇଥିବା ବିଦ୍ୟୁତ୍‌ କେବୁଲ୍‌ ମଧ୍ୟ ଛିଡି ନଷ୍ଟ ହୋଇଯାଇଥିଲା। ଅବଶ୍ୟ ପରେ ମେଘା ଇଂଜିନିୟରିଂ କମ୍ପାନୀ ଦ୍ୱାରା ମରାମତି କରାଯାଇ ଷ୍ଟ୍ରିଟ୍‌ ଲାଇଟ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ସେବେଠାରୁ କିଛିଦିନ ଜଳିଥିଲା। ହେଲେ ସାଧାରଣ ନିର୍ବାଚନର ଦୁଇମାସ ପୂର୍ବରୁ ଏହା ଜଳିବା ବନ୍ଦ ହୋଇଯାଇଥିଲା। କଣ୍ଟପଡ଼ା ବଜାର ସତ୍ୟନାରାୟଣ ବଣିକ ସଂଘ ଲାଇଟ୍‌ ଜଳାଇବାକୁ ପ୍ରୟାସ କରି କମିଟି ପକ୍ଷରୁ କିଛି ଅର୍ଥ ବ୍ୟୟରେ ସଚଳ କରିଥିଲେ ମଧ୍ୟ ପରେ ଏହା ଜଳିବା ବନ୍ଦ ହୋଇଯାଇଥିଲା। ଏପରି ଦୀର୍ଘଦିନ ଧରି ଅନ୍ଧାର ରହିବା ଏବଂ ରାସ୍ତା ଉପରେ ଗୋରୁ ଶୋଉଥିବା ଯୋଗୁ ପଥଚାରୀ ତଥା ଯାତାୟାତ କରୁଥିବା ଶତାଧିକ ସଂଖ୍ୟାର ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ଓ ବସ୍‌, ଟ୍ରକ୍‌ ଆଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ତେବେ ଦୀର୍ଘଦିନର ଏହି ସମସ୍ୟାକୁ ଖୁବ୍‌ଶୀଘ୍ର ସମାଧାନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ କଣ୍ଟାପଡ଼ା ବଜାର ସତ୍ୟନାରାୟଣ ବଣିକ ସଂଘ ତଥା ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ପଚାରିବାରେ ସମସ୍ୟା ବିଷୟରେ ଅବଗତ ନ ଥିଲି। ଆପଣଙ୍କଠାରୁ ଜାଣିବା ପରେ ଖୁବ୍‌ଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?