୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୬ (ବନ୍ଦନା ସେଠୀ): ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ ରହୁଥିବାବେଳେ ଭୁବନେଶ୍ୱର ହଟ୍‌ସ୍ପଟ୍‌ ପାଲଟୁଛି। ଗତ ୨/୩ବର୍ଷ ଧରି ଏହି ଧାରା ବଜାୟ ରହିଛି। ସ୍ମାର୍ଟସିଟି ହୋଇ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହୁଥିବେଳେ, ପ୍ରତ୍ୟେକ ବର୍ଷ ବିଏମ୍‌ସି ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି। ଚଳିତ ଥର ମଧ୍ୟ ସମାନ ସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। ଜୁନ୍‌ ଆରମ୍ଭରୁ ୧୩ ତାରିଖ ସୁଦ୍ଧା ସହରରୁ ମୋଟ୍‌ ୨୪ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ବୁଦ୍ଧ ବିହାର ଏବଂ ପଟିଆ ଅଞ୍ଚଳରୁ ସର୍ବାଧିକ ୪ଜଣ ଲେଖାଏ ସଂକ୍ରମିତ ରହିଥିବା ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ମାତ୍ର ୧୩ ଦିନରେ ସହରରୁ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ କିପରି ମୁକାବିଲା କରିବ ସେ ନେଇ ବିଏମ୍‌ସିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ତେବେ ଏହି ସଂଖ୍ୟା କେବଳ ସରକାରୀ ଡାକ୍ତରଖାନାରେ ଡେଙ୍ଗୁ ଟେଷ୍ଟର ତଥ୍ୟ ହୋଇଥିବାବେଳେ ବେସରକାରୀ ସ୍ତରରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ଅଧିକ ରହିଥିବା ଜଣାଯାଇଛି। ଅପରପକ୍ଷେ ଏଥର ମଧ୍ୟ ବର୍ଷାଦିନ ପୂର୍ବରୁ ନାଳ, ରାସ୍ତାକଡ଼, ସ୍ଥିର ଜଳଉତ୍ସ ଓ ଅନ୍ୟ ଅଞ୍ଚଳରେ ସଫେଇ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଜୁନ୍‌ ମାସ ଶେଷ ନ ହେଉଣୁ ମଶାଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ବିଏମ୍‌ସିର ଖାମଖିଆଲ ନୀତି ପାଇଁ ପ୍ରତିବର୍ଷ ସହରରେ ଡେଙ୍ଗୁ ସଂକ୍ରମଣ ରେକର୍ଡ ଛୁଇଁବାରେ ଲାଗିଛି। ଗତବର୍ଷ ସହରରୁ ପ୍ରାୟ ୫ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଏଥିରେ ୫ଜଣ ମୃତ୍ୟୁବରଣ କରିଥିଲେ। ଏନେଇ ବିଏମ୍‌ସିର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଛନ୍ତି, ଏଲିସା ପଦ୍ଧତି ହିଁ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରିବାର ଠିକ୍‌ ମାଧ୍ୟମ। କ୍ୟାପିଟାଲ ହସ୍ପିଟାଲ, ଆର୍‌ଏମ୍‌ଆର୍‌ସି, ପଟିଆ ଏବଂ ଆଇଆର୍‌ସି ଭିଲେଜ୍‌ ହସ୍ପିଟାଲରେ ହେଉଥିବା ଟେଷ୍ଟିଂକୁ ହିସାବରେ ନିଆଯାଉଛି। ଘରୋଇ ହସ୍ପିଟାଲରେ ହେଉଥିବା ଟେଷ୍ଟରେ ଅନେକ ସମୟରେ ରିପୋର୍ଟ ଠିକ୍‌ ଆସେ ନାହିଁ। ତେଣୁ ସେଗୁଡିକୁ ହିସାବକୁ ନିଆଯାଏ ନାହିଁ। ଏବେସୁଦ୍ଧା ସହରରେ ସ୍ଥିତି ଭଲ ରହିଛି। ବୁଦ୍ଧବିହାର ଏବଂ ପଟିଆ ଅଞ୍ଚଳରେ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେହି ହସ୍ପିଟାଲରେ ଚିକିତ୍ସିତ ହେଉନାହାନ୍ତି। ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନକୁ ଟିମ୍‌ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ଏହାବାଦ୍‌ ବିଏମସି ପକ୍ଷରୁ ନିୟମିତ କାର୍ଯ୍ୟ କରାଯାଉଛି। ୧୮ ତାରିଖ ଠାରୁ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍‌ ଘରକୁ ଘର ବୁଲି ସର୍ଭେ କରିବେ। ଏବେ ପ୍ରବଳ ଗରମ ହେଉଥିବାରୁ ମଶାଧୂଆଁ ଦେବା ସମ୍ଭବ ନୁହେଁ। ତେବେ ମଶା ଲାର୍ଭା ନଷ୍ଟ କରିବା ପାଇଁ ସତ୍ୟନଗର ଓ ଶହୀଦନଗର ନାଳରେ ଗମ୍ବୁସିଆ ମାଛ ଛଡ଼ାଯାଇଥିବା ଡା. ବିଶୋୟୀ କହିଛନ୍ତି।

ଫେଲ୍‌ ମାରୁଛି ରଣନୀତି

ସହରରେ ଡେଙ୍ଗୁ ସଂକ୍ରମଣ କମାଇବା ପାଇଁ ବିଏମ୍‌ସି ବିଭିନ୍ନ ସମୟରେ ଭିନ୍ନଭିନ୍ନ ରଣନୀତି ଆପଣାଉଛି। କେତେବେଳେ ଡ୍ରାଏ ପାଳନ ତ ଆଉ କେତେବେଳେ ଗଣ ସଫେଇ କାର୍ଯ୍ୟକ୍ରମ ହାତକୁ ନେଉଛି। ସେହିପରି ଘରକୁ ଘର ବୁଲି ସର୍ଭେ କରିବା, ଫଗିଂ କରିବା, ନାଳରେ ଗମ୍ବୁସିଆ ମାଛ ଛାଡିବା ଭଳି ବିଭିନ୍ନ ପଦକ୍ଷେପ ନେଉଛି। ମାତ୍ର ଏତେ ପରେ ବି ସବୁ ଚେଷ୍ଟା ଫେଲ୍‌ ମାରୁଛି। କାରଣ ଡେଙ୍ଗୁ ମଶା ସାଧାରଣତଃ ସ୍ଥିର ଜଳରେ ଅଣ୍ଡା ଦେଉଛନ୍ତି, ଯାହା ଉପରେ ବିଏମ୍‌ସି ଦୃଷ୍ଟି ଦେଉନାହିଁ। ସେହିପରି ଗମ୍ବୁସିଆ ଏବଂ ଗପି ମାଛକୁ ବୋହିଯାଉଥିବା ଜଳ ଉତ୍ସ ବା ନାଳରେ ପକାଯାଉଛି। ଫଳରେ ଏହି ମାଛମାନେ ମଶାଙ୍କ ଲାର୍ଭା ଖାଇବାରେ ସଫଳ ହେଉଛନ୍ତି। ମାତ୍ର ଡେଙ୍ଗୁ ବାହାକ ମଶାଙ୍କ କ୍ଷେତ୍ରରେ ତାହା ଲାଭଦାୟକ ହେଉନାହିଁ। ସେହିପରି ନାଳ ନର୍ଦ୍ଦମାରେ କରାଯାଉଥିବା ଫଗିଂ ମଧ୍ୟ କାମ କରୁନାହିଁ। ଅପରପକ୍ଷେ ଡେଙ୍ଗୁ ମଶା ସାଧାରଣତଃ ଦିନବେଳା କାମୁଡୁଥିବାବେଳେ ବିଏମ୍‌ସି ସନ୍ଧ୍ୟାରେ ମଶାଧୂଆଁ ଛାଡ଼ିଥାଏ। ତେଣୁ ଡେଙ୍ଗୁ ସଂକ୍ରମଣକୁ ରୋକିବା ଦିଗରେ ବିଏମ୍‌ସି ସଫଳ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?