Posted inଜାତୀୟ

୧୦ ବର୍ଷରେ ୯୦ ପ୍ରତିଶତ ନିର୍ବାଚନରେ ହାରିଛି କଂଗ୍ରେସ, ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨।୧୨: ମମତା ବାନାର୍ଜୀଙ୍କ ପରେ ବର୍ତ୍ତମାନ ତାଙ୍କର ସ୍ବତନ୍ତ୍ର ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ସ୍ଥିର କରୁଥିବା ପିକେ କଟାକ୍ଷ କରି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସର ସମ୍ମୁଖୀନ ହୋଇଥିବା ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି। କିଛି ମାସ ପୂର୍ବରୁ ପିକେ କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଚାଲିଥିଲା।

କିନ୍ତୁ ଯେତେବେଳେ ସେ କଂଗ୍ରେସ ନେତୃତ୍ୱ ଉପରେ ସିଧାସଳଖ ଆକ୍ରମଣ ଆରମ୍ଭ କରିଥିଲେ ସେତେବେଳେ ପିକେ କଂଗ୍ରେସରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଥିଲା। ପିକେ ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ୍‌ କରି ସାରିଛନ୍ତି। ଅକ୍ଟୋବରରେ ଗୋଆରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଭାଜପା ଅନେକ ଦଶନ୍ଧି ଧରି କ୍ଷମତାରେ ରହିବାର ଆଶା ରହିଛି। କିନ୍ତୁ ରାହୁଲ ଗାନ୍ଧୀ ଏକଥା ଜମାରୁ ବୁଝି ପାରୁ ନାହାନ୍ତି। ସେ ଏକ ପ୍ରଶ୍ନ-ଉତ୍ତର ଅଧିବେଶନରେ ସେ କହିଥିଲେ, ଭାଜପା ଭାରତୀୟ ରାଜନୀତିର କେନ୍ଦ୍ର ହେବାକୁ ଯାଉଛି। ପିକେ କହିଥିଲେ ଯେ ଲୋକମାନେ ରାଗିଛନ୍ତି ମାତ୍ର ସେମାନେ ମୋଦିଙ୍କୁ ହଟାଇବେ ବୋଲି ଭାବନ୍ତୁ ନାହିଁ।

ସେମାନେ ମୋଦିଙ୍କୁ ହଟାଇ ପାରନ୍ତି କିନ୍ତୁ ବିଜେପି କେନ୍ଦ୍ରରୁ ହଟୁ ନାହିଁ। ଏହା ପୂର୍ବ ଭଳି ସମାନ ସ୍ଥାନରେ ରହିବ। ଗୋଟିଏ ଦିନ ପୂର୍ବରୁ ମମତା ବାନାର୍ଜୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ଦେଇଥିଲେ।

ମମତା କହିଥିଲେ ଯେ ବିଦେଶରେ ଅଧା ସମୟ ଏବଂ ଦେଶରେ ଅଧା ସମୟ ରହୁଥିବା ନେତାମାନେ ଭାଜପାର ମୁକାବିଲା କରି ପାରିବେ ନାହିଁ। ସେମାନେ କିପରି ଲଢ଼େଇ କରିବେ ତାହା ଜାଣନ୍ତି ନାହିଁ। କେବଳ ଏତିକି ନୁହେଁ କଂଗ୍ରେସ ନେତୃତ୍ୱାଧୀନ ମିଳିତ ମଞ୍ଚର ଅସ୍ତିତ୍ୱକୁ ଦିଦି ଅସ୍ବୀକାର କରିଥିଲେ। ସେ କହିଥିଲେ ୟୁପିଏ କ’ଣ? ବର୍ତ୍ତମାନ କୌଣସି ୟୁପିଏ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri