ଇମ୍ରାନଙ୍କ ବିମାନ ହରାଇଲା ଭାରସାମ୍ୟ, କଲା ଜରୁରୀ ଅବତରଣ…

ଇସଲାମାବାଦ, ୧୧।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଯାଉଥିବା ଏକ ବିମାନ ଶନିବାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ଦୈନିକ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶନିବାର ଏକ ରାଲିରେ ସମ୍ବୋଧିତ କରିବାକୁ ଗୁଞ୍ଜରାୱାଲା ଯାଉଥିଲେ।

ଏହି ସମୟରେ ବିମାନଟି ଭାରସାମ୍ୟ ହରାଇବା ଆରମ୍ଭ କଲା। ଏହା ପରେ ପାଇଲଟ ଶୀଘ୍ର କଣ୍ଟ୍ରୋଲ ଟାୱାର ସହିତ ଯୋଗାଯୋଗ କରି ବିମାନଟିକୁ ୫ ମିନିଟ୍‌ ମଧ୍ୟରେ ସୁରକ୍ଷିତ ଭାବରେ ଇସଲାମାବାଦ ବିମାନବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ। ତେବେ ପରେ ଇମ୍ରାନ ରାସ୍ତାରେ ଗୁଞ୍ଜରାୱାଲା ଯାତ୍ରା କରିଥିଲେ।

ସେ ଗୁଞ୍ଜରାୱାଲାରେ ପହଞ୍ଚିୟ ଲୋକଙ୍କୁ ସମ୍ବୋଧିତ କରି ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ସରକାରଙ୍କ କବଳରୁ ଦେଶ ତଥା ଅର୍ଥନୀତି ବଞ୍ଚାଇ ବାକୁ ଚାହୁଁଛନ୍ତି ତେବେ ସ୍ବର ଉତ୍ତୋଳନ କରନ୍ତୁ। ଜିନ୍ନା ଷ୍ଟାଡିୟମରେ ସେ କହିଛନ୍ତି ମୁଁ ଯେଉଁମାନଙ୍କୁ ଶକ୍ତି ଅଛି ସେମାନଙ୍କୁ ସମ୍ବୋଧିତ କରୁଛି। ସେ କହିଛନ୍ତି ଯେ ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ଏହି ସରକାର କିପରି ଏହି ଦେଶ ଏବଂ ଅର୍ଥନୀତିର ଅବନତି କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ପାକିସ୍ତାନରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଣିଥରେ ଦାବି କରିଛନ୍ତି। ଏଥିସହ ଚେତାବନୀ ଦେଇଛନ୍ତି ଯଦି ସରକାର ତାହା ନକରନ୍ତି ତେବେ ଲୋକ ରାସ୍ତାକୁ ଓହ୍ଲାଇବେ ଏବଂ ଜବରଦସ୍ତ ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲୁଏଚଓ ନକ୍ସାରେ ଜମ୍ମୁ-କଶ୍ମୀର ପାକ ଓ ଚାଇନାର ଅଂଶ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୩୧ ।୧: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୱେବସାଇଟ ନକ୍ସାରେ ଭାରତର ଜମ୍ମୁ-କଶ୍ମୀର ପାକିସ୍ତାନ ଓ ଚାଇନାର ଅଂଶ ବୋଲି ଦର୍ଶାଯାଇଛି । ଡବ୍ଲୁଏଚଓ ଭଳି ଅନ୍ତରାଷ୍ଟ୍ରୀୟ...

ଲିଜିଆ ୟୁଏନ୍‌ଇପି ମୁଖ୍ୟ

ଜାତିସଂଘ, ୨୭।୨: ଭାରତୀୟ ଅର୍ଥନୀତିଜ୍ଞ ଲିଜିଆ ନୋରୋନ୍‌ହାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ସହକାରୀ ମହାସଚିବ ଏବଂ ନ୍ୟୁୟର୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଜାତିସଂଘ...

ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ

କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍‌ ଦି...

ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ...

ଡରିଗଲା ଚାଇନା

ମସ୍କୋ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି) ରେ ଗତ କିଛି ମାସ ମଧ୍ୟରେ ଭାରତ ଏବଂ ଚାଇନା ସେନାବାହିନୀ ମୁହାଁମୁହିଁ ହୋଇଛନ୍ତି। ସୀମା...

ଆଫ୍ରିକାରେ ଦରଦାମ ବୃଦ୍ଧି ସଙ୍କଟ, ଟଙ୍କା ପାଇଁ ଲୋକେ ଆଙ୍ଗୁଠି କାଟି ବିକୁଥିବା ଗୁଜବ…

ହାରାରେ, ୧୧।୬ : ଭାରତ ସମେତ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଯୋଗୁଁ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫ୍ରିକୀୟ ଦେଶ ଜିମ୍ବାୱେରେ ପରିସ୍ଥିତି ଅଧିକ ସଙ୍କଟ...

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି...

ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …

କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ...

Advertisement
Archives

Model This Week