ବିପଦରେ ଇମ୍ରାନଙ୍କ ସରକାର

କରାଚି,୧୯।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଆସନ ପ୍ରତି ବିପଦ ବଢିବାରେ ଲାଗିଛି। ଇତିମଧ୍ୟରେ ବିରୋଧୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବେଳେ ଇମ୍ରାନଙ୍କ ଦଳ (ପାକିସ୍ତାନ ତେହରିକ-ଏ-ଇନ୍‌ସାଫ)ରେ ମଧ୍ୟ ବିଦ୍ରୋହ ଦେଖା ଦେଇଛି। ଦଳର ପ୍ରାୟ ଦୁଇ ଡଜନ ଏମ୍‌ପି ଖୋଲାଖୋଲି ଇମ୍ରାନଙ୍କ ବିରୋଧରେ ଭୋଟ ଦେବାକୁ ଧମକ ଦେଉଛନ୍ତି।

ପାକିସ୍ତାନ ମୁସ୍ଲିମ ଲିଗ-କାୟଦ (ପିଏମଏଲ-କ୍ୟୁ)ର ମୁଖ୍ୟ ଚୌଧୁରୀ ପରଭେଜ ଇଲାହୀ କହିଛନ୍ତି, ଇମ୍ରାନଙ୍କ ସରକାର ସମସ୍ୟାରେ ରହିଛି। ସରକାରଙ୍କୁ ବଞ୍ଚାଇବା ଏବେ କଷ୍ଟକର। ପ୍ରଧାନମନ୍ତ୍ରୀ ଇମ୍ରାନ ନିଜ ଏମ୍‌ପିମାନଙ୍କୁ ବୁଝାଇବାରେ ସଫଳ ହୁଅନ୍ତି ହୁଏତ କିଛିଦିନ ସରକାର ଚାଲିପାରେ। ଯଦି ଇମ୍ରାନ ବୁଝାଇବାରେ ବିଫଳ ହୁଅନ୍ତି ସରକାର ଭାଙ୍ଗିବା ନିଶ୍ଚିତ ବୋଲି ସୂଚନା ଦେଇଛନ୍ତି।

ପାକିସ୍ତାନରେ ବିରୋଧୀ ଦଳ ଇମ୍ରାନଙ୍କ ବିରୋଧରେ ଅବିଶାସ ପ୍ରସ୍ତାବ ଆଣିଛି। ଏନେଇ ୨୮ ମାର୍ଚ୍ଚରେ ଭୋଟ ଗ୍ରହଣ କରାଯିବ। ଅନ୍ୟପକ୍ଷେ ଇମ୍ରାନଙ୍କ ଦଳର ପାଖପାଖି ୧୮ରୁ ୨୦ ଏମ୍‌ପି ଦଳ ବିରୋଧରେ ଭୋଟ ଦେବାକୁ ଚେତାବନୀ ଦେଇଛନ୍ତି। ଏଭଳି ସ୍ଥତିରେ ଇମ୍ରାନଙ୍କ ଅଡୁଆ ବଢିବାରେ ଲାଗିଛି।
ସୂଚନା ଯୋଗ୍ୟ, ଇମ୍ରାନ ସରକାରଙ୍କ ପାଖରେ ବର୍ତ୍ତମାନ ୧୭୯ ଏମ୍‌ପିଙ୍କ ସମର୍ଥନ ରହିଛି। ବହୁମତ ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଦରକାର। ସହଯୋଗୀ ଦଳର ୭ ଏମ୍‌ପି ଇମ୍ରାନ ସରକାରଙ୍କୁ ସମର୍ଥନ ଦେଉଛନ୍ତି। ହେଲେ ଇମ୍ରାନ ସରକାରଙ୍କ ୧୮ରୁ ୨୦ ଏମ୍‌ପି ବିପକ୍ଷ ଦଳକୁ ସମର୍ଥନ କରିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଇମ୍ରାନଙ୍କ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଷ୍ଟରଏଡ୍‌କୁ ନଷ୍ଟ କରିବ ନାସା

ଓ୍ବାଶିଂଟନ, ୭ା୧୧: ପୃଥିବୀ ଉପରେ ଅନେକ ସମୟରେ ବିପଦ ହୋଇ ଉଭା ହେଉଥିବା କ୍ଷୁଦ୍ର ଗ୍ରହପିଣ୍ଡ ବା ଆଷ୍ଟରଏଡ୍‌କୁ ନଷ୍ଟ କରିବାକୁ ଆମେରିକା ମହାକାଶ ଗବେଷଣା...

ଶ୍ରୀଲଙ୍କାରେ ଡିଜେଲ ଶେଷ

କଲମ୍ବୋ,୩୧।୩: ଆର୍ଥିକ ଏବଂ ମାନବୀୟ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କା ପାଖରେ ଆଉ ଡିଜେଲ ନାହିଁ। ଡିଜେଲ ଅଭାବରୁ ଦେଶର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପୁରା ଠପ...

ଫେସ୍‌ବୁକ୍‌, ଟୁଇଟର ପରେ ଇନ୍‌ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌...

ବୋଲିଭିଆରେ ରାଜନୈତିକ ସଙ୍କଟ: ନିର୍ବାଚନରେ ଅନିୟମିତତା ଅଭିଯୋଗ; ବିକ୍ଷୋଭରେ ୨୩ ମୃତ ୭ଶହରୁ ଅଧିକ ଆହତ

ସାଣ୍ଟିଆଗୋ,୧୭।୧୧: ବୋଲିଭିଆରେ ହୋଇଥିବା ନିର୍ବାଚନରେ ଅନିୟମିତତା ଅଭିଯୋଗ ଅଣାଯାଇଛି। ଏହାକୁ ନେଇ ବିକ୍ଷୋଭ ଜାରି ରହିଛି। ଏଥିରେ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ଶହରୁ ଅଧିକ...

ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଭୟଭୀତ ଦାଉଦ୍‌: ଆଇଏସ୍‌ଆଇ ସହିତ ବୈଠକ

ଇସଲାମାବାଦ୍‌,୨୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ରେ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ବେଶ୍‌ ଭୟଭୀତ ହୋଇଯାଇଛନ୍ତି। ସେ ଭବିଷ୍ୟତ ଯୋଜନା ସମ୍ପର୍କରେ ପାକିସ୍ତାନ ଗୋଇନ୍ଦା...

ପାଇଲଟ ଅସୁସ୍ଥ ହେବାରୁ ଯାତ୍ରୀ ବିମାନକୁ କରାଇଲେ ଅବତରଣ…

ଫ୍ଲୋରିଡା, ୧୨।୫ : ପାଇଲଟ ଅସୁସ୍ଥ ହୋଇପଡିଥିବାରୁ ଜଣେ ଯାତ୍ରୀ ଫ୍ଲୋରିଡାରେ ବିମାନକୁ ଅବତରଣ କରାଇଛନ୍ତି। ସର୍ବସାଧାରଣ ବିମାନ ଉଡ଼ାଣ ରେକର୍ଡିଂରେ ଅଜ୍ଞାତ ବ୍ୟକ୍ତିଙ୍କ ସ୍ବର...

ଭାରତ-ଚାଇନା ସୀମା ବିବାଦ ଉପରେ ଆମେରିକାର ନଜର: କହିଲା, ଶାନ୍ତିପୂର୍ଣ୍ଣ ସମାଧାନ ହେଉ

ୱାଶିଂଟନ,୧୭।୬: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର ୪୩...

ବାଂଲାଦେଶରେ ପ୍ରବଳ ବନ୍ୟା, ୨୫ ମୃତ

ଢାକା,୧୮ା୬: ବାଂଲାଦେଶରେ ପ୍ରବଳ ବନ୍ୟା ଯୋଗୁ ୨୫ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦେଶର ବିଭିନ୍ନ ସହରରେ ୪୦ ଲକ୍ଷରୁ ଅଧିକ ଲୋକ ବନ୍ୟାପାଣିରେ ଫସି...

Advertisement
Archives

Model This Week