ସଂସଦରୁ ବାହାରି ଆସିଲେ ଇମ୍ରାନ, ଦଳର ସମସ୍ତ ସଦସ୍ୟ ଦେବେ ଇସ୍ତଫା

ଇସଲାମାବାଦ,୧୧ ।୪: ପାକିସ୍ତାନରେ ଇମ୍ରାନ ଖାଁଙ୍କ ସରକାର ଭାଙ୍ଗିବା ପରେ ଏବେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ପାକିସ୍ତାନୀ ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ନର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଠିକ୍ ଏହା ପୂର୍ବରୁ ଇମ୍ରାନ ଖାଁ ଓ ତାଙ୍କ ସାଥି ସଦସ୍ୟ ସଂସଦରୁ ବାହାରକୁ ଚାଲି ଆସିଛନ୍ତି । ଅର୍ଥାତ୍ ଇମ୍ରାନ୍ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଭାଗ ନେବେ ନାହିଁ ବୋଲି ଜଣାପଡିଛି । କେବଳ ସେ ନୁହେଁ ତାଙ୍କ ଦଳର କୌଣସି ସଦସ୍ୟ ଏଥିରେ ଭାଗ ନେବେ ନାହିଁ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସୋମବାର ସଂସଦ ତ ପହଞ୍ଚିଲେ, ହେଲେ ମାତ୍ର କିଛି ସମୟ ମଧ୍ୟରେ ସେ ସେଠାରୁ ବାହାରକୁ ଚାଲି ଆସିଲେ । ଏହାପରେ ତାଙ୍କର ବାକି ସମର୍ଥକ ସଦସ୍ୟ ମଧ୍ୟ ସଂସଦ ବାହାରକୁ ଚାଲିଆସିଲେ । ବାହାରକୁ ଆସି ଏମାନେ କହିଲେ ଯେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରକ୍ରିୟାକୁ ଆମେ ବହିଷ୍କାର କରୁଛୁ । ଏହାବ୍ୟତୀତ ବାକି ସମସ୍ତ ବିରୋଧୀ ସଦସ୍ୟ ସଂସଦରେ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ଇମ୍ରାନଙ୍କ ଦଳ ପିଟିଆଇର କେତେଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ବାକି ସଦସ୍ୟ ବି ଇସ୍ତଫା ଦେଉଛନ୍ତି, ନିଜେ ଇମ୍ରାନ ଏହି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଭାରତ-ଆମେରିକା ମଧ୍ୟରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୮: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଭାଗିଦାରୀ ବୃଦ୍ଧି ଏବଂ ବାଣିଜ୍ୟ ସହ ଜଡିତ ବଝାମଣା ସମସ୍ୟାର ସମାଧାନ ପାଇଁ ଅଗଷ୍ଟ ୨୬ ଅର୍ଥାତ୍‌...

କୋଭିଡ୍‌ର ବିପଜ୍ଜନକ ଗବେଷଣାରେ ସାମିଲ ଥିଲେ ଉହାନ ବୈଜ୍ଞାନିକ

ଓ୍ବାଶିଂଟନ, ୧୨ା୬ : ୨୦୧୯ରେ କୋଭିଡ୍‌ ମହାମାରୀ ବ୍ୟାପିବା ପୂର୍ବରୁ ଚାଇନାର ଉହାନସ୍ଥିତ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ ଏବଂ ଚାଇନା ସେନା ବିଶ୍ୱର ସବୁଠୁ ବିପଜ୍ଜନକ...

ରେ-ବ୍ୟାନ୍‌ ମାଲିକ ଡେଲ୍‌ ଭେକିଓଙ୍କ ପରଲୋକ

ରୋମ, ୨୭ା୬: ଚଷମା କମ୍ପାନୀ ରେ-ବ୍ୟାନ୍‌ ମାଲିକ ଲିଓନାର୍ଡୋ ଡେଲ୍‌ ଭେକିଓ(୮୭)ଙ୍କ ପରଲୋକ ହୋଇଛି। ଏ ନେଇ ତାଙ୍କ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି।...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ

ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ...

ମୋଦିଙ୍କୁ ‘ଗ୍ଲୋବାଲ ଗୋଲ୍‌ କିପର ଆଓ୍ବାର୍ଡ’

ଓ୍ବାଶିଂଟନ,୨୫।୯: ସ୍ବଚ୍ଛ ଭାରତ ଅଭିଯାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକାରେ ବିଲ୍‌ ଗେଟସ୍‌ ଏବଂ ମିଲେଣ୍ଡା ଗେଟସ୍‌ ଫାଉଣ୍ଡେସନ୍‌ ପକ୍ଷରୁ...

ଶେଷ ହେଲା କରୋନା: ବୋରିସ ଜନସନ

ଲଣ୍ଡନ,୨୦ ।୧: ସାରା ବିଶ୍ୱରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ବ୍ରିଟେନରେ କରୋନାର ସମସ୍ତ କଟକଣାକୁ...

ଚାକିରି ନାଁରେ ଠକେଇ: ୟୁଏଇରେ ଫସିଛନ୍ତି ୯ ଭାରତୀୟ

ଦୁବାଇ,୨୨ା୭(ପି.ଟି.): ସୋସିଆଲ୍‌ ମିଡିଆରେ ଜାଲ୍‌ ନିଯୁକ୍ତି ଅଫର ପାଇ ୯ ଭାରତୀୟ ୟୁଏଇରେ ଫସିଛନ୍ତି। ଏମାନେ କେରଳରୁ ଯାଇ ଅଲ୍‌ ଆଇନ୍‌ ଓ ଅଜମାନ୍‌ରେ ଅଟକି...

Advertisement
Archives

Model This Week