ଅଲଗା ହେବାକୁ ଯାଉଛନ୍ତି ଆଉ ଜଣେ କପଲ୍‌

ବି-ଟାଉନରେ ସେଲିବ୍ରିଟିମାନଙ୍କ ସମ୍ପର୍କ କେଉଁଠି ଯୋଡି ହେଉଥିବାବେଳେ ଆଉ କେଉଁଠି ଭାଙ୍ଗୁଥିବା ଖବର ମଧ୍ୟ ଆସିଥାଏ। ନିକଟରେ ଅଭିନେତା ସୋହେଲ ଖାନ ଏବଂ ସୀମା ଖାନଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କ ମନରୁ ନ ଲିଭୁଣୁ, ଏବେ ବି-ଟାଉନରୁ ଆଉ ଏକ ବିବାହ ଭାଙ୍ଗିବାକୁ ଯାଉଛି। ଅଭିନେତା ଇମ୍ରାନ ଖାନ ଏବଂ ଅବନ୍ତିକା ମଲିକଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି। ଅବନ୍ତିକାଙ୍କ ସହ ଇମ୍ରାନଙ୍କ ସମ୍ପର୍କ ଗତ କିଛି ବର୍ଷ ହେବ ଖରାପ ଚାଲିଛି। କେବଳ ଏତିକି ନୁହେଁ, ସମ୍ପର୍କ ଏତେ ଖରାପ ହୋଇଯାଇଛି ଦୁହେଁ ଅଲଗା ରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି।
ଦୀର୍ଘ ଦିନର ପ୍ରେମ ପରେ ୨୦୧୧ରେ ଇମ୍ରାନ ଅବନ୍ତିକାଙ୍କୁ ବିବାହ କରିଥିଲେ। ୨୦୧୪ରେ ଝିଅ ଇମାରା ଜନ୍ମ ହୋଇଥିଲେ। ଝିଅ ଜନ୍ମ ପରେ, ସେମାନଙ୍କ ସମ୍ପର୍କରେ ଟିକିଏ ତିକ୍ତତା ଆରମ୍ଭ ହେଲା। ୨୦୧୯ରେ ଅବନ୍ତିକା ଇମ୍ରାନଙ୍କୁ ଛାଡ଼ି ନିଜ ବାପ ଘରେ ରହିବାକୁ ଲାଗିଲେ।
ଇମ୍ରାନ ଖାନ ଦୀର୍ଘ ଦିନ ଧରି ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରତା ବଜାୟ ରଖିଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୧୫ରେ ଫିଲ୍ମ ‘କଟ୍ଟି ବଟ୍ଟି’ରେ ଦେଖିବାକୁ ମିଳିଥିଲା। କାମ ନ ଥିବାରୁ ଇମ୍ରାନ ଖାନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଆର୍ଥିକ ସଙ୍କଟ ଯୋଗୁ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଯଦିଓ ଉଭୟଙ୍କ ପରିବାର ଏହି ସମ୍ପର୍କକୁ ଯୋଡିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫଳାଫଳ କିଛି ବାହାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri