ପୁଣି ପ୍ରେମରେ ପଡିଲେ ଇମ୍ରାନ

ବଲିଉଡ ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହାପରେ ଇମ୍ରାନ ଅନେକ ଫିଲ୍ମ କରିଥିଲେ। ଗତ କିଛି ବର୍ଷ ହେବ ଇମ୍ରାନ ପରଦାରୁ ନିଜକୁ ଦୂରେଇ ରଖିଛନ୍ତି। କେବଳ ଏତିକି ନୁହେଁ, ଦୀର୍ଘ ଦିନ ହେବ ସେ ସୋସିଆଲ ମିଡିଆଠାରୁ ମଧ୍ୟ ଦୂରରେ ଅଛନ୍ତି। ଗତ ବର୍ଷ ସେ ତାଙ୍କ ସ୍ତ୍ରୀ ଅବନ୍ତିକା ମଲିକଙ୍କଠାରୁ ଅଲଗା ହୋଇଥିଲେ। ଏବେ ଇମ୍ରାନଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ହେଉଛି। ନିକଟରେ ଇମ୍ରାନଙ୍କୁ ଦକ୍ଷିଣ ଅଭିନେତ୍ରୀ ଲେଖା ୱାଶିଂଟନଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ହାତ ଧରାଧରି ହୋଇ ଯାଉଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଇମ୍ରାନ ଏକ କଳା ଟି-ଶର୍ଟ ଏବଂ ନୀଳ ଜିନ୍ସରେ ସୁପର କୁଲ ଦେଖାଯାଉଥିବାବେଳେ ଲେଖା ଏକ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ। ଭିଡ଼ ଭିତରେ ଦୁଇଜଣ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ।
୨୦୦୮ ହିଟ ଫିଲ୍ମ ‘ଜାନେ ତୁ … ୟା ଜାନେ ନା’ ସହିତ ଇମ୍ରାନ ଖାନ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ୨୦୧୫ ଫିଲ୍ମ ‘କଟ୍ଟିବଟ୍ଟି’ରେ ଦେଖିବାକୁ ମିଳିଥିଲା। ସେ ଗତ ବର୍ଷର କ୍ଷୁଦ୍ର ଚଳଚ୍ଚିତ୍ର ‘ମିଶନ ମାର୍ସ: କ୍ୟାପ ୱାକିଂ ଇଣ୍ଡିଆ’ ସହିତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୟ କ୍ୟାରିଅରରେ ଇମ୍ରାନ ‘ଏକ ମେନ ଅର ଏକ ତୁ’, ‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା’, ‘ଗୋରୀ ତେରେ ପ୍ୟାର୍‌ ମେଁ’, ‘ମେରେ ବ୍ରଦର କି ଦୁଲହନ’ ଏବଂ ‘ଡେଲ୍ଲୀ ବେଲି’ ଭଳି ଫିଲ୍ମରେ ୍‌ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri