ପୁଣି ପ୍ରେମରେ ପଡିଲେ ଇମ୍ରାନ

ବଲିଉଡ ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଫିଲ୍ମ ‘ଜାନେ ତୁ ୟା ଜାନେ ନା’ ସହିତ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହାପରେ ଇମ୍ରାନ ଅନେକ ଫିଲ୍ମ କରିଥିଲେ। ଗତ କିଛି ବର୍ଷ ହେବ ଇମ୍ରାନ ପରଦାରୁ ନିଜକୁ ଦୂରେଇ ରଖିଛନ୍ତି। କେବଳ ଏତିକି ନୁହେଁ, ଦୀର୍ଘ ଦିନ ହେବ ସେ ସୋସିଆଲ ମିଡିଆଠାରୁ ମଧ୍ୟ ଦୂରରେ ଅଛନ୍ତି। ଗତ ବର୍ଷ ସେ ତାଙ୍କ ସ୍ତ୍ରୀ ଅବନ୍ତିକା ମଲିକଙ୍କଠାରୁ ଅଲଗା ହୋଇଥିଲେ। ଏବେ ଇମ୍ରାନଙ୍କୁ ନୂଆ ପ୍ରେମିକା ମିଳିଯାଇଥିବା ଚର୍ଚ୍ଚା ହେଉଛି। ନିକଟରେ ଇମ୍ରାନଙ୍କୁ ଦକ୍ଷିଣ ଅଭିନେତ୍ରୀ ଲେଖା ୱାଶିଂଟନଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟ ହାତ ଧରାଧରି ହୋଇ ଯାଉଥିଲେ। ଏହାର ଭିଡିଓ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଇମ୍ରାନ ଏକ କଳା ଟି-ଶର୍ଟ ଏବଂ ନୀଳ ଜିନ୍ସରେ ସୁପର କୁଲ ଦେଖାଯାଉଥିବାବେଳେ ଲେଖା ଏକ ଫ୍ଲୋରାଲ୍‌ ପ୍ରିଣ୍ଟ୍‌ ଡ୍ରେସ୍‌ ପିନ୍ଧିଥିଲେ। ଭିଡ଼ ଭିତରେ ଦୁଇଜଣ ପରସ୍ପରର ହାତ ଧରିଥିବାର ନଜର ଆସିଥିଲେ।
୨୦୦୮ ହିଟ ଫିଲ୍ମ ‘ଜାନେ ତୁ … ୟା ଜାନେ ନା’ ସହିତ ଇମ୍ରାନ ଖାନ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ୨୦୧୫ ଫିଲ୍ମ ‘କଟ୍ଟିବଟ୍ଟି’ରେ ଦେଖିବାକୁ ମିଳିଥିଲା। ସେ ଗତ ବର୍ଷର କ୍ଷୁଦ୍ର ଚଳଚ୍ଚିତ୍ର ‘ମିଶନ ମାର୍ସ: କ୍ୟାପ ୱାକିଂ ଇଣ୍ଡିଆ’ ସହିତ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ତାଙ୍କ ଅଭିନୟ କ୍ୟାରିଅରରେ ଇମ୍ରାନ ‘ଏକ ମେନ ଅର ଏକ ତୁ’, ‘ଓ୍ବାନ୍ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା’, ‘ଗୋରୀ ତେରେ ପ୍ୟାର୍‌ ମେଁ’, ‘ମେରେ ବ୍ରଦର କି ଦୁଲହନ’ ଏବଂ ‘ଡେଲ୍ଲୀ ବେଲି’ ଭଳି ଫିଲ୍ମରେ ୍‌ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଭାରତୀୟ କ୍ରିକେଟର୍‌ଙ୍କ ଖେଳ ଦେଖିବାକୁ ପାଗଳ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ...

ବୋଲ୍ଡ ଲୁକ୍‌ରେ ନଜର ଆସିଲେ ପ୍ରିୟଙ୍କାଙ୍କ ମ୍ୟାନେଜର

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜର ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା। ଏପରିକି ପ୍ରିୟଙ୍କାଙ୍କ ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଷ୍ଟାଇଲ୍‌କୁ ଅନୁକରଣ...

‘ଦେଶର ଝିଅମାନେ ଉର୍ଫିଙ୍କଠାରୁ କିଛି ଶିଖିବା ଉଚିତ୍‌’

ମଡେଲ ଉର୍ଫି ଜାଭେଦ ତାଙ୍କ ଫ୍ୟାଶନ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସେ ତାଙ୍କର ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ...

କମୁଛି କଙ୍ଗନାଙ୍କ ଫଲୋୟର୍ସ ସଂଖ୍ୟା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ରେ ବଂଶବାଦ ଓ ପକ୍ଷପାତିତାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଉଥିବା କଙ୍ଗନାଙ୍କର ଏବେ ସୋସିଆଲ...

ଗୀତ ଗାଇଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ

ଜୟପୁର,୨ ।୧୦: ରାଜସ୍ଥାନ ରାଜନୀତି ଏବେ ବେଶ ସରଗରମ ଥିବା ବେଳେ ଚର୍ଚ୍ଚାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପତ୍ନୀ । ତେବେ ରାଜନୀତି ନୁହେଁ...

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ...

ବିବାହ ପରେ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କଲେ ଅଲାନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ କଜିନ ସିଷ୍ଟର ତଥା ସୋସିଆଲ ମିଡିଆ ଇପଫ୍ଲୁଏନସର ଅଲାନା ପାଣ୍ଡେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସେ...

ଜ୍ୟୋତିଷଙ୍କ ଭବିଷ୍ୟବାଣୀ ହେଲା ଭୁଲ ପ୍ରମାଣିତ: ତୈମୁରଙ୍କ ଆସିଲା ସାନ ଭାଇ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ପୁଣି ଥରେ ମା’ ହେବାକୁ ଯାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏହାକୁ ନେଇ ଉତ୍ସାହିତ ଥିଲେ।...

Advertisement
Archives

Model This Week