Posted inଜାତୀୟ

ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ଅହମ୍ମଦାଦାବାଦ୍‌,୨୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଡାକ୍ତରୀ ଟିମ୍‌ ନିରନ୍ତର ତାଙ୍କ ଉପରେ ନଜର ରଖିଛନ୍ତି। ସବିଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। ତାଙ୍କୁ ଶୀଘ୍ର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରେ।
ହୀରାବେନ୍‌ଙ୍କ ଶୀଘ୍ର ସୁସ୍ଥତା ପାଇଁ ସାରା ଦେଶରେ ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ସ୍ଥାନରେ ଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ କାଶୀରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇଥିଲା।
ସୂଚନାଯୋଗ୍ୟ,ବୁଧବାର ହୀରାବେନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ‘ୟୁ ଏନ୍‌ ମେହେଟ୍ଟା ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ଏ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ପହଞ୍ଚି କଡା ସୁରକ୍ଷା ମଧ୍ୟରେ ଡାକ୍ତରଖାନାରେ ତାଙ୍କ ମା’ଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ...

ବିହାର ନିର୍ବାଚନ: ଭାଜପା ସର୍ବବୃହତ ଦଳ ହେବା ସମ୍ଭାବନା !

ପାଟନା,୧୦।୧୧: ବିହାର ନିର୍ବାଚନରେ ଭାଜପା ସର୍ବ ବୃହତ୍‌ ଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ୭୪ ଆସନରେ ଅଗୁଆ ରହିଛି। ସେହିପରି ଆର୍‌ଜେଡ଼ି ୬୬,...

କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର...

ସିଦ୍ଧୁଙ୍କୁ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୪।୫:ଖୁବ ଶୀଘ୍ର ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ କଂଗ୍ରେସ ଦଳ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।...

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା...

ମାଗଣାରେ ୬ ମାସ ପାଇଁ ମହିଳାଙ୍କ ଲୁଗା ସଫା କରିବେ ଅଭିଯୁକ୍ତ

ମଧୁରାଇ,୨୩।୯: ମହିଳାଙ୍କୁ ଟଣାଓଟାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗାଁରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ଲୁଗା ମାଗଣାରେ ଧୋଇବା ସହ ଆଇରନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି...

ବୀରଭୂମୀ ହିଂସା ପରେ ଘର ଛାଡୁଛନ୍ତି ଲୋକେ

କୋଲକାତା,୨୩ ।୩: ପଶ୍ଚିମବଙ୍ଗର ବୀରଭୂମୀରେ ତ୍ରୁଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯିବା ପରେ ୮ ଜଣଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଏହି...

ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

Advertisement
Archives

Model This Week