Advertisement

ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ ପାଲଟି ଯାଇଛି। ନାଏଗ୍ରା ଜଳ ପ୍ରପାତ ପାଣି ଉପରେ ବରଫର ଏକ ଆସ୍ତରଣ ବିସ୍ତାରିତ ହୋଇଛି।

ତୁଷାରପାତ ହୋଇଥିବା ନାଏଗ୍ରା ଜଳ ପ୍ରପାତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଆଂଶିକ ଫ୍ରିଜ ହୋଇଥିବା ପ୍ରପାତର ଭିଡ଼ିଓ ରହିଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଦୁନିଆର ସବୁଠାରୁ ପ୍ରସିଦ୍ଧ ଜଳପ୍ରପାତ ଆଂଶିକ ଫ୍ରିଜ ହୋଇଛି, ତଥାପି ପ୍ରବାହିତ ଜଳ ମଧ୍ୟ ଏହା ସହିତ ଦୃଶ୍ୟମାନ ହେଉଛି, ଏହା ପ୍ରମାଣ କରେ ଯେ ଏହି ଜଳପ୍ରପାତ କେବେବି ସମ୍ପୂର୍ଣ୍ଣ ଫ୍ରିଜ ହୋଇ ନ ଥାଏ ।

ଆମେରିକାର ନ୍ୟୁୟର୍କ ଏବଂ କାନାଡାର ଅନଟାରିଓ ମଧ୍ୟରେ ସୀମାରେ ନାଏଗ୍ରା ଜଳ ପ୍ରପାତ ଅବସ୍ଥିତ। ବରଫ ଝଡ଼ ଯୋଗୁ ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ନ୍ୟୁୟର୍କରେ ଏପର୍ଯ୍ୟନ୍ତ ୨୮ ଜଣଙ୍କର ମୃତ୍ୟୁ ଘଟିଛି। ତାପମାତ୍ରା ଶୂନରୁ ତଳକୁ ଖସିଯିବାରୁ ନାଏଗ୍ରା ଜଳପ୍ରପାତର ପାଣି ବରଫରେ ପରିଣତ ହୋଇଛି। ଏପରିକି ପ୍ରବଳ ଥଣ୍ଡା ସମୟରେ ପର୍ଯ୍ୟଟକମାନେ ନାଏଗ୍ରାକୁ ଦେଖିବା ପାଇଁ ପହଞ୍ଚୁଛନ୍ତି। ସେମାନେ ସେଠାରୁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

ଖ୍ରୀଷ୍ଟମାସ ସପ୍ତାହ ଶେଷରେ ପଶ୍ଚିମ ନ୍ୟୁୟର୍କରେ ଏକ ବରଫ ଝଡ଼ ସୃଷ୍ଟି ହୋଇଥିଲା। ଏହାକୁ ଅଧିକାରୀମାନେ ଶତାବ୍ଦୀର ବରଫ ଝଡ଼ ବୋଲି କହିଥିଲେ। ଏହି ଝଡ଼ ଯୋଗୁଁ ଆମେରିକା ଅଧିକ ପ୍ରଭାବିତ ହୋଇଥିଲା। ଦେଶର ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଲୋକଙ୍କୁ ଲଗାତାର ବିଦ୍ୟୁତ କାଟ, ବିମାନ ଯାତ୍ରା ଏବଂ ସଡ଼କ ଯାତାୟାତରେ ବ୍ୟାଘାତ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ବରଫ ଝଡ଼ କାରଣରୁ ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଙ୍ଗିଲା ରେକର୍ଡ: ଗୋଟିଏ ଦିନରେ ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ବ୍ରାସିଲିଆ, ୨୦।୬: କରୋନା ମହାମାରୀ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ଆତଙ୍କ ଦେଖାଦେଇଛି। ବ୍ରାଜିଲ୍‌ରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ...

ପେଣ୍ଟିଂ ନୁହେଁ, ଏମ୍ବ୍ରୋଏଡରି ଓ୍ବାର୍କ

ଯେତେବେଳେ ଦୁଇଜଣ ଭିନ୍ନ ଧରଣର କଳାକାର ଏକାଠି ହୁଅନ୍ତି, ସେଠି ଜନ୍ମ ନିଏ ଏକ ନୂଆ କଳାର ଧାରା। ଠିକ୍‌ ଯେମିତି ଭିଏତ୍‌ନାମର ପାରମ୍ପରିକ ଏମ୍ବ୍ରୋଏଡରି...

ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ...

ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର...

ବ୍ରିଟେନ ଆକାଶରେ ରହସ୍ୟମୟ ଧୂଆଁ

ଲଣ୍ଡନ,୧୮ା୪: ବ୍ରିଟେନ ଆକାଶରେ ଗୁରୁବାର ରାତି ୮ଟାରେ ଏକ ରହସ୍ୟଜନକ ବସ୍ତୁ ଜଳି ଜଳି ଯାଉଥିବାବେଳେ ତା’ ପଛପଟରୁ ଧୂଆ ବାହାରୁଥିବା ଦେଖିବାକୁ ମିଳିଥିଲା। ତାହା...

ଅଜବ ଜଙ୍ଗଲ

ଜଙ୍ଗଲ ନଁା ଶୁଣିବାମାତ୍ରେ ବିଭିନ୍ନ ପ୍ରକାରର ଗଛ ଏବଂ ପଶୁପକ୍ଷୀରେ ପରିପୂର୍ଣ୍ଣ ଏକ ଘଞ୍ଚ ପରିବେଶର ଛବି ମନକୁ ଆସେ। ହେଲେ ପୃଥିବୀରେ ଏମିତି ବି...

ଯୁଦ୍ଧ ନୁହେଁ, ଗଣହତ୍ୟା

ଲଭିଭ୍‌, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ...

ପ୍ରଚଣ୍ଡଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

କାଠମାଣ୍ଡୁ,୧୮।୧(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ମଙ୍ଗଳବାର ତାଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୧୨ ଜଣଙ୍କୁ ମନ୍ତ୍ରୀ ଏବଂ ୩...

Advertisement
Archives

Model This Week