Posted inଜାତୀୟ

ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏଥିରେ ମନ୍ତ୍ରୀମାନେ ଉପସ୍ଥାପନା କରିଥିବା ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଷ କରି ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ୭୭ ମନ୍ତ୍ରୀଙ୍କୁ ଆଠଟି ଦଳରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଜଣେ ଜଣେ ସମନ୍ବୟକ ଚୟନ କରାଯାଇଛି। ପ୍ରଥମ ଶିବିରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନସୁଖ ମାଣ୍ଡବ୍ୟ ବ୍ୟକ୍ତିଗତ ଦକ୍ଷତା ଉପରେ ଉପସ୍ଥାପନା କରିଥିଲେ, ଦ୍ୱିତୀୟରେ ପୀୟୁଷ ଗୋୟଲ ଏବଂ ଗଜେନ୍ଦ୍ର ଶେଖୱାତଙ୍କ ନେତୃତ୍ୱରେ ଅନ୍ୟ ମନ୍ତ୍ରୀମାନେ ହାର୍ଦ୍ଦିକ ସିଂ ପୁରୀ, ଅନୁରାଗ ସିଂ ଠାକୁର ଏବଂ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମସ୍ତ ଶିବିରରେ ମୁଖ୍ୟତଃ ମୋଦି ସରକାରଙ୍କ ଦକ୍ଷତା ଏବଂ ବିତରଣ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ସ୍ମୃତି ଇରାନୀ ସମସ୍ତ ୮ଟି ଦଳର ନେତୃତ୍ୱ ନେବେ। ସେ ସମସ୍ତ ମନ୍ତ୍ରଣାଳୟକୁ ଆବଶ୍ୟକ ସୂଚନା ଦେବେ। ମାଣ୍ଡବ୍ୟ କାର୍ଯ୍ୟାଳୟ ତଦାରଖ ପ୍ରଣାଳୀ ଉପରେ ଧ୍ୟାନ ଦେବେ ଏବଂ ହରଦୀପ୍‌ ପୁରୀ ଶିକ୍ଷଣ ଗୋଷ୍ଠୀର ନେତୃତ୍ୱ ନେବେ। ଅନୁରାଗ ସିଂ ଠାକୁର ଅନ୍ୟମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ। ସେହିପରି ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଦଳ ଗଠନ କରାଯାଇଛି।

ପ୍ରତ୍ୟେକ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପୋର୍ଟାଲ ବିକାଶିତ କରାଯିବ। ଯାହା କେନ୍ଦ୍ରର ପ୍ରମୁଖ ଯୋଜନା ଏବଂ ନୀତିଗୁଡିକର କାର୍ଯ୍ୟଦକ୍ଷତା ଉପରେ ଅପଡେଟ୍‌ ସୂଚନା ପ୍ରଦାନ କରିବ। ସମ୍ପୃକ୍ତ ମନ୍ତ୍ରୀମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ନଜର ରଖିବା ପାଇଁ ଏକ ଡ୍ୟାସବୋର୍ଡ ଏବଂ ବୈଠକ ନିର୍ଦ୍ଧାରଣ ଏବଂ ଚିଠି ପରିଚାଳନା ପାଇଁ ଏକ ବ୍ୟବସ୍ଥା ମଧ୍ୟ ଗଠନ କରାଯାଇଛି।

ସମସ୍ତ ଜିଲା, ରାଜ୍ୟ ତଥା ମନ୍ତ୍ରଣାଳୟର ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ଏବଂ ହିତାଧିକାରୀଙ୍କ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ମନ୍ତ୍ରୀମାନଙ୍କୁ ମଧ୍ୟ କୁହାଯାଇଛି। ଅନୁସନ୍ଧାନ, ଯୋଗାଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଉପରେ ଅତି କମରେ ତିନିଜଣ ଯୁବ ବୃତ୍ତିଗତଙ୍କ ଏକ ଦଳ ଗଠନ ପାଇଁ କୁହାଯାଇଛି।

‘ସାବକା ସାଥ, ସବକା ବିକାଶ, ସାବକା ବିଶ୍ୱାସ’ ନୀତି ଆପଣେଇ ମୋଦି ସରକାର ଆଗକୁ ବଢ଼ିିବାକୁ ଚାହୁଁଛନ୍ତି। କ୍ୟାବିନେଟରେ ନୂଆ ଭାବେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ପାଇଁ ଏହି ଚିନ୍ତନ ଶିବିରଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସଂସଦର ଗତ ମୌସୁମୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ରାଜ୍ୟସଭାରେ ସମୟ ବିତାଇବା ସହିତ ଗୃହରେ ବିତର୍କ ଶିଖିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ ସହକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?