Posted inଜାତୀୟ

ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏଥିରେ ମନ୍ତ୍ରୀମାନେ ଉପସ୍ଥାପନା କରିଥିବା ବିଭିନ୍ନ ପ୍ରସଙ୍ଗରେ ବିଚାର ବିମର୍ଷ କରି ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ ୭୭ ମନ୍ତ୍ରୀଙ୍କୁ ଆଠଟି ଦଳରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ ଜଣେ ଜଣେ ସମନ୍ବୟକ ଚୟନ କରାଯାଇଛି। ପ୍ରଥମ ଶିବିରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନସୁଖ ମାଣ୍ଡବ୍ୟ ବ୍ୟକ୍ତିଗତ ଦକ୍ଷତା ଉପରେ ଉପସ୍ଥାପନା କରିଥିଲେ, ଦ୍ୱିତୀୟରେ ପୀୟୁଷ ଗୋୟଲ ଏବଂ ଗଜେନ୍ଦ୍ର ଶେଖୱାତଙ୍କ ନେତୃତ୍ୱରେ ଅନ୍ୟ ମନ୍ତ୍ରୀମାନେ ହାର୍ଦ୍ଦିକ ସିଂ ପୁରୀ, ଅନୁରାଗ ସିଂ ଠାକୁର ଏବଂ ପ୍ରହ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମସ୍ତ ଶିବିରରେ ମୁଖ୍ୟତଃ ମୋଦି ସରକାରଙ୍କ ଦକ୍ଷତା ଏବଂ ବିତରଣ ବ୍ୟବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ସ୍ମୃତି ଇରାନୀ ସମସ୍ତ ୮ଟି ଦଳର ନେତୃତ୍ୱ ନେବେ। ସେ ସମସ୍ତ ମନ୍ତ୍ରଣାଳୟକୁ ଆବଶ୍ୟକ ସୂଚନା ଦେବେ। ମାଣ୍ଡବ୍ୟ କାର୍ଯ୍ୟାଳୟ ତଦାରଖ ପ୍ରଣାଳୀ ଉପରେ ଧ୍ୟାନ ଦେବେ ଏବଂ ହରଦୀପ୍‌ ପୁରୀ ଶିକ୍ଷଣ ଗୋଷ୍ଠୀର ନେତୃତ୍ୱ ନେବେ। ଅନୁରାଗ ସିଂ ଠାକୁର ଅନ୍ୟମାନଙ୍କ କାର୍ଯ୍ୟର ସମୀକ୍ଷା କରିବେ। ସେହିପରି ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର ଏବଂ ପ୍ରହ୍ଲାଦ ଯୋଶୀଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଦଳ ଗଠନ କରାଯାଇଛି।

ପ୍ରତ୍ୟେକ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପୋର୍ଟାଲ ବିକାଶିତ କରାଯିବ। ଯାହା କେନ୍ଦ୍ରର ପ୍ରମୁଖ ଯୋଜନା ଏବଂ ନୀତିଗୁଡିକର କାର୍ଯ୍ୟଦକ୍ଷତା ଉପରେ ଅପଡେଟ୍‌ ସୂଚନା ପ୍ରଦାନ କରିବ। ସମ୍ପୃକ୍ତ ମନ୍ତ୍ରୀମାନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ନଜର ରଖିବା ପାଇଁ ଏକ ଡ୍ୟାସବୋର୍ଡ ଏବଂ ବୈଠକ ନିର୍ଦ୍ଧାରଣ ଏବଂ ଚିଠି ପରିଚାଳନା ପାଇଁ ଏକ ବ୍ୟବସ୍ଥା ମଧ୍ୟ ଗଠନ କରାଯାଇଛି।

ସମସ୍ତ ଜିଲା, ରାଜ୍ୟ ତଥା ମନ୍ତ୍ରଣାଳୟର ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ଏବଂ ହିତାଧିକାରୀଙ୍କ କାର୍ଯ୍ୟକ୍ରମକୁ ବିକଶିତ କରିବାକୁ ମନ୍ତ୍ରୀମାନଙ୍କୁ ମଧ୍ୟ କୁହାଯାଇଛି। ଅନୁସନ୍ଧାନ, ଯୋଗାଯୋଗ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଉପରେ ଅତି କମରେ ତିନିଜଣ ଯୁବ ବୃତ୍ତିଗତଙ୍କ ଏକ ଦଳ ଗଠନ ପାଇଁ କୁହାଯାଇଛି।

‘ସାବକା ସାଥ, ସବକା ବିକାଶ, ସାବକା ବିଶ୍ୱାସ’ ନୀତି ଆପଣେଇ ମୋଦି ସରକାର ଆଗକୁ ବଢ଼ିିବାକୁ ଚାହୁଁଛନ୍ତି। କ୍ୟାବିନେଟରେ ନୂଆ ଭାବେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ପାଇଁ ଏହି ଚିନ୍ତନ ଶିବିରଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ସଂସଦର ଗତ ମୌସୁମୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ରାଜ୍ୟସଭାରେ ସମୟ ବିତାଇବା ସହିତ ଗୃହରେ ବିତର୍କ ଶିଖିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ପରିବର୍ତ୍ତେ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ତାଙ୍କ କ୍ୟାବିନେଟ ସହକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri