ଅସମୟରେ ଆବାସ କାର୍ଯ୍ୟାଦେଶ ପ୍ରଦାନ

ରସୁଲପୁର,୬ା୮(ରଞ୍ଜିତ ରାଉତ):ରସୁଲପୁର ବ୍ଲକରେ ଜୁନ୍‌ ୨୦୨୩ ଶେଷ ସପ୍ତାହଠାରୁ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ଓ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଆସୁଛି। ମାତ୍ର ହିତାଧିକାରୀଙ୍କୁ ଅସମୟରେ ଏହି କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହେଉଛି। ଜୁନ୍‌ରେ ମୌସୁମୀର ଆଗମନ ଘଟି ବର୍ଷା ଋତୁ ଆରମ୍ଭ ହୋଇଥାଏ। ଅନ୍ତତଃପକ୍ଷେ ଜୁଲାଇ ଓ ଅଗଷ୍ଟରେ ବର୍ଷାର ଧାରା ଲାଗି ରହିଥାଏ। ଏହି କାରଣରୁ ନୂତନ ଘର ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିବାର ସମ୍ଭାବନା ବଢି ଯାଇଛି। ନିୟମ ଅନୁଯାୟୀ, ୪ମାସ ଓ ୬ ମାସ ମଧ୍ୟରେ ଆବାସ ନିର୍ମାଣ ଶେଷ ହୋଇଗଲେ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ବାବଦକୁ ହିତାଧିକାରୀ ପିଛା ୨୦ ଓ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ହେଲେ ବର୍ଷା ଋତୁରେ ଘର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବାରୁ ପ୍ରୋତ୍ସାହନରାଶି ପାଇବାରୁ ବଞ୍ଚତ୍ତ ହେବେ ଅନେକ ହିତାଧିକାରୀ। ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଧ୍ୟାନ ଦିଆଯାଇ ପ୍ରୋତ୍ସାହନ ରାଶି ଅବଧି ବଢ଼ାଇବାକୁ ହିତାଧିକାରୀମାନଙ୍କ ପକ୍ଷରୁ ଦାବି ହେଉଛି।
ଉକ୍ତ ବ୍ଲକରେ ଚଳିତ ବର୍ଷ ୨,୪୭୯ ହିତାଧିକାରୀଙ୍କୁ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଦୀର୍ଘବର୍ଷ ହେବ ଘର ଖଣ୍ଡିଏ ପାଇଁ ଅପେକ୍ଷା କରିଥିବା ହିତାଧିକାରୀମାନଙ୍କ ମଧ୍ୟରୁ କେତେଜଣଙ୍କ ଆଶାପୂରଣ ହୋଇଛି। ଆବାସକୁ ନେଇ ବ୍ଲକ ପାଇଁ ନିର୍ଦ୍ଧାରିତ କୋଟାର ଶତପ୍ରତିଶତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାକୁ ପ୍ରଥମ କିସ୍ତି ବାବଦକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ବର୍ଷା ଘର ନିର୍ମାଣରେ ବାଧକ ସାଜିଛି। କେତେକ ସ୍ଥାନରେ କୋଠାଘର ନିର୍ମାଣ ପାଇଁ ଚାଳ ଛପରକୁ ଭାଙ୍ଗିଦେଇ ହିତାଧିକାରୀ ବାରଦୁଆର ଶୁଣ୍ଢିପିଣ୍ଢା ହେଉଛନ୍ତି। ଅନ୍ୟପକ୍ଷରେ ବର୍ଷା ଲାଗି ରହିଥିବାରୁ ଘର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ। ଘର ନିର୍ମାଣରେ ବ୍ୟବହାର ହେଉଥିବା ସାମଗ୍ରୀକୁ ନେଇ ସମସ୍ୟା ଉପୁଜୁଛି। ଦେଖିବାକୁ ଗଲେ ମାଟି ଇଟା ଉପତ୍ାଦନ ଏକ ପ୍ରକାର ଠପ୍‌ ହୋଇଯାଇଛି। ମେଘୁଆ ପାଗରେ ପାଉଁଶ ଇଟା ଶୁଖିବାରେ ବିଳମ୍ବ ହେଉଛି। ଇଟା ଫାକ୍ଟ୍ରିରେ ପର୍ଯ୍ୟାପ୍ତ ପରିମାଣର ଇଟା ଉପତ୍ାଦନ ହୋଇପାରୁନାହିଁ। ବ୍ଲକର ଉଭୟ ପାର୍ଶ୍ୱରେ ବହି ଯାଇଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ନିଲାମ ବାଲିଘାଟରେ ବର୍ଷା ଏବଂ ବନ୍ୟା ଜଳ ପ୍ରବେଶ କରିଥିବାରୁ ବାଲି ଉଠାଣ ସମ୍ଭବ ହୋଇପାରୁନାହିଁ। ଘର ନିର୍ମାଣ ପାଇଁ ଆବଶ୍ୟକ ସିମେଣ୍ଟ୍‌ ଓ ରଡ୍‌ ମହଜୁଦ୍‌ ପାଇଁ ହିତାଧିକାରୀମାନଙ୍କ ପାଖରେ ଉପଯୁକ୍ତ ସ୍ଥାନର ଅଭାବ କାରଣରୁ ଘର ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।
ଏସବୁ ସତ୍ତ୍ୱେ ଯେଉଁମାନେ ଘର ନିର୍ମାଣ କରୁଛନ୍ତି, ସେମାନେ ଚଢ଼ା ଦରରେ ସାମଗ୍ରୀ କ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ହିତାଧିକାରୀମାନଙ୍କୁ ଘର ନିର୍ମାଣରେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତାରେ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବା ସମ୍ଭବପର ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେଣେ ହିତାଧିକାରୀଙ୍କ ଜମାଖାତାକୁ ପ୍ରଥମ କିସ୍ତି ପୈଠ ହେବା ଦିନରୁ ପ୍ରୋତ୍ସାହନ ରାଶି ପ୍ରଦାନର ଅବଧି ଆରମ୍ଭ ହେଉଛି। ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ବିଡିଓ ଅବନିକାନ୍ତ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମ ମୁତାବକ ଯେଉଁମାନେ ଘର ନିର୍ମାଣ କାର୍ଯ୍ୟ ସାରିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରାଯିବ। କାମକୁ ନେଇ ପ୍ରତ୍ୟେକ ଦିନ କର୍ମଚାରୀମାନଙ୍କୁ ଟାର୍ଗେଟ ଦିଆଯାଉଛି। ତେବେ ବର୍ଷା ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆସିଲେ ସ୍ଥିତି ପରଖିବା ପରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri