ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ, ହେଉନି ଜଳ ନିଷ୍କାସନ

ରାଇକିଆ,୨୬ା୬(ପ୍ରଦୀପ ବେହେରା): ଜନସାଧାରଣଙ୍କ ସୁବିଧା ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ତାହାର ସଠିକ୍‌ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ ଷ୍ଟେଟ୍‌ ବ୍ୟାଙ୍କ ରାସ୍ତାରେ। ଏଠାରେ ନବ ନିର୍ମିତ ଡ୍ରେନ୍‌ ସଠିକ୍‌ ଭାବେ ତିଆରି କରାଯାଇ ନ ଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ରାସ୍ତା ଉପରେ ପାଣି ଜମି ରହୁଛି। ବର୍ଷା ହେଲେ ଡ୍ରେନ୍‌ ପାଣି ଓ ବର୍ଷା ପାଣି ମିଶି ରାସ୍ତା ଉପରେ ଭାସୁଛି। ଆବର୍ଜନା ପାଣି ଜମି ରହି ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗକୁ ଆମନ୍ତ୍ରଣ କରିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅକ୍ଟୋବର ୨୦୨୩ରେ ହୋଇଥିବା ଏହି କାମ ସମ୍ପୂର୍ଣ୍ଣ କରାଯାଇନାହିଁ। ଏହି ରାସ୍ତାରେ ଦୁଇଟି ପ୍ରମୁଖ ବିଦ୍ୟାଳୟ ଏବଂ ବ୍ୟାଙ୍କ ଥିବାରୁ ଶତାଧିକ ଛାତ୍ରୀଛାତ୍ର ଏବଂ ଜନସାଧାରଣ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଏ ନେଇ ରାଇକିଆ ବିଡିଓ ସିମାଞ୍ଚଳ ମଣ୍ଡଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ଶୁଦ୍ଧି ପ୍ରଭାବ: ୨୮.୩୭୫ କିଲୋ ଗଞ୍ଜେଇ ଜବତ, ୯ ଗିରଫ

ନୂଆପଡା,୧୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅପରେଶନ ଶୁଦ୍ଧି ଜାରି ରହିଛି। ଗୁରୁବାର ଅପରେଶନ ଶୁଦ୍ଧି ଚାଲିଥିବା...

ଫୋକସ୍‌ରେ ଓଡ଼ିଶା: ଜୁନ୍‌ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୧୭ା୫(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ...

ତପସ୍ବିନୀ ଏକ୍ସପ୍ରେସ୍‌କୁ ପଥର ମାଡ଼: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର,୧୭।୫(ପ୍ରମୋଦ ବହିଦାର): ତପସ୍ବିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ ହୋଇଛି। ଏଥିରେ ଭାଙ୍ଗିଲା ଟ୍ରେନର କାଚ ଭାଙ୍ଗିପଡ଼ିଛି। ପଥର ମାଡ଼ ପରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି।...

ଅପରେଶନ ସିନ୍ଦୂରରେ ଶହୀଦ ମେଜର ପବନ କୁମାରଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି: ବାପା କହିଲେ…

ଶ୍ରୀନଗର,୧୭।୫: ଅପରେଶନ ସିନ୍ଦୂରରେ ଶହୀଦ ହୋଇଥିବା ମେଜର ପବନ କୁମାରଙ୍କୁ ଜେନେରାଲ ଅଫିସର କମାଣ୍ଡିଂ (GoC) ହ୍ବାଇଟ ନାଇଟ କର୍ପସ ଲେଫ୍ଟନାଣ୍ଟ ଜେନେରାଲ ପି.କେ ମିଶ୍ର...

ମୋତେ ରାତି ୨.୩୦ରେ ମୁନିରଙ୍କ ଫୋନ୍‌ ଆସିଥିଲା… Operation Sindoorକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ଶେହବାଜ ଶରିଫ

ଇସଲାମାବାଦ୍‌,୧୭।୫:ଅପରେଶନ ସିନ୍ଦୂର ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ ୭ ରୁ ୧୧ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାକିସ୍ତାନ ଲଗାତାର ଭାବରେ...

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri