Posted inରାଜ୍ୟ

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ : ୧୨ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୯ା୧୨(ବ୍ୟୁରୋ)-କେନ୍ଦ୍ରରେ ଭାଜପା ପରିଚାଳିତ ଏନଡିଏ ସରକାର କାର୍ଯ୍ୟକାରୀ କରିଥିବା ନୂତନ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀମାନେ ଅଡି ବସିଛନ୍ତି। ବହୁ ଦଫା ଆଲୋଚନା ପରେ ମଧ୍ୟ କେନ୍ଦ୍ର ସରକାର ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତୀ ପାରି ନାହିଁନ୍ତି। ଏପରି ସ୍ଥଳେ ରାଜ୍ୟ ସରକାର ଚାଷୀମାନଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଏମ.ଏସ ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୁଣି ଥରେ ପ୍ରସ୍ତାବ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ଦିଆଯାଇଥିବା ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଚାଷୀମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇବାରୁ ଯେପରି ବଞ୍ଚିତ ନ ହେବେ ସେ ନେଇ ୨୦୧୭ ଏବଂ ୨୦୧୮ରେ ବିଧାନସଭାରେ ବିଧାନସଭାରେ ସର୍ବ ସମ୍ମତ ସଙ୍କଳ୍ପ ପାରିତ କରାଯାଇଥିଲା। ସେତେବେଳେ ରାଜ୍ୟ ସରକାର ସର୍ବ ନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିଲେ। ସ୍ବାମୀ ନାଥନଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ କୃଷକ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାକୟ ମୂଲ୍ୟ ହାରାହାରୀ ଉତ୍ପାଦନ ଖର୍ଚ୍ଚ ଠାରୁ ଅତିକମରେ ୫୦ ଭାଗ ଅଧିକ କରିବାକୁ ରାଜ୍ୟ ସରକାର ପୁଣି ଥରେ ପ୍ରସ୍ତାବ ଦେବେ।
ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟ ସରକାର କୃଷକମାନଙ୍କର ସର୍ବାଙ୍ଗୀନ ଉନ୍ନତୀ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ ପ୍ରତିଶ୍ରୁତି ବଦ୍ଧ । କୃଷିକୁ ଅଧିକ ଲାଭଦାୟକ କରିବା, କୃଷି କ୍ଷେତ୍ରରେ ଦୃତ ଅଭିବୃଦ୍ଧି ହାଲସ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ସମସ୍ତ ନୀତି, କାର୍ଯ୍ୟକ୍ରମ ଏବଂ କୃଷି ନୀତି-୨୦୨୦ ସମୃଦ୍ଧି ଉଦ୍ଦିଷ୍ଟ। ଏହି ପରିପ୍ରେକ୍ଷୀରେ କୃଷକମାନଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଏମଏସପି ଗୁରୁତ୍ୱ ପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିଙ୍କ ଆୟର ଅଭିବୃଦ୍ଧି ତଥା ଚାଷ ଜନୀତ ଖର୍ଚ୍ଚର ବୃଦ୍ଧି ସହିତ ତାଳ ମିଳାଇ କୃଷକ ଆୟ ମଧ୍ୟ ବୃଦ୍ଧି ହେବା ଉଚିତ । କୃଷି ଜାତ ଦ୍ରବ୍ୟଗୁଡିକର ସର୍ବନିମ୍ନ ସହାକୟ ମୂଲ୍ୟ କୃଷି କାର୍ଯ୍ୟକୁ ଲାଭଦାୟକ କରିବା ତଥା କୃଷକମାନଙ୍କୁ ସବୁ ପ୍ରକାର ବିପଦରୁ ସୁରକ୍ଷା ଦେବା ନିମନ୍ତେ ସାମଗ୍ରୀଭାବେ ନିର୍ଦ୍ଧାଣ ହେବା ଆବଶ୍ୟକ ବୋଲି ଆରୁଖ କହିଛନ୍ତି।
ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡ ସମ୍ପତ୍‌ିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡିଶାର ସରକାରଙ୍କ ସପକ୍ଷରେ ୨୦୦ କୋଟି ଟଙ୍କାର ଅଂଧନ ରୂପାନ୍ତjରୀତ ବଣ୍ଡ ଏବଂ ଅଣ ରୂପାନ୍ତରୀତ ବଣ୍ଡ ୨୦୦ କୋଟି ଟଙ୍କାର ପ୍ରଦାନ କରିଥିଲା। ୪୦୦ କୋଟି ଟଙ୍କାର ଏହି ବଣ୍ଡଗୁଡିକ ୨୦୦୫ ଜୁନ ୬ ତାରିଖରେ ଓପିଟିସିଏଲକୁ ନ୍ୟସ୍ତ କରାଯାଇଛି। ପରିବହନ ଶୁଳ୍କ ନିର୍ଣ୍ଣୟରେ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାଣ ଓ ବଣ୍ଡର ସୁଧ ବିବେଚନା କରାଯାଇ ନ ଥିବାରୁ ଓପିଟିସିଏଲ ୨୦୦ କୋଟି ଟଙ୍କାର ରୂପାନ୍ତରୀତ ବଣ୍ଡ ଏବଂ ୨୦୦ କୋଟି ଟଙ୍କାର ଅଣ ରୂପାନ୍ତରୀଣ ବଣ୍ଡକୁ ରୂପାନ୍ତର କରିବାକୁ ଅନୁରୋଧ କରିଛି । ଓପିଟିସିଏଲ ଏହି ବଣ୍ଡକୁ ମୁକ୍ତ କରିବା ସ୍ଥିତିରେ ନାହିଁ। ୨୦୧୦-୧୧ ପର୍ଯ୍ୟନ୍ତ ବଣ୍ଡ କୌଣସି ସୁଧ ବହନ କରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଉକ୍ତ ବଣ୍ଡ ଓ ଏହା ଉପରେ ଥିବା ସୁଧକୁ ଅଂଶଧନରେ ପରିଣତ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି।
ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ବ୍ୟାପକ କରିବା ସହ ଡାକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଆଦିବାସୀ ବହୁଳ ଫୁଲବାଣୀ ଜିଲାରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ କୋରାପୁଟ ଜିଲାରେ ୬୫୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇଟି ହସ୍ପିଟାଲ ନିର୍ମାଣ ପାଇଁ ୬୮୦ କୋଟି ଟଙ୍କାର ଟେଣ୍ଡରକୁୂ କ୍ୟାବିନେଟ ଅନୁମୋଦନ କରିଛି। ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆସନ୍ତା ୩୬ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହସ୍ପିଟାଲ ଦ୍ୱାରା ଆଦିବାସୀ ଲୋକମାନେ ଉତ୍ତମ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି ଆରୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?