ରଥଯାତ୍ରାରେ ଟ୍ରାଫିକ, ଗାଡ଼ି ନିୟନ୍ତ୍ରଣକୁ ଗୁରୁତ୍ୱ

ପୁରୀ ଅଫିସ,୨୮ା୫: ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପକ୍ଷରୁ ଏକ ସମନ୍ବୟ ବୈଠକ ଆଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ରଥ ଯାତ୍ରା କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେନେଇ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଉପସ୍ଥିତ ଥିବା ଉପ ଆରକ୍ଷୀ ଅଧୀକ୍ଷକ, ଟ୍ରାଫିକ ଆରକ୍ଷୀ ଅଧିକାରୀ, ଟ୍ରାଫିକ ନିରୀକ୍ଷକ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ, ଟ୍ରାଫିକ ଥାନା ଅଧିକାରୀ, କୁମ୍ଭାରପଡ଼ା ଥାନା ଅଧିକାରୀ, ଡେପୁଟି କଲେକ୍ଟର ରାକେଶ ପଣ୍ଡା, ଏମଭିଆଇ ବାମଦେବ ସାହୁ, ସହକାରୀ ଏମ୍‌ଭିଆଇ ଏବଂ ବିଭିନ୍ନ ବସ ସଂଘ କର୍ମକର୍ତ୍ତାମାନେ ବୈଠକରେ ଯୋଗଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଟ୍ରାଫିକ ସମସ୍ୟା ସମେତ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପଟ୍ଟନାୟକ ମତ ରଖି ଥିଲେ। ପାର୍କିଂ ନେଇ ଗାଡିଗୁଡ଼ିକରେ ମୂଲ୍ୟ ନିର୍ଦ୍ଧାରଣ ସୂଚୀ ଲଗାଇବା, ଭଡା ବାବଦରେ ଉଚିତ ମୂଲ୍ୟ ରଖିବା ବିଷୟ ମୁଖ୍ୟ ଆଲୋଚନା ରହିଥିଲା। ଏଥିପାଇଁ ସଂଘର କର୍ମକର୍ତ୍ତାମାନେ ପରିବହନ ଅଧିକାରୀଙ୍କୁ ୩ଦିନ ସମୟ ମାଗିଛନ୍ତି। ନଚେତ ଉପରିସ୍ଥ ଅଧିକାରୀଙ୍କ କଥା ବା ନିର୍ଦେଶକୁ ଯଦି ଖିଲାପ କରାଯାଏ ତେବେ ସେମାନଙ୍କ ଉପରେ ଦୃଢ଼ କାଯର୍‌ୟାନୁଷ୍ଠାନ ନିଆଯିବ ବୋଲି ପଟ୍ଟନାୟକ ସମ୍ମିଳନୀରେ କହିଛନ୍ତି। କିଭଳି ଭାବରେ ବସ୍‌ଷ୍ଟାଣ୍ଡକୁ ଗାଡି ଠିକ୍‌ ସମୟରେ ଏବଂ ଠିକ୍‌ ସମୟରେ ଗାଡି ଛାଡିବା ଏବଂ ଯାତ୍ରା ସମୟରେ କୌଣସି ବିଶୃଙ୍ଖଳା ସୃଷ୍ଟି ନ ହେବ ସେଥିପ୍ରତି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଦୁର୍ଘଟଣା ହ୍ରାସ ପାଇଁ ସମେତ ଭକ୍ତ ଶ୍ରଦ୍ଧାଳୁ ଯେମିତି ଠକାମିର ଶିକାର ନ ହେବେ ସେଥିପ୍ରତି ବିଭାଗ ତୀକ୍ଷ୍ଣ ନଜର ଦେବାକୁ ଏନଫୋ୍ଫର୍ସମେଣ୍ଟ ଷ୍ଟାଫକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ଯାତ୍ରା ସମୟରେ ଗାଡି ଚେକିଂକୁ ଆହୁରି କଡା କରାଯିବ ବୋଲି ଆର୍‌ଟିଓ ପଟ୍ଟନାୟକ ବୈଠକରେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?