ରାଜସ୍ବ ଆଦାୟ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର,୧୭।୪(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ରାଜ୍ୟରେ ରାଜସ୍ବ ସଂଗ୍ରହରେ ବୃଦ୍ଧି ଘଟିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୨୦୧୯-୨୦ ତୁଳନାରେ ୨୦ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି। ୨୦୨୦-୨୧ରେ ରାଜସ୍ବ ଆଦାୟ ୫୬,୩୬୩ କୋଟି ଟଙ୍କା ହୋଇଛି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି। ବୈଠକରେ ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା ରାଜ୍ୟର ରାଜସ୍ବ ଆଦାୟ ସମ୍ପର୍କରେ ଏହି ସୂଚନା ଦେଇଥିଲେ। ୨୦୨୧-୨୨ ଆର୍ଥତ୍କବର୍ଷ ଲାଗି ଗତବର୍ଷ ତୁଳନାରେ ୧୫% ଅଧିକ ରାଜସ୍ବ ସଂଗ୍ରହ କରିବାକୁ ମୁଖ୍ୟ ଶାସନ ସଚିବ ଟାର୍ଗେଟ ଦେଇଛନ୍ତି। ସେଥିରୁ ଚଳିତ ଆର୍ଥିକବର୍ଷରେ ନିଜସ୍ବ ଟିକସ ବାବଦରେ ୪୦ ହଜାର କୋଟି ଏବଂ ଅଣ ଟିକସରୁ ୨୧ ହଜାର ୫୦୦ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଚଳିତ ବଜେଟରେ ନିଜସ୍ବ ଟିକସ ଆଦାୟ ୩୭,୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଅଣ ଟିକସ ବାବଦରେ ୨୦ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସାମାଜିକ ସୁରକ୍ଷା, ପୁଞ୍ଜି ବିନିଯୋଗ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଅଧିକ ରାଜସ୍ବର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଅର୍ଥ ବିଭାଗ ସଚିବ ମୀନା କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ୯୫% ଟିକସ ଇଲେକ୍ଟ୍ରୋନିକ ମୋଡ୍‌ ଜରିଆରେ ସଂଗ୍ରହ କରାଯାଉଛି। ଏହା ଟିକସଦାତାଙ୍କ ପାଇଁ ସହଜ ହେଉଛି। ରାଜସ୍ବ ସଂଗ୍ରହ ଉପରେ ଧ୍ୟାନଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପସଂସ୍ଥାଗୁଡ଼ିକ ଉପରେ ଥିବା ଜଳ କର ଏବଂ ବିଦ୍ୟୁତ୍‌ ଶୁଳ୍କ ବକେୟାକୁ ଆପୋସ ବୁଝାମଣା ଏବଂ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଖାଦ୍ୟ ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ. ଶର୍ମା, ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ ଏବଂ ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ସଚିବ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri