ଫାଶୀ ଜାଗାରେ ବର୍ଗାକାର ଜାଲକୁ ଗୁରୁତ୍ୱ

ପାରାଦୀପ, ୨୬।୩(ସ୍ବ.ପ୍ର.): ସମୁଦ୍ରରେ ଆଗକୁ ଆଉ ଫାଶୀଜାଲ ଚଳିବ ନାହିଁ। ଏହା ବଦଳରେ ବର୍ଗାକାର ଜାଲ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ୨ ସଂସ୍ଥା ନେଟଫିଶ୍‌ (ନେଟୱର୍କ ଫର ଫିଶ କ୍ବାଲିଟି ମ୍ୟାନେଜମେଣ୍ଟ ଏଣ୍ଡ ସଷ୍ଟେନବଲ ଫିଶିଂ)ଏବଂ ଏମ୍‌ପିଇଡିଏ(ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଡେଭେଲପମେଣ୍ଟ ଅଥରିଟି) ପରାମର୍ଶ ଦେଇଛନ୍ତି। ଏନେଇ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା କମିଟି ଗୃହରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ନେଟଫିଶ୍‌ର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଯୋଗଦେଇ କହିଛନ୍ତି, ପ୍ରଚଳିତ ଫାଶୀଜାଲ ଜରିଆରେ ସମୁଦ୍ରରେ ମାଛ ଧରିବାବେଳେ ୭୦ ପ୍ରତିଶତ ଯାଆଁଳା ନଷ୍ଟ ହୋଇଯାଉଛି। ୧୪ ରୁ ୧୮ ମିଲିମିଟର ସାଇଜ୍‌ ଠିକିରି ଭଳି ହୋଇଥିବା ଏହି ଜାଲ ପାଣିରେ ଟାଣିବାବେଳେ ଜାକି ହୋଇଯାଏ। ଏଥିଯୋଗୁ ମାଛ ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଏନେଇ ସଜାଗ ନ ହେଲେ ମତ୍ସ୍ୟଶିଳ୍ପ ଓ ମତ୍ସ୍ୟଜୀବୀ ଜୀବିକା ହରାଇବା ଆଶଙ୍କା ରହିଛି। ବୈଠକରେ ଏମପିଇଡିଏର ଆଞ୍ଚଳିକ ସଂଯୋଜକ ଗୟାଧର ଜେନା କହିଛନ୍ତି, ସରକାରୀ ଭାବେ ଜାଲର ଆକାର ୨୫ ମିମି କରାଯାଇଛି। ଏଥିସହ ବର୍ଗାକାର ଫାଶଥିବା ଜାଲ ବ୍ୟବହାର କଲେ ଯାଆଁଳ କ୍ଷତିଗ୍ରସ୍ତ ହେବେନାହିଁ। ଏଥିରେ ଓମ୍ଫା(ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ର ସଭାପତି ସୁମନ୍ତ କୁମାର ବିଶ୍ବାଳ ଯୋଗଦେଇ କହିଛନ୍ତି, ମତ୍ସ୍ୟଶିଳ୍ପ ଏବେ ଦୁର୍ଦ୍ଦିନରେ ଗତି କରୁଛି। ସରକାର ମତ୍ସ୍ୟଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ରାଜ୍ୟର ୩୦ ଲକ୍ଷ ଲୋକ ବେକାରି ସମସ୍ୟାର ସମ୍ମୁଖୀନ କରିବେ। ତେବେ ପ୍ରସ୍ତାବିତ ବର୍ଗାକାର ଜାଲ ଆପଣେଇବାକୁ ମତ୍ସ୍ୟଜୀବୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ବୈଠକରେ ଜାଲ ନିର୍ମାଣକାରୀ କମ୍ପାନୀର ପ୍ରତିନିଧି ଓ କାରିଗରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri