ଫାଶୀ ଜାଗାରେ ବର୍ଗାକାର ଜାଲକୁ ଗୁରୁତ୍ୱ

ପାରାଦୀପ, ୨୬।୩(ସ୍ବ.ପ୍ର.): ସମୁଦ୍ରରେ ଆଗକୁ ଆଉ ଫାଶୀଜାଲ ଚଳିବ ନାହିଁ। ଏହା ବଦଳରେ ବର୍ଗାକାର ଜାଲ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ୨ ସଂସ୍ଥା ନେଟଫିଶ୍‌ (ନେଟୱର୍କ ଫର ଫିଶ କ୍ବାଲିଟି ମ୍ୟାନେଜମେଣ୍ଟ ଏଣ୍ଡ ସଷ୍ଟେନବଲ ଫିଶିଂ)ଏବଂ ଏମ୍‌ପିଇଡିଏ(ମେରାଇନ ପ୍ରଡକ୍ଟ ଏକ୍ସପୋର୍ଟ ଡେଭେଲପମେଣ୍ଟ ଅଥରିଟି) ପରାମର୍ଶ ଦେଇଛନ୍ତି। ଏନେଇ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା କମିଟି ଗୃହରେ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ନେଟଫିଶ୍‌ର ରାଜ୍ୟ ସଂଯୋଜକ ଶୁଭ୍ରକାନ୍ତ ମହାପାତ୍ର ଯୋଗଦେଇ କହିଛନ୍ତି, ପ୍ରଚଳିତ ଫାଶୀଜାଲ ଜରିଆରେ ସମୁଦ୍ରରେ ମାଛ ଧରିବାବେଳେ ୭୦ ପ୍ରତିଶତ ଯାଆଁଳା ନଷ୍ଟ ହୋଇଯାଉଛି। ୧୪ ରୁ ୧୮ ମିଲିମିଟର ସାଇଜ୍‌ ଠିକିରି ଭଳି ହୋଇଥିବା ଏହି ଜାଲ ପାଣିରେ ଟାଣିବାବେଳେ ଜାକି ହୋଇଯାଏ। ଏଥିଯୋଗୁ ମାଛ ଉତ୍ପାଦନ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଏନେଇ ସଜାଗ ନ ହେଲେ ମତ୍ସ୍ୟଶିଳ୍ପ ଓ ମତ୍ସ୍ୟଜୀବୀ ଜୀବିକା ହରାଇବା ଆଶଙ୍କା ରହିଛି। ବୈଠକରେ ଏମପିଇଡିଏର ଆଞ୍ଚଳିକ ସଂଯୋଜକ ଗୟାଧର ଜେନା କହିଛନ୍ତି, ସରକାରୀ ଭାବେ ଜାଲର ଆକାର ୨୫ ମିମି କରାଯାଇଛି। ଏଥିସହ ବର୍ଗାକାର ଫାଶଥିବା ଜାଲ ବ୍ୟବହାର କଲେ ଯାଆଁଳ କ୍ଷତିଗ୍ରସ୍ତ ହେବେନାହିଁ। ଏଥିରେ ଓମ୍ଫା(ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ)ର ସଭାପତି ସୁମନ୍ତ କୁମାର ବିଶ୍ବାଳ ଯୋଗଦେଇ କହିଛନ୍ତି, ମତ୍ସ୍ୟଶିଳ୍ପ ଏବେ ଦୁର୍ଦ୍ଦିନରେ ଗତି କରୁଛି। ସରକାର ମତ୍ସ୍ୟଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ରାଜ୍ୟର ୩୦ ଲକ୍ଷ ଲୋକ ବେକାରି ସମସ୍ୟାର ସମ୍ମୁଖୀନ କରିବେ। ତେବେ ପ୍ରସ୍ତାବିତ ବର୍ଗାକାର ଜାଲ ଆପଣେଇବାକୁ ମତ୍ସ୍ୟଜୀବୀ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ବୈଠକରେ ଜାଲ ନିର୍ମାଣକାରୀ କମ୍ପାନୀର ପ୍ରତିନିଧି ଓ କାରିଗରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri