‘ଓଡ଼ିଆ ଭାଷା, ସ୍ବାର୍ଥକୁ ଗୁରୁତ୍ୱ ଦିଅ’

ଭୁବନେଶ୍ୱର, ୨ା୧୦(ବ୍ୟୁରୋ): ଓଡ଼ିଶା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ପଡ଼ୋଶୀ। ଫଳରେ କେତେବେଳେ ପାଣି, କେତେବେଳେ ସୀମା ତ ଆଉ କେବେ ଓଡ଼ିଆ ଭାଷାକୁ ନେଇ ଉପୁଜୁଛି ଜଟିଳ ସ୍ଥିତି। କୋରାପୁଟ ଜିଲାର ସୀମାନ୍ତ କୋଟିଆକୁ ନେଇ ଆନ୍ଧ୍ର ସରକାରଙ୍କ ସହ ବିବାଦର ଅବସାନ ଘଟି ନ ଥିବାବେଳେ ଓଡ଼ିଆ ଭାଷାକୁ ନେଇ ଝାଡ଼ଖଣ୍ଡ ସରକାର ନେଇଥିବା ଏକତରଫା ନିଷ୍ପତ୍ତି ଚିନ୍ତା ବଢ଼ାଇଛି। ଓଡ଼ିଆ ଭାଷାର ସୁରକ୍ଷା ଏବଂ ସ୍ବାର୍ଥକୁ ଅଗ୍ରାଧିକାର ଦେବାକୁ ସବୁଆଡୁ ଦାବି ତୀବ୍ର ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏ ସଂକ୍ରାନ୍ତରେ ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସଙ୍କଟରେ ପଡ଼ିଥିବାବେଳେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ତ୍ୱରିତ ପଦକ୍ଷେପ ନେବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲେଖାଯାଇଥିବା ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଝାଡ଼ଖଣ୍ଡ ରାଜ୍ୟ ଗଠନ ହେବାପରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଅଧିକାରକୁ ସୁରକ୍ଷା ଦିଆଯିବ ବୋଲି ସୁନିଶ୍ଚିତ କରାଯାଇଥିଲା। ୨୦୧୧ ସେପ୍ଟେମ୍ବର ୧ରେ ଝାଡ଼ଖଣ୍ଡ ସରକାର ଅନ୍ୟ ୫ ଆଞ୍ଚଳିକ ଭାଷା ସହ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷାର ମାନ୍ୟତା ଦେଇଥିଲେ। ରାଞ୍ଚତ୍ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ଏବଂ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଷ୍ଟାଫ୍‌ ସିଲେକ୍ସନ କମିଶନରେ ଓଡ଼ିଆକୁ ଇଚ୍ଛାଧୀନ ବିଷୟ ଭାବେ ଗ୍ରହଣ କରାଯାଇଛି। ଝାଡ଼ଖଣ୍ଡ ସୀମାବର୍ତ୍ତୀ ଜିଲାରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ। ତେବେ ଅନେକ ବିବାଦ ଯୋଗୁ ଏହି ସବୁ ସ୍କୁଲ ବନ୍ଦ ହେବାରେ ଲାଗିଛି। ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷକମାନେ ଅବସର ନେବାପରେ ଉକ୍ତ ପଦବୀରେ ହିନ୍ଦୀ ଭାଷାଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି। ଏସବୁ ସମ୍ବିଧାନର ମେଣ୍ଟେନାନ୍ସ ଆଣ୍ଡ୍‌ ପ୍ରୋମୋଶନ ଅଫ୍‌ ଲିଙ୍ଗ୍ୟୁଷ୍ଟିକ୍‌ ଡାଇଭର୍‌ସିଟି ଓ ରାଇଟ୍ସ ଅଫ୍‌ ଲିଙ୍ଗ୍ୟୁଷ୍ଟିକ୍‌ ମାଇନରିଟି ବିରୋଧରେ ଯାଉଛି। ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ାଇବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି। ଏଥିସହ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀ ସ୍କୁଲର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସୋରେନ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ଆନ୍ଧ୍ର ସୀମାନ୍ତ ଗ୍ରାମରେ ଓଡ଼ିଆ ଭାଷାକୁ ନେଇ ଲାଗି ରହିଥିବା ସମସ୍ୟା ଉପସ୍ଥାପନ କରି ଧର୍ମେନ୍ଦ୍ର ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୀମା ନିର୍ଦ୍ଧାରଣ ପରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ବିଦ୍ୟାଳୟରେ ଭାଷାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। କେତେକ ସ୍କୁଲରେ ଓଡ଼ିଆ ଏବଂ ଅନ୍ୟ କେତେକ ସ୍ଥାନରେ ତେଲୁଗୁ ଭାଷାଭାଷୀ ଛାତ୍ରୀଛାତ୍ର ସଂଖ୍ୟାଲଘୁ ଗୋଷ୍ଠୀରେ ପରିଣତ ହୋଇଛନ୍ତି। ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକରେ ମାତୃଭାଷାର ଉନ୍ନତି ଆଣିବା ଲାଗି ଆବଶ୍ୟକ ସମସ୍ତ ସହଯୋଗ କରିବା ଜରୁରୀ। ହେଲେ ବିଶାଖାପାଟନମ୍‌ ଏବଂ ଶ୍ରୀକାକୁଲମ ଜିଲାର ଓଡ଼ିଶା ଭାଷା ଶିଖିବାକୁ ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ ଆବଶ୍ୟକ ସହଯୋଗ ମିଳୁନାହିଁ। କିନ୍ତୁ ଓଡ଼ିଶାରେ ତେଲୁଗୁ ଭାଷା ଶିଖିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ଦିଆଯାଉଛି। ସମ୍ପୃକ୍ତ ବିଷୟରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉଛି। ଆନ୍ଧ୍ରପ୍ରଦେଶର ସଂଖ୍ୟାଲଘୁ ଓଡ଼ିଆ ପିଲାଙ୍କ ପାଇଁ ସମାନ ସହଯୋଗ ସମୟର ଆବଶ୍ୟକତା। ସମସ୍ୟାର ତ୍ୱରିତ ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଜଗନମୋହନ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri