ଓ୍ବେବ୍‌ସାଇଟରେ ପ୍ରଭାବ ଏବଂ ପଇସା

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ବର୍ତ୍ତମାନ ୪୨ଟି ବିଭାଗ କାର୍ଯ୍ୟ କରୁଛି। ସେ ସମସ୍ତ ବିଭାଗର ଗୁରୁତ୍ୱପୂର୍ଣ୍ଣ ତଥ୍ୟଗୁଡ଼ିକ କେତେ ମାତ୍ରାରେ ସୁରକ୍ଷିତ ତାକୁ ନେଇ ବର୍ତ୍ତମାନ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ ମହଲରେ ଗୁଞ୍ଜରଣ ଆରମ୍ଭ ହେଲାଣି। ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନ୍‌ଲାଇନ ଜରିଆରେ କାମ କରିବା ନାଁରେ କେତେକ ସଫ୍ଟଓ୍ବେର ଡେଭଲପମେଣ୍ଟ କମ୍ପାନୀ ହାତକୁ ଟେକି ଦିଆଯାଇଛି। ଓଡ଼ିଶା ସରକାର ସବୁ ଫାଇଲ ଏବେ ଓଏସ୍‌ଡବ୍ଲ୍ୟୁଏଏସ୍‌(ଓସ୍‌ଓ୍ବାସ୍‌) ମାଧ୍ୟମରେ କାମ କରୁଛନ୍ତି। ଓସ୍‌ଓ୍ବାସ୍‌ ଅର୍ଥାତ୍‌ ଓଡ଼ିଶା ସେକ୍ରେଟେରିଏଟ୍‌ ଓ୍ବର୍କଫ୍ଲୋ ଅଟମୋସନ ସିଷ୍ଟମ ନାମକ ଏକ ସଫ୍ଟଓ୍ବେର। ଏହି ସଫ୍ଟଓ୍ବେରଟି ଟିସିଏସ୍‌(ଟାଟା କନ୍‌ସଲଟାନ୍ସି ସର୍ଭିସ) ଦ୍ୱାରା ପରିଚାଳିତ। ଟାଟା ଭଳି କମ୍ପାନୀ ଦ୍ୱାରା ଯଦି ସରକାରଙ୍କ ସମସ୍ତ ଫାଇଲ କାର୍ଯ୍ୟର ତଦାରଖ ହେଉଥାଏ, ତେବେ ଓଡ଼ିଶାର ଭବିଷ୍ୟତ କେତେ ସୁରକ୍ଷିତ ତାକୁ ନେଇ କର୍ମଚାରୀଙ୍କ ମନରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏହି ସନ୍ଦେହ ଯୁକ୍ତିଯୁକ୍ତ ଲାଗୁଛି, କାରଣ ଟାଟା ଗ୍ରୁପ୍‌ର ମୁଖ୍ୟ ଭାତହାଣ୍ଡି, ଅର୍ଥାତ୍‌ ଟାଟା ଷ୍ଟିଲ୍‌, ବହୁଦିନରୁ ଓଡ଼ିଶାରେ ଖଣିଜ ପଦାର୍ଥ ଉତ୍ତୋଳନ କରିବାରେ ଲିପ୍ତ ରହି ଆସିଛି। ଏହା ହେଉଛି ଗୋଟିଏ ଉଦାହରଣ।
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବର୍ତ୍ତମାନ ଅନ୍‌ଲାଇନ କାର୍ଯ୍ୟକୁ ବହୁ ମାତ୍ରାରେ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ସଫ୍ଟଓ୍ବେର ଡେଭଲପଠାରୁ ଆରମ୍ଭ କରି କମ୍ପ୍ୟୁଟର କିଣା ପର୍ଯ୍ୟନ୍ତ ବିଭିନ୍ନ ଆଳରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ କାହାରି ପାଖରେ କିଛି ତଥ୍ୟ ରହୁନାହିଁ। ଏଥିପାଇଁ ମଧ୍ୟ ରାଜ୍ୟ ସରକାର ଜିନିଷ କିଣିବା ପୂର୍ବରୁ ଏକ ନୂଆ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଖୋଲି ଦେଉଛନ୍ତି। ଏହା ଫଳରେ ବିଭାଗର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷଙ୍କ ସହ ଭଲ ସମ୍ପର୍କ ରଖିଥିବା ଯୋଗାଣକାରୀ ସଂସ୍ଥା ଟେଣ୍ଡର ପକାଇବାରେ ସକ୍ଷମ ହେଉଛନ୍ତି। ତେଣୁ ଏ ସମ୍ପର୍କରେ ସମ୍ପୃକ୍ତ ସଚିବ ଏକାକୀ ତଥ୍ୟ ଜାଣୁଛନ୍ତି। ଜଣେ ଲୋକସେବା ଭବନ କର୍ମଚାରୀଙ୍କ କହିବା ମୁତାବକ, ଆଗରୁ ପିଅନଙ୍କ ହାତରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଫାଇଲ ପଠାଯାଉଥିଲା। ସେହି ପିଅନମାନେ ୧୫ରୁ ୨୦ ହଜାର ଟଙ୍କା ଦରମା ନେଇ କାମ କରୁଥିଲେ। ହେଲେ ଓସ୍‌ଓ୍ବାସ୍‌ ସଫ୍ଟଓ୍ବେର ହେବାପରେ ବର୍ତ୍ତମାନ ବିଭିନ୍ନ କଣ୍ଟ୍ରାକ୍ଚୁଆଲ ଷ୍ଟାଫ୍‌ମାନଙ୍କୁ ଦେଖିବାକୁ ମିଳୁଛି। ତେଣୁ ଘରୋଇ ସଫ୍ଟଓ୍ବେର କମ୍ପାନୀଗୁଡ଼ିକ କେତେ ମାତ୍ରାରେ ସରକାରୀ କାର୍ଯ୍ୟାଳୟରେ ପଶିସାରିଲେଣି ତାହା ସ୍ପଷ୍ଟ ବୁଝାପଡୁଛି। ଟିସିଏସ୍‌ ଭଳି ଆଉ ଏକ ସଫ୍ଟଓ୍ବେର କମ୍ପାନୀ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ପ୍ରକାର ଓ୍ବେବ୍‌ସାଇଟ ଖୋଲିବାର କାମ ହାତେଇବାରେ ଲାଗିଛି। ଉକ୍ତ ସଫ୍ଟଓ୍ବେର କମ୍ପାନୀଟି ଆଚାର୍ଯ୍ୟବିହାର ସ୍ଥିତ ସରକାରଙ୍କ ଅଧୀନ ଏକ ଆଇଟି ବିଲ୍ଡିଂ ଭିତରେ ଅବସ୍ଥିତ। ସେଠାରେ ଉକ୍ତ ଘରୋଇ କମ୍ପାନୀଟି ଦୁଇଟି ମହଲାରେ ଅଫିସ କରିଛି। ହେଲେ ସେହି ଘରୋଇ କମ୍ପାନୀ ଦୀର୍ଘଦିନ ହୋଇଗଲା କାର୍ଯ୍ୟାଳୟ ଖୋଲିବା ବାବଦ ଭଡ଼ା ସରକାରଙ୍କୁ ଦେଉନାହିଁ। ସରକାରୀ କାର୍ଯ୍ୟାଳୟରୁ ମଧ୍ୟ କୌଣସି ପ୍ରକାର ଚାପ ଏନେଇ ଉକ୍ତ ସଫ୍ଟଓ୍ବେର କମ୍ପାନୀ ଉପରେ ପକାଯାଉ ନାହିଁ। ମିଳିଥିବା ତଥ୍ୟ ମୁତାବକ, ମୁଖ୍ୟମନ୍ତ୍ରୀ ଓ୍ବେବ୍‌ସାଇଟ ଜରିଆରେ କୋଭିଡ୍‌ ରିପୋର୍ଟ ମିଳିବ ବୋଲି ଗତ ମାସ ଶେଷ ସପ୍ତାହ ବେଳକୁ ଘୋଷଣା କରିଥିଲେ। ଏଥିଲାଗି ରାଜ୍ୟରେ କୋଭିଡ୍‌ ଡ୍ୟାସ୍‌ବୋର୍ଡ ଏବଂ କୋଭିଡ୍‌-୧୯ ଓ୍ବେବ୍‌ସାଇଟରେ ବ୍ୟବସ୍ଥା କରାଯାଇଛି। ଲୋକମାନେ ଏହି ସୂଚନା ପାଇବା ଲାଗି ଯେଉଁ ଓ୍ବେବ୍‌ସାଇଟ କରାଯାଇଛି ଉକ୍ତ ଆଇଟି କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ବିଗତ ଦିନରେ ପ୍ରବାସୀମାନେ ବାହାରୁ ଫେରିବା ଲାଗି ରେଜିଷ୍ଟ୍ରେଶନ କରିବାକୁ ଯେଉଁ ଓ୍ବେବ୍‌ସାଇଟ ହୋଇଥିଲା ତାହା ମଧ୍ୟ ଉପରୋକ୍ତ କମ୍ପାନୀ ମାଧ୍ୟମରେ କରାଯାଇଛି। କୋଭିଡ୍‌ର ପ୍ରଥମ ଲହର ବେଳକୁ ଉକ୍ତ କମ୍ପାନୀ ଦ୍ୱାରା ଖୋଲାଯାଇଥିବା କିଛି ଓ୍ବେବ୍‌ସାଇଟ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଉକ୍ତ ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ କହିବା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଏବଂ ଆଇଟି ବିଭାଗର ସମସ୍ତ ଅନ୍‌ଲାଇନ କାର୍ଯ୍ୟ ତାଙ୍କ କମ୍ପାନୀ ଦ୍ୱାରା କରାଯାଇଥାଏ। ଅନ୍ୟପଟେ ବିଭିନ୍ନ ବିଭାଗର ସରକାରୀ ଟୁଇଟର ମଧ୍ୟ ସମାନ ଭାବେ ସେହି କମ୍ପାନୀ ପରିଚାଳିତ କରୁଛି। ଉକ୍ତ କାର୍ଯ୍ୟ ପାଇଁ କୋଟିଏରୁ ଅଧିକ ବିଲ୍‌ ହେଉଥିବା ବେଳେ ରାଜ୍ୟ ସର୍ବୋଚ୍ଚ ଅଫିସ୍‌ର କୌଣସି ତଥ୍ୟ ଏହି କମ୍ପାନୀ ମାଲିକଙ୍କଠାରୁ ଲୁକ୍କାୟିତ ରହୁନାହିଁ। ସେଥିଲାଗି ସରକାରୀ ଗୋପନୀୟ ତଥ୍ୟ ଜାଣିବା ପାଇଁ ତାଙ୍କ ସହ ବନ୍ଧୁତା କରିବା ହୋଇଛି ଭୁବନେଶ୍ୱରର କେତେକ ମହଲର ମୁଖ୍ୟ କାର୍ଯ୍ୟ। ଜଣେ କର୍ମଚାରୀଙ୍କ ନିକଟରୁ ମିଳିଥିବା ତଥ୍ୟ ମୁତାବକ, ବିଭିନ୍ନ ବିଭାଗର ଆଇଟି ଡେଭଲପ ଲାଗି ବଜେଟରେ ଅର୍ଥ ବରାଦ ରହିଥାଏ। ଏହାଛଡ଼ା ବିଭିନ୍ନ କାର୍ଯ୍ୟକ୍ରମ ଯେପରି କି କାପାସିଟି ବିଲ୍ଡିଂ ନାମରେ ମଧ୍ୟ ଏକ ଫଣ୍ଡ ପ୍ରାୟ ୫୦ କୋଟି ଟଙ୍କା ରହୁଛି। ସେହି ଅର୍ଥକୁ ମଧ୍ୟ କେତେଜଣ ସଚିବଙ୍କ ଅନୁମୋଦନ ପରେ ବିଭିନ୍ନ ଓ୍ବେବ୍‌ସାଇଟ ଆଦି ଖୋଲିବା, ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ନାଁରେ ଉଠାଇ ନିଆଯାଉଛି ଯାହା ବାହାରକୁ ଅସଲ ଦୁର୍ନୀତି ଜଣାପଡୁ ନ ଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri