ରୋଗପ୍ରତିରୋଧକ ଶକ୍ତି

ବିଶ୍ୱର ବିଭିନ୍ନ ଦେଶ ସମୂହ ସହ ତାଳ ଦେଇ ଆଧୁନିକ ଚିକିତ୍ସା ବିଜ୍ଞାନ ପଦ୍ଧତିକୁ ଗ୍ରହଣ କରିଥିଲେ ସୁଦ୍ଧା ହଜାର ହଜାର ବର୍ଷ ପୂର୍ବରୁ ଆମ ଭାରତ ବର୍ଷରେ ବିଜ୍ଞ ଆୟୁର୍ବେଦ ବିଶାରଦ ଚରକ, ସୁସୃତ, ବାଗଭଟ୍ଟ, ବରାହମିହିର ଆଦି ବିଭିନ୍ନ ଆୟୁର୍ବେଦ ଗ୍ରନ୍ଥଗୁଡ଼ିକରେ ମାନବ ସଭ୍ୟତାର ସ୍ବାସ୍ଥ୍ୟ ରକ୍ଷା ତଥା ଦୀର୍ଘାୟୁ ନିମନ୍ତେ ବିଭିନ୍ନ ଆୟୁର୍ବେଦ ଔଷଧରେ ପ୍ରସ୍ତୁତି ଓ ତା’ର ଉପଯୋଗ, ଗୁଣାବଳୀ ଆଦି ବର୍ଣ୍ଣନା କରିଯାଇଛନ୍ତି। ତାହାକୁ ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ମଧ୍ୟ ଆୟୁର୍ବେଦ ଶାସ୍ତ୍ରରେ ଲିଖିତ ବିଭିନ୍ନ ଔଷଧ ଦ୍ରବ୍ୟର ଗୁଣ ତଥା ଶରୀରରେ ରୋଗପ୍ରତିରୋଧକ ଶକ୍ତି ତଥା ଦୀର୍ଘାୟୁ ନିମନ୍ତେ ବିଭିନ୍ନ ସାତ୍ତ୍ୱିକ, ତାମସିକ, ରାଜସିକ ଆଦି ଖାଦ୍ୟର ଗୁଣାବଳୀ ଓ ତା’ର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବକୁ ନେଇ ଏକମତ ହୋଇଛନ୍ତି ।
ପ୍ରତିଦିନ ଆମେ ଯାହା ଖାଦ୍ୟ ଖାଉ ତାହାର ସାରାଂଶ ହିଁ ଆମ ସ୍ବାସ୍ଥ୍ୟ ରକ୍ଷାର ମାର୍ଗ । ଆମେ ଯେଉଁ ରକମର ଖାଦ୍ୟ ଖାଇଥାଉ ତାହାର ଗୁଣ ଆମର ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଇ ଥାଏ । ଆମେ ଖାଦ୍ୟ ଖାଇବା ବେଳେ ଖାଦ୍ୟର ସ୍ବାଦ ଉପରେ ଗୁରୁତ୍ୱ ଦେବା ଅପେକ୍ଷା ଖାଦ୍ୟର ଗୁଣବତ୍ତା ସ୍ବାସ୍ଥ୍ୟ ଉପଯୋଗୀ ଓ ସତେଜତାକୁ ପ୍ରାଧାନ୍ୟ ଦେବା ଉଚିତ । ଏତଦ୍‌ ସହିତ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିବା ପାଇଁ ପ୍ରତିଦିନ ସୁଷମ ଖାଦ୍ୟ ସହ ଯୋଗ, ଆସନ, ପ୍ରାଣାୟାମ ତଥା ଶାରୀରିକ ପରିଶ୍ରମ କରିବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶରୀର ସୁସ୍ଥ ଓ ଦୀର୍ଘାୟୁ ହୋଇଥାଏ। ତେଣୁ ଆୟୁର୍ବେଦ ଶାସ୍ତ୍ର ତଥା ହିନ୍ଦୁ ଶାସ୍ତ୍ରରେ ଖାଦ୍ୟକୁ ସାତ୍ତ୍ୱିକ, ତାମସିକ ଓ ରାଜସିକ ଏପରି ତିନି ଭାଗରେ ବିଭକ୍ତ କରାଯାଇ ତା’ର ଗୁଣ ତଥା ଶରୀର ଉପରେ ପ୍ରଭାବ ବିଷୟରେ ଉଲ୍ଲେଖ କରାଯାଇଛି। ସାତ୍ତ୍ୱିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଭିତରେ କ୍ଷୀର, ଲହୁଣି, ଘିଅ, ସବୁଜ ପନିପରିବା, ପାଚିଲା ଫଳ ତଥା ମୁଗ, ଗହମ, ବାର୍ଲି ଆଦି ଶସ୍ୟଜାତ ଖାଦ୍ୟକୁ ସାତ୍ତ୍ୱିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି। ସାତ୍ତ୍ୱିକ ଖାଦ୍ୟ ଖାଇବା ଦ୍ୱାରା ମାନସିକ ଓ ଶାରୀରିକ ସ୍ତରରେ ଶକ୍ତି ଦୃଢ଼ତା ହେବାସହ ମନରେ ସର୍ବଦା ଉତ୍ସାହ ତଥା ଆଧ୍ୟାତ୍ମିକ ଚିନ୍ତାଧାରା ସୃଷ୍ଟି ହୋଇ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ। ଏହି କାରଣରୁ ମନୁଷ୍ୟକୁ ଶୀଘ୍ର ବୃଦ୍ଧାବସ୍ଥା ନ ଆସି ଦୀର୍ଘାୟୁ ହୋଇଥାଏ । ଶାକାହାରୀ ମନୁଷ୍ୟ ମାଂସାହାରୀ ମନୁଷ୍ୟ ତୁଳନାରେ ନୀରୋଗ, ସୁସ୍ଥ ଓ ନିରାମୟ ଜୀବନ ବିତାଇଥାଏ । ଶାକାହାରୀମାନଙ୍କ ମସ୍ତିଷ୍କ, ଚିନ୍ତାଧାରା ସାଧାରଣତଃ ଶାନ୍ତ, ବଳିଷ୍ଠ ଓ ଆଧ୍ୟାତ୍ମିକତା ଗୁଣ ରହିଥାଏ । ତେଣୁ ସାତ୍ତ୍ୱିକ ଖାଦ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ସ୍ବାସ୍ଥ୍ୟ ନିମନ୍ତେ ଶ୍ରେଷ୍ଠତ୍ୱ ଦିଆଯାଇଛି।
ତାମସିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମଦ, ରସୁଣ, ପିଆଜ, ତଥା ଚା, କଫି, ତମାଖୁ, ମିଠା, ଫାଷ୍ଟଫୁଡ୍‌, ପିଜ୍ଜା, ବର୍ଗର, ଚକୋଲେଟ, ମସଲା, ଅତ୍ୟଧିକ ଲୁଣିଆ ଆଦି ଖାଦ୍ୟ ଦ୍ରବ୍ୟକୁ ଆୟୁର୍ବେଦ ଶାସ୍ତ୍ରରେ ତାମସିକ ଖାଦ୍ୟ ରୂପେ ଗଣନା କରାଯାଇଛି। ଉକ୍ତ ଖାଦ୍ୟଦ୍ରବ୍ୟ ଖାଇବା ଦ୍ୱାର ଆଳସ୍ୟ, କ୍ଳାନ୍ତି, ଭୟ, କ୍ରୋଧ, ଈର୍ଷା, ପରଶ୍ରୀକାତରତା ଆଦି ଗୁଣ ଦେଖାଯାଏ। ନିୟମିତ ତାମସିକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ହୃଦ୍‌ରୋଗ, ମଧୁମେହ, କର୍କଟ ଆଦି ଜଟିଳ ରୋଗ ହେବାର ଆଶଙ୍କା ରହିଥାଏ । ତାମସିକ ଖାଦ୍ୟ ଖାଇବା ଦ୍ୱାରା ମନରେ ଉତ୍ତେଜନା, କ୍ରୋଧ, ପ୍ରତିହିଂସା, କାମୁକତା ଆଦି ଦୁର୍ଗୁଣ ଦେଖାଦେଇଥାଏ।
ରାଜସିକ ଖାଦ୍ୟର ଗୁଣ ଓ ପ୍ରଭାବ
ଆମେ ପ୍ରତିଦିନ ଖାଉଥିବା ଖାଦ୍ୟରେ ମାଛ, ମାଂସ, ଅଣ୍ଡା, ମସଲା ଯୁକ୍ତ ଖାଦ୍ୟ, ଲଙ୍କା, ପିଆଜ, ରସୁଣ, ମିଠା, ପରଟା, ଚା, କଫି, ତମାଖୁ ଆଦିକୁ ଆୟୁର୍ବେଦ ଶାସ୍ତ୍ରରେ ରାଜସିକ ଖାଦ୍ୟ ରୂପେ ଗ୍ରହଣ କରାଯାଇଛି । ରାଜସିକ ଖାଦ୍ୟ ଖାଉଥିବା ବ୍ୟକ୍ତି ସାଧାରଣତଃ ଲୋଭି, ଈର୍ଷାଳୁ, କ୍ରୋଧୀ, ଅହଙ୍କାରୀ ପ୍ରକୃତିର ହୋଇଥାନ୍ତି। ଉପରୋକ୍ତ ବର୍ଣ୍ଣିତ ସାତ୍ତ୍ୱିକ, ତାମସିକ ଓ ରାଜସିକ ଖାଦ୍ୟ ବିଷୟରେ ଅନୁଧ୍ୟାନ କଲେ ଜାଣିପାରିବା ଯେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ସାଧାରଣତଃ ସାତ୍ତ୍ୱିକ ଖାଦ୍ୟର ପ୍ରଭାବ ଶରୀର ପାଇଁ ଅନୁକୂଳ ଅଟେ । ଆମ ଶରୀର ବିଭିନ୍ନ ଶସ୍ୟଜାତ ଦ୍ରବ୍ୟ, ସବୁଜ ପନିପରିବା, ପାଚିଲା ଫଳ ତଥା ଆୟୁର୍ବେଦ ଔଷଧ ଗୁଣଯୁକ୍ତ ଖାଦ୍ୟ ସେବନରୁ ହିଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହୋଇଥାଏ । ଏତଦ ସହ ଆୟୁର୍ବେଦ ଔଷଧିୟ ଦ୍ରବ୍ୟ ଯଥା -ଗୁଳୁଚି, ଅଶ୍ୱଗନ୍ଧା, ଅଦା, ଗୋଲମରିଚ, ତେଜପତ୍ରୀ, ତୁଳସୀପତ୍ର, ଡାଳଚିନି, ଗୁଜୁରାତି ଆଦି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଅଧିକ ସହାୟକ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହାକୁ ଆୟୁଷ ମନ୍ତ୍ରଣାଳୟ ମଧ୍ୟ ସହମତି ଦେଇଛନ୍ତି । ଆୟୁର୍ବେଦ ଶାସ୍ତ୍ର ମତରେ ପ୍ରତିଦିନ ଆମେ ଯେଉଁ ଖାଦ୍ୟ ଖାଇଥାଉ ତାହା ଶରୀରରେ ପ୍ରବେଶ ପରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା ଓ ଶୁକ୍ର ଏହିପରି କ୍ରମାନ୍ବୟରେ ସପ୍ତ ଧାତୁରେ ପରିଣତ ହୋଇଥାଏ । ସପ୍ତ ଧାତୁ୍‌ର ଅନ୍ତିମ ଧାତୁ ‘ଶୁକ୍ର’ । ଏହା ଶରୀରର ମୁଖ୍ୟ ଉପାଦାନ। ଶୁକ୍ର ଧାତୁର ପରବର୍ତ୍ତୀ ଧାତୁ ହେଲା ‘ଓଜ’ ବା ଶୁକ୍ର ଧାତୁର ସାର ଭାଗ। ଏହି ‘ଓଜ’ ଶରୀରର ସ୍ନେହ ଭାଗ ଅଟେ। ଏହାଦ୍ୱାରା ମନୁଷ୍ୟର ଜୀବନ ନିର୍ବାହ ହୋଇଥାଏ । ଶରୀରରେ ‘ଓଜ’ ନାଶ ହେଲେ ଶରୀର ନାଶ ହୋଇଥାଏ ବୋଲି ଚରକ ସଂହିତାରେ ଉଲ୍ଲେଖ ରହିଛି । ଏହାର ତାତ୍ପର୍ଯ୍ୟ ହେଲା ଓଜ କ୍ଷୟ ହେଲେ ଶରୀରରେ ଆଣ୍ଟିବଡିର କ୍ଷୟ ହୋଇଥାଏ; ଯଦ୍ଦ୍ବାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇ ବିଭିନ୍ନ ଜୀବାଣୁ ଭୂତାଣୁ ଶରୀରରେ ପ୍ରବେଶ ପାଇଁ ସହଜ ହୋଇଥାଏ। ଯେତେବେଳେ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୂତାଣୁ ପ୍ରବେଶ କରନ୍ତି ସେତେବେଳେ ‘ଓଜ’ ଶ୍ୱେତରକ୍ତ କଣିକା ଶରୀରରେ ବିଷାକ୍ତ ପଦାର୍ଥକୁ ପ୍ରଭାବ ଶୂନ୍ୟ କରିବା କ୍ଷମତା ତିଆରି କରି ନବାଗତ ଜୀବାଣୁ ବା ଭୂତାଣୁକୁ ନଷ୍ଟ କରିଦିଅନ୍ତି । ଏହି ପ୍ରକ୍ରିୟାକୁ ଶରୀରର ବ୍ୟାଧି କ୍ଷେମତ୍ୱ (ଶରୀରକୁ ପ୍ରବେଶ କରିଥିବା ବିଷ ଦ୍ରବ୍ୟକୁ ନଷ୍ଟ କରିବା ପାଇଁ ରକ୍ତରେ ଗଢି ଉଠିଥିବା ବିଷ ନାଶକ ପୁଷ୍ଟସାର) ବା ଆଣ୍ଟିବଡି କୁହାଯାଏ।
ଶରୀରରେ ଶ୍ୱେତରକ୍ତ କଣିକା ଯେତେବେଳ ଦୁର୍ବଳ ହୋଇପଡନ୍ତି ଏବଂ ‘ଓଜ’ ଦ୍ୱାରା ଯେତେବେଳେ ଆଣ୍ଟିଟକ୍ସିନ୍‌ ତିଆରି ହୋଇପାରେ ନାହିଁ ସେତେବେଳେ ମନୁଷ୍ୟ ଶରୀର ଭିତରକୁ ବାହ୍ୟ ଜୀବାଣୁ ବା ଭୂତାଣୁ ସହଜରେ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି । ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’ କ୍ଷୟ ହେଲେ ମନୁଷ୍ୟ ବିଭିନ୍ନ ଅସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡିଥାଏ । ତେଣୁ ଆୟୁର୍ବେଦ ଶାସ୍ତ୍ରରେ ‘ଓଜ’କୁ ଶରୀରର ରୋଗପ୍ରତିରୋଧକ ଶକ୍ତି ଭାବେ ଗ୍ରହଣ କରାଯାଇଥିବା ବେଳେ ଆଧୁନିକ ଚିକିତ୍ସା ମତରେ ଏହାକୁ ଇମ୍ୟୁନିଟି ପାୱାର ବୋଲି କୁହାଯାଏ । ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ତଥା ଭାରତ ବର୍ଷର କୋଣାନୁକୋଣରେ କରୋନା ଭୂତାଣୁର ଯେଉଁ ଭୟାବହତା ଦେଖାଦେଇଛି ତାହାକୁ ପ୍ରତିରୋଧ କରିବା ନିମନ୍ତେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିହାତି ଯତ୍ନବାନ ହେବାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର, ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?