ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର ଯାଞ୍ଚ ଆଳରେ ଟଙ୍କା ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ମଦ ଦୋକାନ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ରାଜକନିକା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସମ୍ପୃକ୍ତ ଯୁବକ ଜଣକ ଯାଜପୁର ଜିଲା ଛତିଆ ଅଞ୍ଚଳର ପ୍ରଭାସ କୁମାର ବଳ। ଦଫା ୨୦୪, ୩୧୮(୨), ୩୧୯ ବିଏନ୍‌ଏସ୍‌ ଆକ୍ଟରେ ଏକ ମାମଲା(ନଂ. ୫୪୫/୨୬) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।
ମଦ ଦୋକାନ ମ୍ୟାନେଜର ନିରଞ୍ଜନ ନାୟକଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ପ୍ରଭାସ କୁମାର ବଳ ତାଙ୍କ ଦୋକାନକୁ ଆସିଥିଲେ। ନିଜକୁ ଅବକାରୀ ବିଭାଗ ଅଧିକାରୀ ବୋଲି ପରିଚୟ ଦେଇ ଦୋକାନର କାଗଜପତ୍ର ଦେଖିବା ସହ ୫ହଜାର ଟଙ୍କା ମାଗିଥିଲେ। ଟଙ୍କା ଓ କାଗଜପତ୍ର ନ ଦେଲେ ଦୋକାନ ସିଲ୍‌ କରାଯିବ ବୋଲି କହିଥିଲେ। ହେଲେ ତାଙ୍କର ସନ୍ଦେହ ହେବାରୁ ସେ ତାଙ୍କୁ ବିଭାଗୀୟ ପରିଚୟପତ୍ର ଦେଖାଇବାକୁ କହିଥିଲେ। ହେଲେ ପରିଚୟପତ୍ର ଘରେ ଛାଡ଼ି ଆସିଛି ବୋଲି ସେ କହିଥିଲେ। ଏହାପରେ ଦୋକାନରେ ଥିବା ଖାତାପତ୍ରର ଫଟୋ ଉଠାଇଥିଲେ। ସନ୍ଦେହ ଘନୀଭୂତ ହେବାରୁ ରାଜକନିକା ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା। ଯୁବକ ଜଣକ ଏକ ପରିଚୟପତ୍ର ଦେଖାଇଥିଲେ, ଯାହା ଅବକାରୀ ବିଭାଗ ସହ ମେଳ ଖାଇ ନ ଥିଲା। ତାଙ୍କ ଘର ପଟିଆ ଭୁବନେଶ୍ୱର ଓ ପରେ ଛତିଆ ବୋଲି କହିଥିଲେ। ଏହାପରେ ପୋଲିସ ତାଙ୍କୁ ଥାନାକୁ ନେଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେଇଂ ଇଲେଭେନ୍‌ରେ ସୁଯୋଗ ନମିଳିବାକୁ ରାଗିଗଲେ ଖେଳାଳି, କହିଲେ ମୋର ଆତ୍ମସମ୍ମାନ….

ନୂଆଦିଲ୍ଲୀ, ୧୮।୧୧: ଦୋହାରେ ନଭେମ୍ବର ୧୯ରୁ ଆରମ୍ଭ ହେବ ୨୦୨୬ ପୁରୁଷ ଇମର୍ଜିଂ ଏସିଆ କପ୍‌ । ଏହି ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ-ଏ ପକ୍ଷରୁ ଖେଳିବେ ଭାରତୀୟ ଅଲରାଉଣ୍ଡର…

Litton Das: ପ୍ରଥମେ ଶତକ, ଏବେ ଉଇକେଟକିପିଂରେ ରଚିଲେ ଇତିହାସ, ଭାଙ୍ଗିଲେ ୪୭ ବର୍ଷ ପୁରୁଣା ବିଶ୍ୱ ରେକର୍ଡ

ଢାକା/ଜୋହାନ୍ସବର୍ଗ,୧୮।୧୧: ଟେଷ୍ଟ କ୍ରିକେଟରେ ବାଂଲାଦେଶର ଖେଳାଳିମାନେ କ୍ରମାଗତ ଭାବେ ନିଜର ଦକ୍ଷତା ପ୍ରମାଣିତ କରୁଛନ୍ତି । ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଭୂମିରେ ଚମତ୍କାର ପ୍ରଦର୍ଶନ ଜାରି…

ବାତ୍ୟା ଅକ୍ବାନ; ଉପକୂଳ ଅଞ୍ଚଳରେ ଆଲର୍ଟ ପ୍ରଶାସନ, ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଜାରି

ମହାକାଳପଡ଼ା,୧୮ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ବଙ୍ଗୋସାଗର ସୃଷ୍ଟି ବାତ୍ୟା ଅକ୍ବାନ ଓଡିଶା ମୁହାଁ ହେଉଛି । ଏହା ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର କେତେକ…

ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ ଭାରତ

ଭୋପାଳ,୧୮।୧୧: ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନରେ ଚମତ୍କାର ଫର୍ମରେ ଥିବା ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିବା…

ବାତ୍ୟା ଅକ୍ବାନ: ଝିପିଝିପି ବର୍ଷା ଆରମ୍ଭ, ଦୁର୍ଗମ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଜାରି

ପାତ୍ରପୁର,୧୮ା୧୧(ଉମା ଚରଣ ନେପାକ): ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି । ପାହାଡ଼ିଆ ଓ ନଦୀ ଅବବାହିକାରେ…

ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ: ଅନ୍ତରୀଣ ରହିତାଦେଶ ହଟାଇବାକୁ ହୋଇଥିବା ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,୧୮।୧୧: ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । ନିର୍ବାଚନ ଉପରେ ପୂର୍ବରୁ ଲାଗିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ…

ସାନ ନଦୀରେ ବଢ଼ିଛି ଜଳସ୍ତର, ଗାଧୋଇବାକୁ ଯାଇ ନିଖୋଜ ସନ୍ତୋଷ

ଗୁଡାରି,୧୮।୧୧(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକ ଅନ୍ତର୍ଗତ ଏମ କେ ରାଇ ଗ୍ରାମପଂଚାୟତର ମେରିଆପାଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ସନ୍ତୋଷ ପାଲକା (୩୯) ଗ୍ରାମ…

ମାଡ଼ି ଆସୁଛି ବାତ୍ୟା: ହାଇ ଆଲର୍ଟରେ ରାଜ୍ୟ ପ୍ରଶାସନ,୨୪ ଘଣ୍ଟିଆ ଡ୍ୟୁଟିରେ ୧୦ ବରିଷ୍ଠ IAS ଅଧିକାରୀ

ଭୁବନେଶ୍ୱର,୧୮ା୧୧: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ସଫଳ ମୁକାବିଲା ତଥା ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?