Posted inଜାତୀୟ

୫୬ ଇଞ୍ଚର ଛାତି ଏବେ କେଉଁଠି? ତଓ୍ବାଙ୍ଗ ପ୍ରସଙ୍ଗରେ ସରକାର ମିଛ କହୁଥିବା ଅଭିଯୋଗ ଆଣିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ପ୍ରସଙ୍ଗରେ ରାଜନୀତି ସରଗରମ ମଧ୍ୟ ରହିଛି। ଏସବୁ ମଧ୍ୟରେ ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ ଓଓ୍ବାଇସି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଗଲଓ୍ବାନ ସମୟରେ ମଧ୍ୟ ନା କେହି ଅନୁପ୍ରବେଶ କରିଛନ୍ତି ନା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଏପରି କହି ଦେଶବାସୀଙ୍କୁ ଭ୍ରମିତ କରିଥିଲେ। ଘଟଣା ଡିସେମ୍ବର ୯ରେ ହୋଇଥିଲା। ହେଲେ ସରକାର ଡିସେମ୍ବର ୧୨ରେ ସଂସଦରେ ଏକ ବିବୃତ୍ତି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିଭଳି ଚାଇନା ସୈନିକଙ୍କ ସହ ସଂଘର୍ଷ ପ୍ରସଙ୍ଗରେ ଓଓ୍ବାଇସି କହିଛନ୍ତି, ଏଲ୍‌ଏସିରେ ଚାଇନା ଏକ ଗ୍ରାମ ନିର୍ମାଣ କରୁଛି। ଡିପସଙ୍ଗରେ ଚାଇନା ସେନା ଅଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ। କହିବାକୁ ଗଲେ ଭାରତୀୟ ସେନା ଶକ୍ତିଶାଳୀ, କିନ୍ତୁ ସରକାର ଦୁର୍ବଳ। ଚାଇନା ପ୍ରସଙ୍ଗରେ ସରକାର ସବୁକିଛି ଲୁଚାଉଛନ୍ତି। ଚାଇନା ସରକାର ଏକ ବଫର୍‌ ଜୋନ୍‌ ସୃଷ୍ଟି କରିଛନ୍ତି, ଏହି କାରଣରୁ ଆମ ସେନା ପାଟ୍ରୋଲିଂ କରିପାରୁନାହାନ୍ତି। ଚାଇନା ସମ୍ବନ୍ଧରେ ଏକ ସର୍ବଦଳୀୟ ବୈଠକ ହେବା ଉଚିତ। କାରଣ ସେ ଆମଠାରୁ ଜମି ଛଡ଼ାଇ ନେଉଛି। ସରକାର ମିଛ କହୁଛନ୍ତି। ସଂସଦରେ ସେନେଇ ଆଲୋଚନା ହେବା ଉଚିତ। ହେଲେ ସରକାର ଆଲୋଚନାରୁ ଦୂରେଇ ଯାଉଛନ୍ତି। ଏବେ ୫୬ ଇଞ୍ଚ ଛାତି ଏବେ କେଉଁଠି? ସରକାର ଏହାକୁ ଗୁରୁତର ସହକାରେ ନେଇ ନିଜର ଇଚ୍ଛା ଶକ୍ତି ପ୍ରଦର୍ଶନ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri