Posted inଜାତୀୟ

ଆସନ୍ତା ଦୁଇଦିନ ଚେନ୍ନାଇରେ ପ୍ରବଳ ବର୍ଷା ସମ୍ଭାବନା: ସ୍କୁଲ ବନ୍ଦ

ଚେନ୍ନାଇ,୮ ।୧୧: ପ୍ରବଳ ବର୍ଷା ଯୋଗୁ ତାମିଲନାଡୁର ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି । କିଛି ଜିଲାରେ ଏବେବି ପ୍ରବଳ ବର୍ଷା ଜାରି ରହିଛି । ଚେନ୍ନାଇ ସମେତ ୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ଦେଖି ରେଡ ଆଲର୍ଟ ଜାରି କରାଯାଇଛି । ଏହି ୩ ଜିଲାରେ ଆଗାମୀ ୨ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ଏବେ ତାମିଲନାଡୁରେ ହୋଇଥିବା ବର୍ଷା ଗତ ୧୫ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷା ଯୋଗୁ ସହରର ତଳି ଅଞ୍ଚଳରେ ପାଣି ପଶି ଯାଇଛି । ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁ ରେଡ ଆଲର୍ଟ ଜାରି କରାଯାଇଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଚେନ୍ନାଇକୁ ଯାତ୍ରା କରୁଥିବା ଲୋକେ ସେମାନଙ୍କ ଯାତ୍ରା ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ ଅପିଲ କରିଛନ୍ତି । ସେପଟେ ପାଣିପାଗ ବିଭାଗ କହିଛି ତାମିଲନାଡୁ ଉପକୂଳରେ ଘଣ୍ଟାକୁ ୪୦-୫୦ ବେଳେବେଳେ ୬୦ କିଲୋମିଟର ବେଗର ପବନ ବହିପାରେ । ଏହାସହ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ

ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି...

ଯେ ପର୍ଯ୍ୟନ୍ତ ଅଛି ଅନୁମତି ଦେବି ନାହିଁ, କେରଳ ସରକାରଙ୍କୁ ତାଗିଦ୍‌ କଲେ ରାଜ୍ୟପାଳ…

ଥିରୁଭାନନ୍ତପୁରମ୍‌,୨୧।୧୧ : କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏକ ସପ୍ତାହ ପୂର୍ବରୁ...

୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବୁ ସାକାର: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ...

ସ୍ମାର୍ଟ ହେଲମେଟ୍‌: ମିନିଟ୍‌ରେ ୨୦୦ ଲୋକଙ୍କର କରୁଛି ଥର୍ମାଲ ସ୍କାନିଂ

ମୁମ୍ବାଇ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ମହାରାଷ୍ଟ୍ର...

ସିଦ୍ଧାନ୍ତ କପୁରଙ୍କୁ ମିଳିଲା ବେଲ୍‌

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର...

ବିଗ୍‌ ବି ନେଲେ ଦ୍ୱିତୀୟ ଡୋଜ୍‌…

ମୁମ୍ବାଇ,୧୬।୫: ବିଗ୍‌ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍‌ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଫଟୋ ଅପ୍‌ଲୋଡ୍‌ କରିଛନ୍ତି।...

ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା

ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ...

ଆସନ୍ତାକାଲି ବାରଣାସୀ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃୟାରୀ ୧୬ରେ ନିଜ ନିର୍ବାଚନମଣ୍ଡଳୀ ବାରାଣସୀକୁ ଗସ୍ତ କରିବେ। ଚଳିତ ବର୍ଷ ମୋଦିଙ୍କର ଏହା ପ୍ରଥମ କାଶୀ ଗସ୍ତ। ରବିବାର...

Advertisement
Archives

Model This Week